୨୦୨୨ ରେ କୃଷି ଜଗତ କୁ ଅନେକ ମାତ୍ରା ରେ ସଫଳ ମିଳିଛି l କେନ୍ଦ୍ର ହେଉ ବା ରାଜ୍ୟ ସରକାର ସମସ୍ତେ କୃଷି ପ୍ରତି ଧ୍ୟାନ ଦେଇଥିଲେ l ତେବେ ଆସନ୍ତୁ ଜାଣିବା କଣ କଣ ସୁବିଧା ପାଇଛନ୍ତି ଚାଷୀ ଏହି ଆର୍ଥିକ ବର୍ଷ ରେ l ( farmer's facility of this economic year )
୧. ବଜେଟ୍ ଆବଂଟନରେ ଅଭୂତପୂର୍ବ ବୃଦ୍ଧି - କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପାଇଁ ବଜେଟ୍ ଆବଂଟନ ୨୦୨୨-୨୩ ରେ ୧,୨୪,୦୦୦ କୋଟି ଟଙ୍କାକୁ ବୃଦ୍ଧି କରା ଯାଇଛି ।
୨. ରେକର୍ଡ ଖାଦ୍ୟ ଶସ୍ୟ ଏବଂ ଉଦ୍ୟାନ କୃଷି ଉତ୍ପାଦନ - ଖାଦ୍ୟ ଶସ୍ୟ ଉତ୍ପାଦନ ଜାନୁୟାରୀ ୨୦୨୨ ରେ ୩୦୮.୬୫ ମିଲିୟନ୍ ଟନ ଥିବାବେଳେ ଡିସେମ୍ବର ୨୦୨୨ ରେ ୩୧୫.୭୨ ମିଲିୟନ୍ ଟନକୁ ବୃଦ୍ଧି ପାଇଛି ଯାହା ବର୍ତ୍ତମାନ ସୁଦ୍ଧା ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ସର୍ବାଧିକ ଅଟେ ।
୩. ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣା ଏମ୍ଏସ୍ପି ସ୍ଥିର କରିବା - ସରକାର ୨୦୧୮-୧୯ ରୁ ସମସ୍ତ ବାଧ୍ୟତାମୂଳକ ଖରିଫ, ରବି ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ଫସଲ ପାଇଁ ଏମଏସପିରେ ସର୍ବ ଭାରତୀୟ ହାରାହାରି ଉତ୍ପାଦନ ମୂଲ୍ୟ ଉପରେ ଅତି କମରେ ୫୦ ପ୍ରତିଶତ ଫେରସ୍ତ ସହିତ ବୃଦ୍ଧି କରିଛନ୍ତି ।
୪. ଖାଇବା ତେଲ ପାଇଁ ଜାତୀୟ ମିଶନର ଶୁଭାରମ୍ଭ - ପାମ୍ ତେଲ – ଏନ୍ଏମ୍ଇଓକୁ ମୋଟ ୧୧,୦୪୦ କୋଟି ଟଙ୍କା ପରିବ୍ୟୟ ସହିତ ଅନୁମୋଦନ କରା ଯାଇଛି । ଏହା ଆସନ୍ତା ୫ ବର୍ଷ ମଧ୍ୟରେ ଉତ୍ତର - ପୂର୍ବ ରାଜ୍ୟ ଗୁଡିକରେ ୩.୨୮ ଲକ୍ଷ ହେକ୍ଟର ଏବଂ ଅନ୍ୟ ଅଂଚଳରେ ୩.୨୨ ଲକ୍ଷ ହେକ୍ଟର ସହିତ ପାମ୍ ବୃକ୍ଷରୋପଣ ଅଧୀନରେ ୬.୫ ଲକ୍ଷ ହେକ୍ଟର ଅତିରିକ୍ତ କ୍ଷେତ୍ରକୁ ସାମିଲ୍ କରିବ ।
