News

ସ୍ବାସ୍ଥ୍ୟ ପାଇଁ କେତେ ଜରୁରୀ ଶାକାହାରୀ ଭୋଜନ ? ଜାଣନ୍ତୁ...

ଶାକାହାରୀ ଜୀବନଶୈଳୀର ସ୍ବାସ୍ଥ୍ୟ ଉପରେ ଲାଭ ବିଷୟରେ ସଚେତନତା ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ଅକ୍ଟୋବର 1ରେ ବିଶ୍ବ ଶାକାହାରୀ ଦିବସ ପାଳନ କରାଯାଏ ।

01 October, 2022 5:12 PM IST By: Shuvanshu Kar

ଆଜି ବିଶ୍ବ ଶାକାହାରୀ ଦିବସ । ଶାକାହାରୀ ଭୋଜନକୁ ପ୍ରୋତ୍ସାହିତ କରିବା ତଥା ଶାକାହାରୀ ଜୀବନଶୈଳୀର ସ୍ବାସ୍ଥ୍ୟ ଉପରେ ଲାଭ ବିଷୟରେ ସଚେତନତା ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ଅକ୍ଟୋବର 1ରେ ବିଶ୍ବ ଶାକାହାରୀ ଦିବସ ପାଳନ କରାଯାଏ । 1977ରେ ଉତ୍ତର ଆମେରିକୀୟ ଶାକାହାରୀ ସୋସାଇଟି ବିଶ୍ବ ଶାକାହାରୀ ଦିବସର ଘୋଷଣା କରିଥିଲା ।

ଶାକାହାରୀ ଭୋଜନର ଲାଭ ବିଷୟରେ ସଚେତନତା ବୃଦ୍ଧି ଓ ପ୍ରୋତ୍ସାହନ ପାଇଁ ଏହି ଦିବସ ଆରମ୍ଭ କରାଯାଇଥିଲା । ଅକ୍ଟୋବର ମାସ ଶୁଦ୍ଧ ଶାକାହାରୀ ଭୋଜନ କରୁଥିବା ବ୍ୟକ୍ତିଙ୍କୁ ସମର୍ପିତ ।

ଶାକାହାରୀ ଭୋଜନ କେବଳ ଶରୀର ପାଇଁ ଉପଯୋଗୀ ନୁହେଁ, ବରଂ ପର୍ଯ୍ୟାବରଣ ପାଇଁ ମଧ୍ୟ ଭଲ । ଶାକାହାରୀ ଭୋଜନ ସମ୍ପୂର୍ଣ୍ଣ ରୂପେ ଉଦ୍ଭିଦ ଆଧାରିତ ଅଟେ । ଏଥିରେ ଅନେକ ପୋଷତତ୍ତ୍ବ, ସ୍ବାସ୍ଥ୍ୟବର୍ଦ୍ଧକ ଓ ସ୍ବାଦିଷ୍ଟ ବିକଳ୍ପ ରହିଥାଏ ।

ଶାକାହାରୀ ଭୋଜନରେ ମାଂସ, ମାଛ, ସାମୁଦ୍ରିକ ଖାଦ୍ୟ ଇତ୍ୟାଦି ଅନ୍ତର୍ଭୂକ୍ତ ହୁଏ ନାହିଁ । ଏଥିରେ ଦୁଗ୍ଧ ସାମିଲ ରହିଥାଏ କରେ ।

ମାଂସ, ମାଛ ଶାକାହାରୀ ଖାଦ୍ୟରେ ଅନ୍ତର୍ଭୂକ୍ତ ନୁହେଁ, ତେଣୁ ଆପଣ ଉଚ୍ଚ କୋଲେଷ୍ଟ୍ରଲ୍ର ସମସ୍ୟାରୁ ରକ୍ଷା ପାଇପାରିବେ । ଶାକାହାରୀ ଖାଦ୍ୟ ମାଧ୍ୟମରେ ଆପଣ ଶରୀରରେ ଆବଶ୍ୟକ ପରିମାଣର କୋଲେଷ୍ଟ୍ରଲ ପୂରଣ କରିପାରିବେ । ଶରୀରରେ ଅଧିକ କୋଲେଷ୍ଟ୍ରଲ ଏବଂ ଚର୍ବି ରହିବା ଦ୍ୱାରା ମେଦବହୁଳତା, ହୃଦରୋଗ ହେବାର ଆଶଙ୍କା ବଢିଥାଏ ।

ଶାକାହାରୀ ଭୋଜନ ମଧ୍ୟ ଅନେକ ଉପାୟରେ ହାର୍ଟ ହେଲଥକୁ ବୁଷ୍ଟ କରିଥାଏ । ଶାକାହାରୀ ଖାଦ୍ୟରେ ଫାଇବର, ଅସନ୍ତୁଳିତ ଚର୍ବି କମ୍ ଥିବାରୁ ହୃଦୟ ସୁସ୍ଥ ରହିଥାଏ । ଶାକାହାରୀ ଖାଦ୍ୟ ଗ୍ରହଣ କଲେ ରକ୍ତଚାପ, ହୃଦ ରୋଗ ଏବଂ ଉଚ୍ଚ କୋଲେଷ୍ଟ୍ରଲ୍ର ଆଶଙ୍କା କମିଯାଏ। ଫାଇବର, ପୋଷକ ତତ୍ତ୍ୱ ରହିଥିବା ଖାଦ୍ୟ ଶରୀରରେ କୋଲେଷ୍ଟ୍ରଲ ପରିଚାଳନା କରେ । ମାଂସ ଭିତ୍ତିକ ଖାଦ୍ୟ ତୁଳନାରେ ଶାକାହାରୀ ଖାଦ୍ୟରେ ସନ୍ତୁଳିତ ଚର୍ବି , କୋଲେଷ୍ଟ୍ରଲ୍ର ପରିମାଣ ମଧ୍ୟ ବହୁତ କମ୍ ଅଟେ ।

ରପ୍ତାନି ଉପରେ କଟକଣା ସତ୍ତ୍ବେ ଦର ବୃଦ୍ଧି ଉପରେ ଲାଗୁନି ଲଗାମ, ଗୋଟିଏ ବର୍ଷରେ 19 % ବଢିଲାଣି ଅଟା ଦାମ

ଚଳିତ ବର୍ଷ ଅଧିକ ବର୍ଷିଛି, ଚାଷ ଜମିରେ ତାତି ବଢିଛି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)