News

ଆପଣ ଜାଣନ୍ତୁ ପରିବା ବଜାରର ଖବର !!

ଘରୋଇ ଗ୍ୟାସ୍ ଏବଂ ପେଟ୍ରୋଲ୍ ଦର ବୃଦ୍ଧି ସହିତ ଫେବୃଆରୀ ମାସଟି ଦରଦାମ ବୃଦ୍ଧି ମଧ୍ୟ ଆଣିଛି । ଏହି ସମୟରେ ଲୋକମାନଙ୍କ ଘରେ ବଜେଟ କିଛି ମାତ୍ରରେ ବିଗିଡି ଯାଇଛି ।

22 September, 2021 3:32 PM IST By: Sugyan Kumar Nayak

ଘରୋଇ ଗ୍ୟାସ୍ ଏବଂ ପେଟ୍ରୋଲ୍ ଦର ବୃଦ୍ଧି ସହିତ ଫେବୃଆରୀ ମାସଟି ଦରଦାମ ବୃଦ୍ଧି ମଧ୍ୟ ଆଣିଛି । ଏହି ସମୟରେ ଲୋକମାନଙ୍କ ଘରେ ବଜେଟ କିଛି ମାତ୍ରରେ ବିଗିଡି ଯାଇଛି । ଯଦିଓ ପନିପରିବା ଦାମ ହ୍ରାସ ପାଇଛି ଯେଉଁଥି ପାଇଁ କି ଏହା କିଛି ମାତ୍ରାରେ ଆରାମ ଦେଇଛି । ପନିପରିବା ମୂଲ୍ୟ ହ୍ରାସ ପାଇବାରୁ ପନିପରିବା ବଜାରରେ ଚାହିଦା ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀର ଆଜାଦପୁର ବଜାରକୁ ହଜାର ହଜାର ସଂଖ୍ୟାରେ ଗ୍ରାହକମାନେ ପହଞ୍ଚୁଛନ୍ତି ।

ପନିପରିବା ବିକ୍ରେତାଙ୍କ କହିବା ଅନୁସାରେ ଏହି ସମୟରେ ବଜାରକୁ ସ୍ଥାନୀୟ ପନିପରିବା ଆସିବାରୁ ବାହାରୁ ଆସୁଥିବା ପନିପରିବା ଉପରେ ପ୍ରଭାବ ପଡିଛି, ତେଣୁ ମୂଲ୍ୟ ହ୍ରାସ ପାଉଛି । ବିକ୍ରେତାମାନେ ସ୍ଥାନୀୟ ପନିପରିବା ଶସ୍ତାରେ କିଣି ପାରୁଛନ୍ତି, ତେଣୁ ସେମାନେ ମଧ୍ୟ ଆଗ ଅପେକ୍ଷା କମ ମୂଲ୍ୟ ରଖୁଛନ୍ତି । ଆଳୁର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି, ଡିସେମ୍ବର-ଜାନୁୟାରୀରେ ଆଳୁ ୬୦ ରୁ ୭୦ ଟଙ୍କା  ପ୍ରତି କିଲୋଗ୍ରାମ ରେ ମିଳୁ ଥିଲା, ବର୍ତ୍ତମାନ ୨୦ ରୁ ୩୦ ଟଙ୍କା କିଲୋଗ୍ରାମ ମିଳୁଛି । ସେହିଭଳି ପିଆଜ ଯାହାର ମୂଲ୍ୟ ୮୦ ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ଯାଇଥିଲା, ଏବେ ପୁଣି ଏହା ୨୫ ରୁ ୩୫ ଟଙ୍କା କିଲୋଗ୍ରାମରେ ବିକ୍ରି ହେଉଛି । ବର୍ତ୍ତମାନ, ବଜାରରେ ମଟରର ଚାହିଦା ଅଧିକ, ଅନୁକୂଳ ଋତୁ ହେତୁ ମଟର ୩୦ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଛି ।

ଜାଣନ୍ତୁ ବଜାର ମୂଲ୍ୟ

ବର୍ତ୍ତମାନ ପନିପରିବା ବଜାରରେ କିଲୋଗ୍ରାମ ପିଛା ଗାଜର ୨୦ ଟଙ୍କା, କଞ୍ଚା ଲଙ୍କା ୩୫ ରୁ ୪୦ ଟଙ୍କା,  ଅଦା ୬୦, ବିଟ୍ ୨୦, ରସୁଣ ୭୦, ଏବଂ ଟମାଟର ୨୦ ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେଉଛି । ଆଗାମୀ ସମୟରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ପରିବା ଗୋଦାମମାନଙ୍କରେ ପିଆଜର ଦାମ କମି ପାରେ । କାରଣ ନାଶିକ ଏବଂ ରାଜସ୍ଥାନରୁ ପିଆଜ  ଆସିବା ଆରମ୍ଭ ହୋଇଗଲାଣି। ଡିସେମ୍ବର-ଜାନୁଆରୀରେ ଯେଉଁଠି ୧୦ -୧୨ ଟ୍ରକ ପିଆଜ ଆସୁଥିବାବେଳେ ଏବେ ଫେବୃଆରୀରେ ୨୨ ରୁ ୨୫ ଟ୍ରକ ପିଆଜ ଆସୁଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)