୫. କୃଷକମାନଙ୍କ ଠାରୁ କ୍ରୟ ପରିମାଣରେ ବୃଦ୍ଧି - ୨୦୨୦- ୨୧ ଫସଲ ବର୍ଷ ପାଇଁ, ସରକାର ନିଜର ନୋଡାଲ ଏଜେନ୍ସି ଗୁଡିକ ମାଧ୍ୟମରେ ୧୨,୧୧,୬୧୯.୩୯ ମେଟ୍ରିକ୍ ଟନ୍ ଡାଲି ଏବଂ ତୈଳ ବୀଜ କ୍ରୟ କରିଛନ୍ତି, ଯାହାର ଏମ୍ଏସ୍ପି ମୂଲ୍ୟ ୬,୮୩୦.୧୮ କୋଟି ଟଙ୍କା ରହିଛି, ଯେଉଁଥିରେ ୭,୦୬,୫୫୨ ଚାଷୀ ଉପକୃତ ହୋଇଛନ୍ତି, ୨୦୨୧-୨୨ ବର୍ଷରେ ଏହାର ପରିମାଣ ୩୧,୦୮,୯୪୧.୯୬ ମେଟ୍ରିକ୍ ଟନ୍ ରହିଥିବା ବେଳେ ଡାଲି, ତୈଳ ବୀଜ ଏବଂ ଖୋପରାର ଏମ୍ଏସ୍ପି ମୂଲ୍ୟ ୧୭,୦୯୩.୧୩ କୋଟି ଟଙ୍କା ରହିଛି, ଯାହା ୧୪,୬୮,୬୯୯ କୃଷକ ମାନଙ୍କୁ ଉପକୃତ କରିଛି ।
୬. ପିଏମ୍ – କିଷାନ ମାଧ୍ୟମରେ କୃଷକ ମାନଙ୍କୁ ଆୟ ସହାୟତା - ପିଏମ୍ – କିଷାନ ଯୋଜନା ଅନୁଯାୟୀ, ଜାନୁୟାରୀ ୨୦୨୨ ରେ ୧୧.୭୪ କୋଟିରୁ ଅଧିକ ଚାଷୀଙ୍କୁ ୧.୮୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୧୧ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କୁ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇଛି ।
୭. ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା - କୃଷକ ମାନଙ୍କ ପାଇଁ ଉଚ୍ଚ ପ୍ରିମିୟମ ହାର ଏବଂ କ୍ୟାପିଂ କାରଣରୁ ବୀମା ରାଶିରେ ହ୍ରାସ ସମସ୍ୟାକୁ ସମ୍ବନ୍ଧିତ କରି ୨୦୧୬ ରେ ପିଏମ୍ଏଫ୍ବିୱାଇ ଆରମ୍ଭ କରା ଯାଇଥିଲା ।
୮. କୃଷି କ୍ଷେତ୍ର ପାଇଁ ଅନୁଷ୍ଠାନିକ ଋଣ - କୃଷି କ୍ଷେତ୍ର ପାଇଁ ଆନୁଷ୍ଠାନିକ ଋଣ ଜାନୁୟାରୀ ୨୦୨୨ ରେ ୧୬.୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ଡିସେମ୍ବର ୨୦୨୨ ରେ ୧୮.୫ ଲକ୍ଷ କୋଟି ଟଙ୍କାକୁ ଏହା ବୃଦ୍ଧି କରାଯାଇଛି । କିଷାନ୍ କ୍ରେଡିଟ୍ କାର୍ଡ (କେସିସି) ମାଧ୍ୟମରେ ସମସ୍ତ ପିଏମ୍ – କିଷାନ ହିତାଧିକାରୀ ମାନଙ୍କୁ ପରିସରଭୁକ୍ତ କରିବା ଉପରେ ଧ୍ୟାନ ଦେଇ ରିହାତି ଅନୁଷ୍ଠାନିକ ଋଣ ପ୍ରଦାନ କରିବା ପାଇଁ ଫେବୃଆରୀ ୨୦୨୦ ଠାରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।
