Others

ଯଦି କେବେ ବ୍ୟସ୍ତ ଲାଗେ !!

ଯଦି କେବେ ବ୍ୟସ୍ତ ଲାଗେ !!

21 May, 2019 2:42 PM IST By: KJ Staff

ଅନେକ ସମୟରେ ଅଫିସର କାର୍ଯ୍ୟ ଚାପ ହେଉ ବା ବସ୍ ର ବ୍ୟବହାର ହେଉ ,ଏହିପରି କିଛି ଅପ୍ରୀତିକର ପରିସ୍ଥିତି ଲାଗି ବହୁତ୍ ବ୍ୟସ୍ତ ଲାଗେ ବା ମନ ଭିତରେ ବହୁ ବିବାଦ ଆସିଥାଏ ।ଏହି ସମୟରେ ମନରେ କ୍ରୋଧ ର ନିଆଁ ଜଳୁଥିଲା ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାକୁ ହୁଏ ଏବଂ ପରିସ୍ଥିତି ର ସମ୍ମୁଖୀନ ହୋଇ କାର୍ଯ୍ୟ କରିବାକୁ ପଡ଼ିଥାଏ।ତେବେ ଏମିତି କିଛି ଆପଣଙ୍କ ସାଙ୍ଗରେ ହେଲେ ନିଶ୍ଚିନ୍ତ ଏହି ଉପାୟ ର ଅବଲମ୍ବନ କରନ୍ତୁ।

-କାନାଡା ରେ ହେଇଥିବା ଗବେଷଣା ଅନୁଯାୟୀ କାମ କରିବା ସାଙ୍ଗରେ ମନକୁ ସ୍ଥିର ରଖିବାକୁ ସଙ୍ଗୀତ ଶୁଣିଲେ ସକାରାତ୍ମକ ଶକ୍ତି ମିଳିଥାଏ ।କାମରେ ଏକାଗ୍ରତା ବୃଦ୍ଧି ପାଏ ହେଲେ ମାନସିକ ସ୍ଥର ରେ କାମ କରୁଥିଲେ ଏହା ଦ୍ବାରା ଅନ୍ୟମନସ୍କ ହୋଇ ପାରନ୍ତି।
ବହୁ ସମୟ ରେ ବସିକି କାମ କରିଲେ ପିଠି ଯନ୍ତ୍ରଣା ହେବା ସ୍ଵାଭାବିକ ।

-ଏହାର ଉପଶମ ଲାଗି ବେକ ର ବ୍ୟାୟାମ କରନ୍ତୁ।

-ପରିସ୍ଥିତି ର ସମ୍ମୁଖୀନ ଲାଗି ଏବଂ ମନ ର ଶାନ୍ତି ଫେରି ପାଇବା ଲାଗି ଅଧିକ ସମୟ ବସି ରଖିବା ଅପେକ୍ଷା ଚାଲ ବୁଲ୍ କରନ୍ତୁ।ଏହି ସମୟରେ ସହକର୍ମୀଙ୍କ ସହ ମଧ୍ୟ ବାର୍ତ୍ତାଳାପ କରିଲେ ବହୁ ସମୟରେ କାମ କରିବାର ଆଗ୍ରହ ବଢ଼ିଥାଏ।ଏହା ଦ୍ବାରା ଶରୀର ରେ ରକ୍ତ ସଞ୍ଚାଳନ ଉଚିତ୍ ଭାବେ ହୁଏ ଏବଂ କାମ କରିବା ବେଳେ ନିଦ ମଧ୍ୟ ଲାଗେ ନାହିଁ।

ନିଜ କାମ ସମ୍ପର୍କରେ ଆଲୋଚନା କରନ୍ତୁ ।ଏପରି କରିବା ଦ୍ବାରା ମୁକ୍ତ ମନରେ କାମରେ ଆଗେଇ ପାରିବେ ଏବଂ ଏହା ସହ ଆତ୍ମସନ୍ତୋଷ ଲାଭ କରିବେ ।


ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଖାଦ୍ୟ ପେୟ ମଧ୍ୟ କାମ କରିବାର ଆଗ୍ରହ କୁ ନିୟନ୍ତ୍ରଣ କରିପାରେ।ତେଣୁ ନିଜର ଦାୟେଟ୍ ର ଧ୍ୟାନ ରଖନ୍ତୁ । ସାଲାଡ଼ ସହ ସବୁଜ ପତ୍ର ଥିବା ଖାଦ୍ୟ ଅଧିକ ଖାଆନ୍ତୁ।ଏହା କ୍ରୋଧ ମଧ୍ୟ ନିୟନ୍ତ୍ରଣ କରିବା ସହ ଏକାଗ୍ରତା ବୃଦ୍ଧି କରେ।


ସର୍ବ ପ୍ରଥମେ ଜଟିଳ ଓ ସମସ୍ୟା ଯୁକ୍ତ କାମ କରନ୍ତୁ।ଏହା କଲେ ବୋଝ କମ୍ ହେବା ପରି ଲାଗେ ଏବଂ କାମ କରିବାରେ ଅଧିକ ଆଗ୍ରହ ବଢ଼ିଥାଏ।ଅନେକ ଏହି କାମ କୁ ପଛରେ ପକାଇ ରଖିଲେ ଚିନ୍ତା ଅଧିକ ବଢେ ଏବଂ ଧର୍ଯ୍ୟ ରୁହେ ନାହିଁ।

ଅଫିସ୍ ଆସିବା ପୂର୍ବରୁ ଫଳ ଭାବେ ମନପସନ୍ଦ ର ଜଳଖିଆ ନିଶ୍ଚିନ୍ତ କରନ୍ତୁ ।ଏହା କାମ କରିବା ର ଆବଶ୍ୟକ ଉର୍ଜା ଯୋଗାଇବା ସଙ୍ଗେ ଆପଣଙ୍କ ମନ ଭଲ ରଖେ ତେଣୁ ଚିନ୍ତା ଲାଘବ ହୁଏ।ସହଜରେ ହଜମ ହୋଇପାରୁଥିବା ଖାଦ୍ୟ କୁ ଜଳଖିଆ ଭାବରେ ଗ୍ରହଣ କରିଥିଲେ ତାହା ଶରୀର ଉପରେ ଉତ୍ତମ ପ୍ରଭାବ ପକାଏ।


ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଶ୍ରାମ।ଦିନ ଭରି ର କାର୍ଯ୍ୟକଳାପ ପରେ ଶରୀର ଓ ବିଶେଷ କରି ମସ୍ତିଷ୍କ କୁ ପର୍ଯ୍ୟାପ୍ତ ବିଶ୍ରାମ ପ୍ରଦାନ କରନ୍ତୁ।ଏହା କଲେ ତା ପର ଦିନ ସକାଳୁ କାମ କରିବା ଲାଗି ଆଗ୍ରହ ବଢ଼ିଥାଏ ।ଭୋକ ନିୟନ୍ତ୍ରଣ କରୁଥିବା ହର୍ମୋନ ନିଦ ମଧ୍ୟ ନିୟନ୍ତ୍ରଣ କରେ ତେଣୁ ଦିନକୁ ୬ ଘଣ୍ଟା ବିଶ୍ରାମ ନେବାର ପ୍ରୟାସ କରନ୍ତୁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)