ରାଜ୍ୟରେ ୯ଟି ଜିଲାରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ଗୁରୁବାର ଏହି ଜିଲାଗୁଡିକୁ ମରୁଡ଼ି ଘୋଷଣା କରିଛନ୍ତି ରାଜ୍ୟ ସରକାର। ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ସୁନ୍ଦରଗଡ଼ ଆଦି ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିବା ଗୁରୁବାର ଯୁଗ୍ମ ଏସ୍ଆର୍ସି ପ୍ରଭାତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଜିଲାଗୁଡ଼ିକର ୬୬ ବ୍ଲକ ୫୬୬ ଗାଁର ୨ ଲକ୍ଷ ୩୩ ହଜାର ୧୭୩ ହେକ୍ଟର ଚାଷ ଜମିରେ ଫସଲ କ୍ଷତି ହୋଇଛି। ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଅଣ ଜଳସେଚିତ ଜମି ହେକ୍ଟର ପିଛା ୬ ହଜାର ୭ଶହ ଟଙ୍କା, ଜଳ ସେଚିତ ଜମି ହେକ୍ଟର ପିଛା ୧୩ ହଜାର ୫ଶହ, ବାରମାସି ଚାଷ ହେଉଥିବା ଜମି ହେକ୍ଟର ପିଛା ୧୮ ହଜାର ଟଙ୍କାର କ୍ଷତିପୂରଣ ମିଳିବ ବୋଲି ସେ କହିଛନ୍ତି।
୯ ଜିଲାକୁ ମରୁଡ଼ି ଘୋଷଣ

04 November, 2018 6:53 PM IST