୯. କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଗାଇବା - ପୋଷକ ତତ୍ତ୍ୱର ବ୍ୟବହାରକୁ ସୁଦୃଢ଼ କରିବା ପାଇଁ ୨୦୧୪-୧୫ ବର୍ଷରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ଆରମ୍ଭ କରା ଯାଇଥିଲା । କୃଷକ ମାନଙ୍କୁ ନିମ୍ନଲିଖିତ ସଂଖ୍ୟକ କାର୍ଡ ପ୍ରଦାନ କରାଯାଇଛି ।
୧୦. ଦେଶରେ ଜୈବିକ କୃଷିକୁ ପ୍ରୋତ୍ସାହନ - ଦେଶରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ପରମ୍ପରାଗତ କୃଷି ବିକାଶ ଯୋଜନା ୨୦୧୫- ୧୬ ରେ ଆରମ୍ଭ କରାଯାଇଥିଲା । ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ୩୦୯୩୪ କ୍ଲଷ୍ଟର ଗଠନ କରା ଯାଇଥିଲା ଏବଂ ୬.୧୯ ଲକ୍ଷ ହେକ୍ଟର କ୍ଷେତ୍ରକୁ ପରିସରଭୁକ୍ତ କରାଯାଇଥିଲା, ଯେଉଁଥିରେ ୧୫.୪୭ ଲକ୍ଷ ଚାଷୀ ଉପକୃତ ହୋଇଥିଲେ ।
୧୧. କୃଷି ଭିତ୍ତିଭୂମି ପାଣ୍ଠି - ଏଆଇଏଫ୍ ଆରମ୍ଭ ହେବା ଦିନ ଠାରୁ, ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ୧୬୦୦୦ ରୁ ଅଧିକ ପ୍ରକଳ୍ପ ଗୁଡିକ ପାଇଁ ଦେଶରେ ୧୧,୮୯୧ କୋଟି ଟଙ୍କା କୃଷି ଭିତ୍ତିଭୂମି ନିମନ୍ତେ ଅନୁମୋଦନ ହୋଇଥିବା ବେଳେ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ୧୮୧୩୩ ରୁ ଅଧିକ ପ୍ରକଳ୍ପ ପାଇଁ ଦେଶରେ ୧୩,୬୮୧ କୋଟି ଟଙ୍କା ମୂଲ୍ୟର କୃଷି ଭିତ୍ତିଭୂମି ମଞ୍ଜୁର ହୋଇଛି ।
୧୨.ଏଫ୍ପିଓକୁ ପ୍ରୋତ୍ସାହନ - ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ୧୦,୦୦୦ ଏଫ୍ପିଓ ଗଠନ ଏବଂ ପ୍ରୋତ୍ସାହନ ପାଇଁ ୨୯ ଫେବୃଆରୀ, ୨୦୨୦ ରେ ଆରମ୍ଭ ହୋଇଥିବା ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ନିମନ୍ତେ ୨୦୨୭- ୨୮ ପର୍ଯ୍ୟନ୍ତ ୬୮୬୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ନୂତନ ଏଫ୍ପିଓ ଯୋଜନା ଅଧୀନରେ ସମୁଦାୟ ୨୧୧୦ ଏଫ୍ପିଓ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଥିଲା, ଯାହାର ସଂଖ୍ୟା ଡିସେମ୍ବର, ୨୦୨୨ ସୁଦ୍ଧା ୪୦୧୬କୁ ବୃଦ୍ଧି ପାଇଛି ।
