News

ଯଜ୍ଞରୁ ଜୈବିକ ଚାଷ, କୃଷିକୁ ନେଇ କଣ ମନ୍ତ୍ର ଦେଲେ ପ୍ରତାପ ?

ଦିଲ୍ଲୀର କୃଷି ଜାଗରଣରୁ ଚାଷୀଙ୍କୁ ଜୈବିକ ଚାଷୀର ମନ୍ତ୍ର ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । କୃଷିରେ ଯଜ୍ଞର ଆଭଶ୍ୟକତା ସମ୍ପର୍କରେ ବୁଝାଇଛନ୍ତି ପ୍ରତାପ ।

05 August, 2022 3:24 PM IST By: Shuvanshu Kar

ଆମ ଦେଶରେ ଅଧିକାଂଶ ଲୋକ କୃଷକ । ପୂର୍ବରୁ ଯେତେ କୃଷକ ଥିଲେ ସେମାନଙ୍କ ସଂଖ୍ୟା ଧିରେ ଧିରେ କମି କମି ଯାଉଛି । ଏହା ଆମ ଦେଶର ବିନାଶର କାରଣ ବୋଲି ନୂଆଦିଲ୍ଲୀ ସ୍ଥିତ କୃଷି ଜାଗରଣ(Krishi jagran)ରେ ନିଜ ସମ୍ବୋଧନରେ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶା ବାଲେଶ୍ବର ଜିଲ୍ଲାର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ(Pratap Chandra Sarangi) ।

ରାଜଧାନୀ ଦିଲ୍ଲୀ ସ୍ଥିତ କୃଷି ଜାଗରଣ ଚୌପାଲରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆହ୍ବାନ କ୍ରମେ ଚାଲିଥିବା ହରଘର ତ୍ରିରଙ୍ଗା(Har Ghar Tiranga) ଅଭିଯାନରେ ସାମିଲ ହୋଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ(Pratap Chandra Sarangi) । ଏହି ଅବସରରେ ଅଭିଭାଷଣ ଦେଇ କୃଷି କ୍ଷେତ୍ର ଓ ଚାଷୀଙ୍କ ସମ୍ମାନ ଦିଗରେ ସାଂସଦ ପ୍ରତାପ ଷଡଙ୍ଗୀ ବିସ୍ତୃତ ଆଲୋଚନା କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ସ୍ମରଣ କରିଛନ୍ତି ପ୍ରତାପ

ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇ ପ୍ରତାପ ଷଡଙ୍ଗୀ କହିଛନ୍ତି, ଯେବେ ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିଲେ ସେବେ ପାକିସ୍ତାନ ସହ ଯୁଦ୍ଧ ଚାଲିଥିଲା । ସେତେବଳେ ଶସ୍ୟ ଆମେରିକାରୁ ଆସୁଥିଲା । ଯଦି ଆମେରିକା ଶସ୍ୟ ଯୋଗାଣ ବନ୍ଦ କରିଦିଏ, ତେବେ ଭାରତର ଲୋକେ ଖାଦ୍ୟାଭାବରେ ମରିଯିବାର ଆଶଙ୍କା ରହିଥିଲା । ସେ ସମୟରେ ପାକିସ୍ତାନ ସହ ଚୁକ୍ତି କରିବାକୁ ଆମେରିକା ପକ୍ଷରୁ ଭାରତ ଉପରେ ଚାପ ପଡିଥିଲା । ହେଲେ ମୁଣ୍ଡ ନୁଆଁଇନଥିଲେ ଶାସ୍ତ୍ରୀ ।

ପାକିସ୍ତାନ ସହ ଯୁଦ୍ଧ ପାଇଁ ଟଙ୍କା କେଉଁଠୁ ଆସିବ ପ୍ରଶ୍ନରେ ଶାସ୍ତ୍ରୀ ଉତ୍ତର ରଖିଥିଲେ ଯେ ଟଙ୍କା ଦେଶବାସୀଙ୍କଠାରୁ ଆସିବ । ନିଜେ ଓଳିଏ ଉପବାସ ରହି ଦେଶବାସୀଙ୍କୁ ଉପବାସ କରିବାକୁ ଆହ୍ବାନ ଦେଇଥିଲେ ଶାସ୍ତ୍ରୀ । ଆଉ ଦେଶବାସୀ ମଧ୍ୟ ଶାସ୍ତ୍ରୀଙ୍କ ଏହି ଆହ୍ବାନକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ।

