Others

ଓଡ଼ିଶା ‘ୱାନ୍‌ ପୋର୍ଟାଲ’ ରେ ସାମିଲ ହେଲା ୬୪୦ ସେବା

ରାଜ୍ୟରେ ରାଜ୍ୟର ଲୋକଙ୍କ ହିତ ପାଇଁ ରାଜ୍ୟ ସରକାର ଅନେକ ପୋର୍ଟାଲ ବା ଆପ ଲଞ୍ଚ କରିଛନ୍ତି ଯାହା ରାଜ୍ୟବାସୀଙ୍କୁ ସାହାଯ୍ୟ କରୁଛି l ଲୋକଙ୍କ ହାତପାଆନ୍ତାରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

08 May, 2023 7:00 PM IST By: Tanushree Mahapatra

ରାଜ୍ୟରେ ରାଜ୍ୟର ଲୋକଙ୍କ ହିତ ପାଇଁ ରାଜ୍ୟ ସରକାର ଅନେକ ପୋର୍ଟାଲ ବା ଆପ ଲଞ୍ଚ କରିଛନ୍ତି ଯାହା ରାଜ୍ୟବାସୀଙ୍କୁ ସାହାଯ୍ୟ କରୁଛି l  ଲୋକଙ୍କ ହାତପାଆନ୍ତାରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ବିଶେଷକରି କିଛି ଦିନ ତଳେ ସମସ୍ତ ସରକାରୀ ସେବାକୁ ଗୋଟିଏ ମାଧ୍ୟମରେ ଉପଲବ୍ଧ କରାଇବା ପାଇଁ ରାଜ୍ୟବାସୀଙ୍କ ପାଇଁ ଓଡ଼ିଶା ୱାନ ପୋର୍ଟାଲର ବ୍ୟବସ୍ଥା କରାଯାଇଛି ।

ଗତ ୨୦୨୧ ମସିହାରେ ମସିହା ମାର୍ଚ୍ଚ ୫ ତରିଖରେ ଏହି ପୋର୍ଟାଲ ଲୋକାର୍ପିତ ହୋଇଥିଲା l ପରେ ଅଦ୍ୟାବଧି ବିଭିନ୍ନ ବିଭାଗର ମୋଟ୍‌ ୬୪୦ଟି ଅନଲାଇନ ସେବା ଏହି ପୋର୍ଟାଲରେ ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇସାରିଛି । ତନ୍ମଧ୍ୟରୁ ବିଭାଗ ମଧ୍ୟରେ ମୋଟ ୧୫୪ ଟି ସେବାକୁ ଏକତ୍ରୀକରଣ  କରାଯାଇଥିଲା l ପରେ ପରେ ଆଉ ୪୯ଟି ସେବାର ଏକତ୍ରୀକରଣ ପ୍ରକ୍ରିୟା ଜାରି ରହିଛି ସରକାରଙ୍କ ଦ୍ୱାରା ।

ଏହାର ଲକ୍ଷ୍ୟ ଥିଲା ଲୋକମାନଙ୍କ ନିକଟରେ ସମସ୍ତ ସରକାରୀ ସେବା ଉପଲବ୍ଧ କରାଇବା ଏବଂ ଟେକ୍ନୋଲୋଜିକୁ ଗାଁ ଗାଁରେ ପହଞ୍ଚାଇବା l ମୋ ସେବା କେନ୍ଦ୍ର ସହିତ ଓଡ଼ିଶା ୱାନ ପୋର୍ଟାଲର ଶୁଭାରମ୍ଭ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେହିଦିନ ଠାରୁ ଟେକ୍ନେଲୋଜିଭିତ୍ତିକ ଏହି ଦୁଇଟି ପଦକ୍ଷେପ ଗ୍ରାମାଞ୍ଚଳ ଗୁଡିକରେ ସରକାରୀ ସେବା ସହଜରେ ଉପଲବ୍ଧ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।  ସମସ୍ତ ତଥ୍ୟ ଗୋଟିଏ ସ୍ଥାନରେ ମିଳି ପାରୁଛି l  ଲୋକଙ୍କୁ ସଶକ୍ତ କରିବା ସହିତ ସେମାନଙ୍କୁ ସମ୍ମାନର ସହ ସମସ୍ତ ସେବା ଯୋଗାଇବା ଓ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ପ୍ରଥମ ଲକ୍ଷ୍ୟ । ତେବେ 5T ଉପକ୍ରମ ଅନୁଯାୟୀ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ରାଜ୍ୟରେ । ଏହି ସରକାରୀ ଯୋଜନାରେ ସାଧାରଣ ଲୋକେ ଯେପରି ସମସ୍ତ ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇ ପାରିବେ ବିଶେଷ କରି ଏହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ।

ଏହାଦ୍ୱାରା ସମସ୍ତ ସରକାରୀ କାର୍ଯ୍ୟ ସରଳୀକରଣ ହେବା ସହ ଏକାଧିକ ବିଭାଗ ସହ ସମ୍ପୃକ୍ତ ବିଭିନ୍ନ ସରକାରୀ କାର୍ଯ୍ୟ ସହଜରେ ହୋଇ ପାରୁଛି l ଛୋଟ ଛୋଟ ଗାଁ ରେ ମଧ୍ୟ ଲୋକେ ଉପକୃତ ହୋଇପାରୁଛନ୍ତି l ତେବେ ଏଠି ସହିତ ଜଡିତ ଥିବା ବ୍ୟକ୍ତି ତଥା ବିଭାଗମାନେ ଅଧିକରୁ ଅଧି ମାତ୍ରାରେ ଯେପରି ଲୋକଙ୍କ ନିକଟରେ ପହଞ୍ଚିପାରିବେ ସେନେଇ ପଦକ୍ଷେପ ନେବାକୁ ପରାମର୍ଶ ନିଅ ଯାଇଛି ।

ଏହି ଡାଲିଚାଷରୁ ଅଳ୍ପ ଖର୍ଚ୍ଚରେ, ଅଧିକ ଆୟ

ମାର୍କେଟକୁ ଆସିବ ସୁଗାରଫ୍ରି ଚାଉଳ, ଏବେ ଖାଇପାରିବେ ଡାଇବେଟିସ୍ ରୋଗୀ !....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)