News

ବ୍ୟୟ ଶୂନ୍ୟ ଅଣ୍ଡା ଓ ମାଂସ !

ବ୍ୟୟ ଶୂନ୍ୟ ଅଣ୍ଡା ଓ ମାଂସ !

16 September, 2019 7:37 AM IST By: KJ Staff

କିପରି ମିଳିବ ବିନା ଖର୍ଚ୍ଚ ରେ ଅଣ୍ଡା ଓ ପ୍ରୋଟିନ
"ଜିରୋ ବଜେଟ ପୋଲଟ୍ରି ଫାର୍ମିଙ୍ଗ ର ରହିଛି ଯୋଜନା ,"ମନ୍ତ୍ରୀ ଗିରିରାଜ ସିଂହ

ଜିରୋ ବଜେଟ ଫାର୍ମିଙ୍ଗ ପରେ ଏବେ ସରକାର ଜିରୋ ବଜେଟ ପୋଲଟ୍ରି ଫାର୍ମିଙ୍ଗ ର ଯୋଜନା କରିଛନ୍ତି |ଏହି ଯୋଜନା ଅନ୍ତର୍ଗତ ଉନ୍ନତ ମାନ ର ଅଣ୍ଡା ଓ ମାଂସ ଉତ୍ପାଦନ ଲାଗି ଅତିରିକ୍ତ ବ୍ୟୟ ନ କରି ବରଂ ସେହି ଖର୍ଚ୍ଚ ରେ ସହଜରେ ଉତ୍ପାଦନ କରି ହେବାର ଯୋଜନା ବା ମଡେଲ କାର୍ଯ୍ୟକାରୀ କରାଯିବ |ଏନେଇ ପ୍ରାଣୀ ପାଳନ ଓ ମତ୍ସ୍ୟ ପାଳନ ବିଭାଗୀୟ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି ଯେ ବର୍ତମାନ ସେ ପ୍ରାଣୀ ଓ ଗୃହପାଳିତ ପକ୍ଷୀ ଙ୍କର ସମନିତ୍ବ ପାଳନ ଦ୍ୱାରା ଜଣଙ୍କର ବର୍ଜ୍ୟ ଅନ୍ୟ ର ଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବ |

"୨୦୧୦ ରେ ବିହାର ର ପଶୁ ପାଳନ ବିଭାଗୀୟ ମନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲା ବେଳେ ମୋର ଘରେ ୩୦୦ ଛେଳି ଏବଂ ୨୦୦ କୁକୁଡ଼ା ପାଳନ କରୁଥିଲି |କୁକୁଡ଼ା ମାନେ ଛେଳି ଛାଡିଥିବା ଖାଦ୍ୟ ଏବଂ ତାଙ୍କର ବର୍ଜ୍ୟ ଖାଉଥିଲେ ଏବଂ ବର୍ଷକୁ ୧୫୦ ଟି ଅଣ୍ଡା ଦେବା ସାଙ୍ଗରେ ୨ କି.ଗ୍ରା ପର୍ଯ୍ୟନ୍ତ ଓଜନ ଧାର୍ଯ୍ୟ କରୁଥିଲେ ,ତେଣୁ ଅଧିକ ବ୍ୟୟ ନ କରି ଅଣ୍ଡା ଏବଂ ଉତ୍ତମ ମାନ ର ମାଂସ ମଧ୍ୟ ଉତ୍ପାଦନ କରାଯାଉଥିଲା ,"ବୋଲି ସେ ଉଲ୍ଲେଖ କରିଥିଲେ |ଏହା ତାଙ୍କୁ ଜିରୋ ବଜେଟ ପୋଲଟ୍ରି ଫାର୍ମିଙ୍ଗ ର ପ୍ରେରଣା ଦେଇଥିଲା |

ଏନେଇ ମନ୍ତ୍ରାଳୟ ତରଫରୁ ବେଙ୍ଗାଳୁରୁ ଏବଂ ଇଯତ ନଗର ରେ ସ୍ତିତ ୨ ଟି ପରୀକ୍ଷଣ କେନ୍ଦ୍ର କୁ ଏହି ମଡେଲ ଉପରେ ବିଚାର କରିବା ଲାଗି ଅଧିକ ରାଶି ପ୍ରଦାନ କରାଯାଇଛି |ତାଙ୍କ ଠାରୁ ଉପଦେଶ ନେଲା ପରେ ଏହି ମଡେଲ କୁ ରାଜ୍ୟ ର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)