ଚାଷୀଙ୍କ ମଧ୍ୟରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଲାଲବାହାଦୁର ଶାସ୍ତ୍ରୀ ପ୍ରତି ସପ୍ତାହରେ ରେଡିଓ ଜରିଆରେ ସମ୍ବୋଧିତ କରୁଥିଲେ । ଆତ୍ମନିର୍ଭର କରିବାର ସ୍ବପ୍ନ ସେ ସମୟରେ ଜଣେ ପ୍ରଧାନମନ୍ତ୍ରୀ ଦେଖିଥିଲେ ।

ଏବେ ସେମିତି ଜଣେ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ଭାରତର ମଥାକୁ ଗର୍ବରେ ଉପରକୁ ଉଠାଇ ରଖିଥିବା ପ୍ରତାପ ନିଜ ଅଭିଭାଷଣରେ କହିଛନ୍ତି । ସାଂସଦ ଷଡଙ୍ଗୀ କହିଛନ୍ତି, ଦିନ ଥିଲା ଆମେରିକା ନେରେନ୍ଦ୍ର ମୋଦିଙ୍କ ଭିସା ରଦ୍ଧ କରିଦେଇଥିଲା । ଆଉ ଦିନ ଏମିତି ଆସିଲା ଯେବେ ଖୋଦ ଆମେରିକା ପ୍ରଧାନମନ୍ତ୍ରୀ ନିଜେ ଘଣ୍ଟାଏ କାଳ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଶୁଣିଲେ । ଇତିହାସ କଡ ଲେଉଟାଏ ।

'ଚାଷୀଙ୍କୁ ସମ୍ମାନ ଦେବା ଦରକାର'

ପ୍ରତାପ ଷଡଙ୍ଗୀ କହିଛନ୍ତି, ଭାରତର ସ୍ବଧିନତାର ଅମୃତ ମୋହତ୍ସବ ପାଳନ କରୁଛି । ଏ ଦେଶର ଅନ୍ନଦାତା ହେଉଛନ୍ତି ଚାଷୀ । ଦେଶରେ ଯାହା କିଛି ନିର୍ମାଣ ହୋଇଛି ଅବା ହେଉଛି ସେଗୁଡିକୁ ଚାଷୀ ଓ ଦିନ ମଜୁରିଆ ହିଁ କରିଛନ୍ତି । ସେମାନେ ଝାଳ ବୁହାଇ ଆମ ପାଇଁ ଖାଦ୍ୟ ଅନ୍ନ ଉତ୍ପାଦନ କରୁଛନ୍ତି । ଆମେ ଯେବେ ଭାତ, ରୁଟି, ଡାଲି ଖାଉଛନ୍ତି, ସେବେ ଆମକୁ ଭାବିବାକୁପଡିବ ଯେ ଏସବୁ କିଏ ଉତ୍ପାଦନ କରୁଛନ୍ତି । ଦେଶର ଚାଷୀଙ୍କ ପ୍ରତି ଏତିକ ବିନମ୍ର ଭାବ ରହିବା ଆବଶ୍ୟକ । ଏହା ଆମର କର୍ତ୍ତବ୍ୟ ବୋଲି ଜଣାଇଛନ୍ତି ପ୍ରତାପ ।

ବିକାଶର ଅର୍ଥ କଣ ବୁଝାଇଲେ ପ୍ରତାପ

ପ୍ରତାପ କହିଛନ୍ତି, ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଆରମ୍ଭ ହୋଇଥିଲା ସବୁଜ ବିପ୍ଳବ । ଦେଶ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭର ତ ହୋଇଗଲା ହେଲେ ପରେ ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ ସମସ୍ତଙ୍କୁ ରୋଗାଗ୍ରସ୍ତ କରିବା ଆରମ୍ଭ କରିଦେଲା । ପଞ୍ଜାବ ଯଦିଓ ଦେଶରେ ଖାଦ୍ୟ ଉତ୍ପାଦନରେ ଆଗରେ ରହିଛି ତଥାପି କ୍ୟାନସର ରୋଗୀଙ୍କ ସଂଖ୍ୟା ମଧ୍ୟ ଏଠାରେ ଅଧିକ ।

ବିକାଶର ଅର୍ଥ କଣ ? କେବେ କେବେ ବିନାଶକୁ ହିଁ ବିକାଶର ମାପଦଣ୍ଡ ବୋଲି ଆମେ ଭାବି ନେଉଛୁ । ଆମେ ଗଛ କାଟି କାଠ ଉତ୍ପାଦନ କରୁଛୁ ଏବଂ ଏଥିରେ ବିକାଶ କରୁଥିବା କହୁଛୁ । ହେଲେ ଆମେ ଭୁଲି ଯାଉଛୁ ଯେ ଜଙ୍ଗଲ ନଷ୍ଟ କରି ଆମେ ଏସବୁ କରୁଛନ୍ତି । ପ୍ରକୃତିକୁ ଧ୍ବଂଶ କରି ଆମେ ବିକାଶର ସ୍ବପ୍ନ ଦେଖିପାରିବା ନାହିଁ ବୋଲି ସାଂସଦ ଷଡଙ୍ଗୀ କହିଛନ୍ତି ।