୧୫. ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶ ଭାବରେ ୨୦୨୦ ରେ ଏକ ଜାତୀୟ ମହୁମାଛି ପାଳନ ଏବଂ ମହୁ ମିଶନ୍ ଆରମ୍ଭ କରାଯାଇଛି । ମହୁମାଛି ପାଳନ କ୍ଷେତ୍ର ପାଇଁ ୨୦୨୦-୨୦୨୧ ରୁ ୨୦୨୨-୨୦୨୩ ମଧ୍ୟରେ ୫୦୦ କୋଟି ଟଙ୍କା ଆବଂଟନ କରାଯାଇଛି ।
୧୬. ପର ଡ୍ରପ୍, ମୋର୍ କ୍ରପ୍ / ପ୍ରତି ବୁନ୍ଦା, ଅଧିକ ଫସଲ - ୨୦୧୫- ୧୬ରେ ଆରମ୍ଭ ହୋଇଥିବା ପର ଡ୍ରପ୍, ମୋର୍ କ୍ରପ୍ (ପିଡିଏମ୍ସି) ଯୋଜନା ଯାହା ମାଇକ୍ରୋ ଜଳସେଚନ ପ୍ରଯୁକ୍ତି ବିଦ୍ୟା ଯଥା ବୁନ୍ଦା ଏବଂ ସିଂଚନ ଜଳସେଚନ ପ୍ରଣାଳୀ ମାଧ୍ୟମରେ ଚାଷ ଅନୁଯାୟୀ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।
୧୫. ମାଇକ୍ରୋ ଜଳସେଚନ ପାଣ୍ଠି - ପ୍ରାରମ୍ଭିକ ପାଣ୍ଠି ୫୦୦୦ କୋଟି ଟଙ୍କାକୁ ନେଇ ନାବାର୍ଡ ସହିତ ମାଇକ୍ରୋ ଜଳସେଚନ ପାଣ୍ଠି ସୃଷ୍ଟି କରାଯାଇଛି ।
୧୬. କୃଷି ଯାନ୍ତ୍ରିକୀକରଣ - କୃଷି କ୍ଷେତ୍ରର ଆଧୁନିକୀକରଣ ଏବଂ କୃଷି କାର୍ଯ୍ୟର କଠିନତାକୁ ହ୍ରାସ କରିବା ପାଇଁ କୃଷି ଯାନ୍ତ୍ରିକୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୧୪-୧୫ ରୁ ମାର୍ଚ୍ଚ, ୨୦୨୨ ମଧ୍ୟରେ କୃଷି ଯାନ୍ତ୍ରିକୀକରଣ ପାଇଁ ୫୪୯୦.୮୨ କୋଟି ଟଙ୍କା ଆବଂଟନ କରାଯାଇଛି ।
୧୭. ଇ଼ - ନାମ୍ ବିସ୍ତାର ପ୍ଲାଟଫର୍ମର ସେଟ୍ ଅପ୍ - ଚା ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ, ୨୨ ଟି ରାଜ୍ୟ ଏବଂ ୦୩ ଟି କେନ୍ଦ୍ରଶାସିତ ଅଂଚଳର ୧୨୬୦ ମଣ୍ଡି ଇ- ନାମ୍ ପ୍ଲାଟଫର୍ମରେ ସମନ୍ୱିତ ହୋଇଛି, ଯାହା ଜାନୁଆରୀ ୨୦୨୨ ରେ ୧୮ ଟି ରାଜ୍ୟ ଏବଂ ୦୩ ଟି କେନ୍ଦ୍ରଶାସିତ ଅଂଚଳର ୧୦୦୦ ମଣ୍ଡି ଥିଲା । ଜାନୁୟାରୀ, ୨୦୨୨ ପର୍ଯ୍ୟନ୍ତ ୧.୭୨ କୋଟି କୃଷକ ଏବଂ ୨.୧୩ ଲକ୍ଷ ବ୍ୟବସାୟୀ ଇ- ନାମ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଥିଲେ ଯାହା ଡିସେମ୍ବର ୨୦୨୨ ରେ ୧.୭୪ କୋଟି କୃଷକ ଏବଂ ୨.୩୭ ଲକ୍ଷ ବ୍ୟବସାୟୀଙ୍କୁ ବୃଦ୍ଧି ପାଇଛି ।
