Others

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲୁଖଣ୍ଡ ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପାଇଁ ଗୁରୁବାରଠାରୁ ଖୋଲିଛି ବାଲୁଖଣ୍ଡ ଅଭୟାରଣ୍ୟ। ବର୍ଷା ଋତୁ ପାଇଁ ୨ ମାସ ଧରି ଅଭୟାରଣ୍ୟ ବନ୍ଦ ରହିଥିଲା। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ଼ରେ ରହିଥିବା ବାଲୁଖଣ୍ଡ ଅଭୟାରଣ୍ୟର ଫୁଲ ପାଟଣା ଚେକ୍‌ ଗେଟ୍‌ ଖୋଲିଛି। ପର୍ଯ୍ୟଟକମାନେ ବାଲୁଖଣ୍ଡ ଅଭୟାରଣ୍ୟ, ପ୍ରକୃତି ନିବାସ ବୁଲିବାର ସୁବିଧା ପାଇବେ। ଏହା ସହିତ ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ସମୁଦ୍ର ବେଳାଭୁମିରେ ମଧ୍ୟ ସମୟ ବିତାଇପାରିବେ। ବାଲୁଖଣ୍ଡ ଅଭୟାରଣରେ ଚିତ୍ରା ହରିଣ ମଧ୍ୟ ଦେଖିବାର ସୁଯୋଗ ପାଇବେ। ବାଲୁଖଣ୍ଡ ବୁଲିବା ପାଇଁ ପ୍ରବେଶ ଶୁଳ୍କ ପ୍ରତି ପର୍ଯ୍ୟଟକଙ୍କ ପାଇଁ ୪୦ ଟଙ୍କା ରଖାଯାଇଛି। ୧୦ ଜଣିଆ ଗ୍ରୁପ୍‌ରେ ଆସିଲେ ଜଣ ପିଛା ୨୫ ଟଙ୍କା ରହିଛି। ସେହିପରି ଛାତ୍ରୀଛାତ୍ରଙ୍କ ପାଇଁ ୨୦ ଟଙ୍କା ରହିଛି। ୧୦ ଜଣିଆ ଗ୍ରୁପ୍‌ ଅଧିକ ଆସିଲେ ଜଣ ପିଛା ୧୦ ଟଙ୍କା ପ୍ରବେଶ ଶୁଳ୍କ ରଖାଯାଇଛି।

04 November, 2018 6:54 PM IST By: KJ Staff