କୃଷିରେ ଯଜ୍ଞର ଆଭଶ୍ୟକତା ବୁଝାଇଲେ ଷଡଙ୍ଗୀ

ପୂରର୍ବତନ କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗଛର ଜୀବନ ରହଛି । ବୈଜ୍ଞାନିକମାନଙ୍କୁ କୌଣସି ବିଷୟରେ ଅନୁସନ୍ଧାନ କରିବାକୁ ହେଲେ ସେଥିରେ ତାଙ୍କୁ ତର୍କମୂଳକ ପ୍ରମାଣ ଦେବାକୁପଡିଥାଏ । ଦେଶରେ ଦୁଇଟି କୁସଂସ୍କାର ରହିଛି । ଗୋଟିଏ ଧର୍ମ ନାଁରେ ଆଉ ଏକ ବିଜ୍ଞାନ ନାଁରେ ।

କୃଷି ଆମ ପାଇଁ ଉଦ୍ୟୋଗ ନୁହେଁ, କୃଷି ଆମ ପାଇଁ ବ୍ୟବସାୟ ନୁହେଁ, । କୃଷି ହେଉଛି ଯଜ୍ଞ ଆଉ ଭୂମି ପୂଜନ । ପୂର୍ବକାଳରେ ଆମେ ଯଜ୍ଞ କରି କୃଷି ଆରମ୍ଭ କରୁଥିଲୁ । ପ୍ରକୃତିକୁ ଆବାହନ କରୁଥିଲୁ । ଖାଦ୍ୟ ପାଇଁ କୃଷି ଆବଶ୍ୟକ । ଆଉ କୃଷି ପାଇଁ ସୂର୍ଯ୍ୟଠୁ ଆଲୋକ, ନଦୀଠୁ ଜଳ ଆବଶ୍ୟକ । ଏଥିପାଇଁ ଆମକୁ ପରିବେଷର ସନ୍ତୁଳନ ରକ୍ଷା କରିବାକୁପଡିବ ।

ବୈଜ୍ଞାନିକ ଯଦିଓ ମାନନ୍ତିନି, ତଥାପି ଏହା ମାନିବାକୁପଡିବ ଯେ ଯଜ୍ଞ ହିଁ କୃଷିର ଆଧାର । ଯଜ୍ଞ ସମୟରେ ତିନୋଟି ବାଷ୍ପ ଉତ୍ପନ୍ନ ହୁଏ । ମନ୍ତ୍ରର ମଧ୍ୟ ମାହାତ୍ମ୍ୟ ରହିଛି । ଏଥିରେ କୌଣସି କୁସଂସ୍କାର ନାହିଁ । ଯଜ୍ଞରୁ ବାହାରୁଥିବା ବାଷ୍ପ ହିଁ କୃଷିରେ ସହାୟକ ହୁଏ ବୋଲି ଷଡଙ୍ଗୀ ନିଜ ସମ୍ବୋଧନରେ କହିଛନ୍ତି ।

'ମନୁଷ୍ୟ ମଧ୍ୟରେ ମନୁଷ୍ୟତା ଉତ୍ପନ୍ନ କରିବା ସବୁଠୁ ବଡ ଆବଶ୍ୟକତା'

ପ୍ରତାପ ଏହା ମଧ୍ୟ କହିଛନ୍ତି ଯେ କୌଣସି ପ୍ରାଣୀ ହିଂସ୍ର ନୁହନ୍ତି । ହେଲେ ବିନା କାରଣରେ ମାରୁଥିବା ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ । ବିଶ୍ବକୁ ଧ୍ବଂସ କୁଥିବା ପ୍ରାଣୀ ହେଉଛି ମନୁଷ୍ୟ । ଏଥିପାଇଁ ମନୁଷ୍ୟ ମଧ୍ୟରେ ମନୁଷ୍ୟତା ଉତ୍ପନ୍ନ କରିବା ସବୁଠୁ ବଡ ଆବଶ୍ୟକତା ରହିଥିବା ସେ କହିଛନ୍ତି ।

କୃଷି ଜାଗରଣରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ହରଘର ତ୍ରିରଙ୍ଗା ଅଭିଯାନରେ ହେଲେ ସାମିଲ

Har Ghar Tiranga: ପ୍ରଧାନମନ୍ତ୍ରୀଙ୍କ 'ହରଘର ତ୍ରିରଙ୍ଗା' ଅଭିଯାନରେ ସାମିଲ ହେଲା କୃଷି ଜାଗରଣ