News

ହଳଦିଆ ଓ ବାଇଗଣି ରଙ୍ଗର ଫୁଲକୋବି

ଉତ୍ତରପ୍ରଦେଶର ଗୋରଖପୁର ଜିଲାର ପିପିଗଞ୍ଜ ଅଞ୍ଚଳର ଜଣେ ଚାଷୀ ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲକୋବି ଚାଷ କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ଫୁଲକୋବି ଯେତିକି ସୁନ୍ଦର ଦେଖାଯାଏ, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ । ମହାଯୋଗୀ ଗୋରଖନାଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ.ବିବେକ ପ୍ରତାପ ସିଂହଙ୍କ କହିବାନୁସାରେ, କୃଷକଙ୍କ ଜମିରେ ହୋଇଥିବା ରଙ୍ଗୀନ ଫୁଲକୋବିରେ ସାଧାରଣ ଫୁଲକୋବି ଅପେକ୍ଷା ଅଧିକ ପୁଷ୍ଟିସାର ରହିଛି ।

11 February, 2021 3:47 PM IST By: KJ Staff

ଉତ୍ତରପ୍ରଦେଶର ଗୋରଖପୁର ଜିଲାର ପିପିଗଞ୍ଜ ଅଞ୍ଚଳର ଜଣେ ଚାଷୀ ହଳଦିଆ ଓ ବାଇଗଣୀ ରଙ୍ଗର ଫୁଲକୋବି ଚାଷ କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଏହି ଫୁଲକୋବି ଯେତିକି ସୁନ୍ଦର ଦେଖାଯାଏ, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ । ମହାଯୋଗୀ ଗୋରଖନାଥ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ.ବିବେକ ପ୍ରତାପ ସିଂହଙ୍କ କହିବାନୁସାରେ, କୃଷକଙ୍କ ଜମିରେ ହୋଇଥିବା ରଙ୍ଗୀନ ଫୁଲକୋବିରେ ସାଧାରଣ ଫୁଲକୋବି ଅପେକ୍ଷା ଅଧିକ ପୁଷ୍ଟିସାର ରହିଛି । ଏଥିରେ ଫାଇଟୋ କେମିକାଲସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଛଇ, ଯାହା ରୋଗ ଏବଂ ଶରୀର ସଂକ୍ରମଣକୁ ମୁକାବିଲା କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ। ଏଥିରେ କ୍ୟାଲସିୟମ, ଫସଫରସ, ମ୍ୟାଗନେସିୟମ ଏବଂ ଜିଙ୍କ ରହିଛି, ଯାହା ହାଡକୁ ଶକ୍ତିଶାଳୀ କରିଥାଏ । ଏହାର ଚାଷ ପାଇଁ ଥଣ୍ଡା ଏବଂ ଆର୍ଦ୍ର ଜଳବାୟୁ ଆବଶ୍ୟକ । ଏହି ରଙ୍ଗୀନ ଫୁଲକୋବି ଚାଷ କରିବାର ଉପଯୁକ୍ତ ସମୟ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ କରାଯାଇଥାଏ। ପିପିଗଞ୍ଜ ଅଞ୍ଚଳର ଚାଷୀ ବିଷ୍ଣୁ ପ୍ରତାପ ସିଂହ ଏହି କୋବି ଚାଷ କରି ଏବେ ଲୋକଙ୍କ ନଜରକୁ ଆସିଛନ୍ତି। ଏହି ଚାଷକୁ ଦେଖିବା ପାଇଁ ଏବେ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ବହୁତ ଆଗ୍ରହ ଦେଖିବାକୁ ମିଳିଛି। କୃଷକ ବିଷ୍ଣୁ ପ୍ରତାପ ସିଂ କହିଛନ୍ତି ଯେ ଆଗାମୀ ଦିନରେ କୃଷକମାନଙ୍କ ନିକଟରେ ଏହିପରି ନୂତନ ପ୍ରଜାତି ଆଣିବାରେ କୃଷି ବିଜ୍ଞାନ କେନ୍ଦ୍ର ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। ଏହାକୁ ଚାଷୀ ନିଜ ବିଲରେ ଚାଷ କରି ଲାଭବାନ ହୋଇପାରିବେ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)