୧୮. ଚାଷରେ ଉନ୍ନତି ସାମଗ୍ରୀ ଉତ୍ପାଦନ, କିଷାନ୍ ରେଳର ଶୁଭାରମ୍ଭ - ନଷ୍ଟ ହୋଇ ଯାଉଥିବା କୃଷିଜାତ ଦ୍ରବ୍ୟର ଯାତାୟାତକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଦ୍ୱାରା କିଷାନ ରେଳ ସେବା ଆରମ୍ଭ କରାଯାଇଛି । ପ୍ରଥମ କିଷାନ ରେଳ ଜୁଲାଇ ୨୦୨୦ ରେ ଆରମ୍ଭ ହୋଇଥିଲା । ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ, ୧୫୫ ରୁଟରେ ୧୯୦୦ ସେବା ପ୍ରଦାନ କରାଯାଉଥିବା ବେଳେ ତାହା ଡିସେମ୍ବର, ୨୦୨୨ ରେ ୧୬୭ ରୁଟରେ ୨୩୫୯ ସେବାକୁ ବୃଦ୍ଧି କରା ଯାଇଥିଲା ।
୧୯. ଏମ୍ଆଇଡିଏଚ୍ - କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ:- କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ସିଡିପି) ଉଦ୍ୟାନ କୃଷି କ୍ଲଷ୍ଟର ଗୁଡ଼ିକର ଭୌଗୋଳିକ ବିଶେଷତ୍ୱକୁ ବ୍ୟବହାର କରିବା ଏବଂ ଉତ୍ପାଦନ ପୂର୍ବ, ଉତ୍ପାଦନ, ଅମଳ ପରବର୍ତ୍ତୀ, ଲଜିଷ୍ଟିକ୍ସ, ବ୍ରାଣ୍ଡିଂ ଏବଂ ମାର୍କେଟିଂ କାର୍ଯ୍ୟକଳାପର ସମନ୍ୱିତ ତଥା ବଜାର- ନେତୃତ୍ୱ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଛି ।
୨୦. କୃଷି ଏବଂ ସହଯୋଗୀ କ୍ଷେତ୍ରରେ ଏକ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥାର ସୃଷ୍ଟି - ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ, ବିଭିନ୍ନ ନଲେଜ୍ ପାର୍ଟନର ଏବଂ ଏଗ୍ରିବିଜନେସ୍ ଇନକ୍ୟୁବେଟର ମାନଙ୍କ ଦ୍ୱାରା ୭୯୯ ଷ୍ଟାର୍ଟ ଅପ୍ ମନୋନୀତ ହୋଇଥିଲା ଏବଂ ଡିସେମ୍ବର ୨୦୨୨ ରେ ସେମାନଙ୍କ ସଂଖ୍ୟା ୧୦୫୫ ଷ୍ଟାର୍ଟଅପ୍ କୁ ବୃଦ୍ଧି ପାଇଛି ।
୨୨. କୃଷି ଏବଂ ସହଯୋଗୀ କ୍ଷେତ୍ରର କୃଷି- ଦ୍ରବ୍ୟ ରପ୍ତାନିରେ ସଫଳତା - ଦେଶରେ କୃଷି ଏବଂ ସହଯୋଗୀ ଦ୍ରବ୍ୟ ରପ୍ତାନିରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି । ପୂର୍ବ ବର୍ଷ ୨୦୨୦- ୨୧ ତୁଳନାରେ, କୃଷି ଏବଂ ସହଯୋଗୀ କ୍ଷେତ୍ରର ରପ୍ତାନି ୨୦୨୦- ୨୧ ରେ ୪୧.୮୬ ବିଲିୟନ ଡ଼ଲାରରୁ ୨୦୨୧-୨୨ ରେ ୫୦.୨୪ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି ଅର୍ଥାତ୍ ଏଥିରେ ୧୯.୯୯% ବୃଦ୍ଧି ହୋଇଛି ।