News

Heavy Rain Alert: ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତାକାଲି ୧୯ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି ଲାଗି ରହିବା ନେଇ ସୂଚନା ରହିଛି ।

18 June, 2024 11:17 AM IST By: Tanushree Mahapatra

ରାଜ୍ୟକୁ ମୌସୁମୀ ପ୍ରବେଶ କରିଥିବା ସତ୍ତ୍ୱେ ବର୍ଷା ଖୁବ କମ ସ୍ଥାନରେ ହୋଇଥିଲେ ମଧ୍ୟ ରାଜ୍ୟର ଗରମ ଜନଜୀବନକୁ ଏକ ପ୍ରକାର ଅସ୍ତ ବ୍ୟସ୍ତ କରିପକାଇଛି । ମାଲକାନଗିରି ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ହେଉଥିବା ସୂଚନା ରହିଛି । ଗରମ ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଉପକୂଳବାସୀ ।

ଆସନ୍ତାକାଲି ୧୯ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି ଲାଗି ରହିବା ନେଇ ସୂଚନା ରହିଛି । ଏନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଚାଷୀମାନେ ଚିନ୍ତାରେ ପଡିଛନ୍ତି ବର୍ଷା ନ ହେବା କାରଣରୁ । ଚାଷ କାମ କିପରି ଆରମ୍ଭ କରିବେ ସେ ନେଇ ଚିନ୍ତାରେ ପଡିଲେଣି ଚାଷୀ । କେନାଲ ଗୁଡିକରେ ମଧ୍ୟ ପାଣୁ ଶୁଖିଗଲାଣି । ବର୍ଷା ନ ଥିବାରୁ ଗଜା ଗୁଡିକ ମରୁଡ଼ି ହେବା ଆଶଙ୍କାରେ ଚାଷୀ  l

ତେବେ ଆସନ୍ତାକାଲି ପାଇଁ ରାଜ୍ୟର ୧୧ ଜିଲ୍ଲାକୁ ୱାର୍ଣିଂ ଜାରି କରାଯାଇଛି । ୨୦ ତାରିଖରେ ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା କରିଛି ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ପ୍ରଦାନ କରାଯାଇଛି l ବିଶେଷକରି ରାଜ୍ୟର ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି l

ଏଥିସହ ଆଗାମୀ ୩ ଦିନ ମଧ୍ୟରେ ମୌସୁମୀ ପାଗ ଅନୁକୂଳ ହେବା ସହ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ । ବର୍ତ୍ତମାନ ରାଜ୍ୟରେ ଜୁନ ୧ ତାରିଖରୁ ୧୭ ଜୁନ ମଧ୍ୟରେ ମୋଟ ୯୧.୪ ମିମି ବର୍ଷା ରେକର୍ଡ ହୋଇଯିବା କଥା କିନ୍ତୁ ଏ ପର୍ଯ୍ୟନ୍ତ ରେକର୍ଡ ହୋଇଛି ମାତ୍ର ୩୬.୭ ମିମି ବର୍ଷା । ଯାହା ସ୍ୱାଭାବିକ ବର୍ଷା ର ପ୍ରାୟତଃ ୪୨ ପ୍ରତିଶତ ନିଅଁଟିଆ । ମୌସୁମି ବିଳମ୍ବ, ଯୋଗୁଁ ରାଜ୍ୟରେ ଆଗେଇ ପାରୁନି ଚାଷ କାମ । ୨୦ ତାରିଖ ପରଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବା ନେଇ ଆଶଙ୍କା କରାଯାଉଛି l

ଅଧିକ ପଢ଼ନ୍ତୁ

PM KISAN: ଆଜି ଜାରି ହେବ ୧୭ତମ କିସ୍ତି ଟଙ୍କା

ମହିନ୍ଦ୍ରା ଟ୍ରାକ୍ଟର ସହିତ ପାରସ୍ ରାମ ଯାଦବଙ୍କ ସଫଳତାର କାହାଣୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)