Others

ରାଜ୍ୟରେ ନିଯୁକ୍ତି ପାଇବେ ୭,୪୮୩ ନର୍ସ

ରାଜ୍ୟରେ ପୁରାଣ ହେବାକୁ ଥିବା ନର୍ସିଂ ଅଫିସର ପଦ ପୂରଣ ପାଇଁ ୨୦୨୨ ମେ ୫ର ବିଜ୍ଞପ୍ତି ବାତିଲ କରି ୨୦୨୩ ଜାନୁଆରି ୨୧ରେ ସାନି ବିଜ୍ଞପ୍ତି ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍‌ କମିସନ୍‌ ପକ୍ଷରୁ ପୁଣି ପ୍ରକାଶ କରାଯାଇଥିଲା ପରୀକ୍ଷା ନିର୍ଦେଶାବଳୀ ।

20 March, 2023 1:47 PM IST By: Tanushree Mahapatra

ରାଜ୍ୟରେ ପୁରାଣ ହେବାକୁ ଥିବା ନର୍ସିଂ ଅଫିସର ପଦ ପୂରଣ ପାଇଁ ୨୦୨୨ ମେ ୫ର ବିଜ୍ଞପ୍ତି ବାତିଲ କରି ୨୦୨୩ ଜାନୁଆରି ୨୧ରେ ସାନି ବିଜ୍ଞପ୍ତି ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍‌ କମିସନ୍‌ ପକ୍ଷରୁ ପୁଣି ପ୍ରକାଶ କରାଯାଇଥିଲା ପରୀକ୍ଷା ନିର୍ଦେଶାବଳୀ ( 7,483 nurse appointment in odisha ) । ୨୦୨୨ର ବିଜ୍ଞପ୍ତି ଆଧାରରେ ନର୍ସିଂ ଅଫିସର୍‌ ପଦ ସଂପର୍କିତ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଦରଖାସ୍ତ  ପ୍ରାର୍ଥୀଙ୍କୁ ୨୦୨୩ରେ ପୁନଃ ଆବେଦନ କରିବାକୁ ପଡ଼ିବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ରହିଥିଲା ।

ବାରମ୍ବାର ପରୀକ୍ଷା ପାଇଁ ବଦଳୁଥିବା ସମୟ ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରି ପାରିନଥିଲେ ଦରଖାସ୍ତ l ସେମାନଙ୍କୁ ୨୦୨୩ର ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ ବୋଲି ପ୍ରାର୍ଥୀମାନେ ଭାବି ନେଇଥିଲେ । କିନ୍ତୁ ୨୦୨୩ର ବିଜ୍ଞପ୍ତି ଆଧାରରେ ମାର୍ଚ୍ଚ ୧୯ରେ ଅନୁଷ୍ଠିତ ହୋଇଥିଲା ଲିଖିତ ପରୀକ୍ଷା‌ l ପରୀକ୍ଷା ହାତ ଛଡା ହୋଇଥିବା ପ୍ରାର୍ଥୀମାନେ ସମୟ ତଥା ତାରିଖ ଧାର୍ଯ୍ୟ ପ୍ରସଂଗକୁ  ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ  ହୋଇଥିଲେ।

ତେବେ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ୧୦ରୁ ଅଧିକ ପ୍ରାର୍ଥୀଙ୍କ ଆବେଦନ ଗୁଡିକର ଶୁଣାଣି କରି ମାର୍ଚ୍ଚ ୧୯ରେ ଅନୁଷ୍ଠିତ ହୋଇଥିବା  ଲିଖିତ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଆବେଦନକାରୀଙ୍କୁ ଅନୁମତି ଦେବାକୁ କମିସନ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିନେଇ ଆବେଦନକାରୀ ଦରଖାସ୍ତର ହାର୍ଡ କପି କମିସନ୍‌ଙ୍କ ନିକଟରେ ମାର୍ଚ୍ଚ ୧୬ ତାରିଖ ୫ଟା ସୁଦ୍ଧା ଦାଖଲ କରିଥିଲେ । ଦରଖାସ୍ତ ସହିତ ପୂର୍ବର ପଞ୍ଜୀକରଣ, ଦରଖାସ୍ତ ଫର୍ମ, ଆବଶ୍ୟକ ନଥିପତ୍ର ଯଦି ଏହି ସମୟ ଭିତରେ ଆବେଦନକାରୀ ଦାଖଲ କରନ୍ତି ତେବେ ଏହାକୁ କମିସନ୍‌ ବିଚାରକୁ ନେଇ ସେମାନଙ୍କୁ ମାର୍ଚ୍ଚ ୧୯ରେ ଅନୁଷ୍ଠିତ ହେବାକୁ ଥିବା ଲିଖିତ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଆଉ ଏବେ ଗତକାଲି ପରୀକ୍ଷା ମଧ୍ୟ ସେଅସ ହୋଇଛି l  ଆଉ ରାଜ୍ୟରେ ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ । ଏଥିପାଇଁ ଗତକାଲି ଶେଷ ହୋଇଛି ଲିଖିତ ପରୀକ୍ଷା । ସାରା ରାଜ୍ୟର ବିଭିନ୍ନ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ହଜାର ହଜାର ଆଶାୟୀ ପ୍ରାର୍ଥୀ  । କେନ୍ଦ୍ରାପଡ଼ାରେ ଶତାଧିକ ଆଶାୟୀ ପରୀକ୍ଷା ଦେଇଥିବା ନେଇ ସୂଚନା ରହିଛି  । ପ୍ରଥମ କରି ଏତେ ସଂଖ୍ୟାରେ ପଦବୀ ପୂରଣ ହେବାକୁ ଯାଉଥିବାରୁ ସମସ୍ତେ ଖୁସି ପ୍ରକାଶ କରିଛନ୍ତି  । ତେବେ ଏତେ ପରିମାଣରେ ପଦବୀ ପୁରାଣ ହେଉଥିବାରୁ ରାଜ୍ୟବାସୀ ମଧ୍ୟ ଖୁସିରେ ଅଛନ୍ତି କାରଣ ମେଡିକାଲ ଗୁଡିକରେ ନର୍ସଙ୍କ ଅଭାବ ରହିଛି l

ସେହିଭଳି ଢେଙ୍କାନାଳରେ ମଧ୍ୟ ୨୪୬ଜଣ ଆଶାୟୀ ଲିଖିତ ପରୀକ୍ଷା ଦେଇଛନ୍ତି । ସୁରୁଖୁରୁରେ ପରୀକ୍ଷା ପାଇଁ ରାଜ୍ୟରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏତେ ସଂଖ୍ୟକ ପୋଷ୍ଟ ବାହାରିଥିବାରୁ ସମ୍ବଲପୁରରେ ମଧ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସବୁଠି ଶାନ୍ତିଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଛି । ଏତେ ସଂଖ୍ୟାକ ପଦବୀରେ ନିଯୁକ୍ତି ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆଶାୟୀ । ତେବେ ଖୁବ ଶୀଘ୍ର ଏ ପଦବୀ ପୂରଣ ହେବାକୁ ଯାଉଛି l

ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ମିଲେଟ

ରାଜ୍ୟରେ ପଶ୍ଚିମା ଝଡ଼: ଜାରି ହେଲା ସତର୍କ ସୂଚନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)