Others

ବିଶ୍ୱ ଇତିହାସ ରେ ଏକ ଅଦ୍ଭୁତ ପୃଷ୍ଠା

ବିଶ୍ୱ ଇତିହାସ ରେ ଏକ ଅଦ୍ଭୁତ ପୃଷ୍ଠା

11 April, 2019 10:07 AM IST By: KJ Staff

୨୯ ବର୍ଷ ର ମହିଳା କଲେ ବ୍ଲାକ ହୋଲ ର ସମୀକ୍ଷା !!

ବ୍ରହ୍ମାଣ୍ଡ ଓ ସୃଷ୍ଟି ର କଳ୍ପନା ଆଜି ଯାଏ ସମ୍ପୂର୍ଣ ହୋଇ ନାହିଁ ବା କେବେ ହେଲେ ହୋଇପାରିବ ନାହିଁ |ବିଶାଳ ଏହି ବ୍ରମହାଣ୍ଡ ର ଏକ ଅଦ୍ଭୁତ ଓ ରୋମାଞ୍ଚକ ଭାଗ ବ୍ଲାକ ହୋଲ |


କଣ ସେଇ ବ୍ଲାକ ହୋଲ :
ସମ୍ପୂର୍ଣ  କଳା ରଙ୍ଗ ର ଏହି ବିଚିତ୍ର ତଥ୍ୟ ଚୁମ୍ବକ ସଦୃଶ ନିଜ ଆଖ ପାଖ ର ସମସ୍ତ ଦ୍ରବ୍ୟ କୁ ନିଜ ମଧ୍ୟ କୁ ଆକର୍ଷିତ କରେ ଏବଂ ସବୁ କିଛି ସେଇଥିରେ ହିଁ ଲୀନ ହୋଇଯାଇଥଏ |ଏପରିକି ଏହା ସମସ୍ତ ଆଲୋକ କୁ ମଧ୍ୟ ନିଜ ମଧ୍ୟ ରେ ଗ୍ରାସ କରେ ଫଳରେ ଏହାକୁ ଦେଖି ହୁଏ ନାହିଁ ବା ଏହାର ଚିତ୍ର ଅଙ୍କନ ମଧ୍ୟ କରିହୁଏନାହିଁ |ତେଣୁ ଏହାର ନାମ ବ୍ଲାକ ହୋଲ

 

ତେବେ ଏହି ପରିକଳ୍ପନା ର ଛବି ଅଙ୍କିଛନ୍ତି ୨୯ ବର୍ଷ ର ମହିଳା ,କେଟି ବଉମ୍ୟାନ ଏବଂ ତାଙ୍କ ସହକର୍ମୀ |ଗତ ୧୦ ତାରିଖ ଦିନ ହାବାର୍ଡ ବିଶ୍ୱବିଦ୍ୟାଳୟ ର ଏକ ଛୋଟ କକ୍ଷ ରେ ବସି ଅସମ୍ଭବ କୁ ସମ୍ଭବ କରିବାକୁ ଲାଗିଥିଲେ ୪ ଜଣିଆ ବିଶିଷ୍ଟ ଏହି ଟିମ | ବଉମ୍ୟାନ କମ୍ପୁଟର ,ଜ୍ୟୋତିଷ ଏବଂ ଅନ୍ତରୀକ୍ଷ ର ଭୌତିକ ବିଜ୍ଞାନ ଉପରେ ନିଜର ପାରଙ୍ଗମତା ଦ୍ୱାରା ବହୁ ବର୍ଷ ରୁ ବିଶ୍ୱ ର କୋଣ ଅନୁକୋଣ ରୁ ବହୁ ବୈଜ୍ଞାନିକ ମାନଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇଥିବା ତଥ୍ୟ କୁ ପ୍ରଥମେ ଏକ ହାର୍ଡ ଡିସ୍କ ରେ ରଖି ,ନିଜର ଆଲଗୋରିଥିମ ସାହାଯ୍ୟରେ ଏହି ପରି ଏକ ଅସ୍ପଷ୍ଟ ପରିକଳ୍ପନା କୁ ପ୍ରକୃଷ୍ଟ ଭାବେ ଚିତ୍ରିତ କରି ଦେଖାଇ ପାରିଛନ୍ତି |

ବ୍ଲାକ ହୋଲ ର ଚିତ୍ର ଏକ ମୁଦି ସଦୃଶ ,ଯାହାର ମଧ୍ୟ ଭାଗ ସମ୍ପୂର୍ଣ କଳା ବା ଅନ୍ଧାର ଏବଂ ଚାରି ପାର୍ଶ୍ୱ ରେ ଦେଖିପାରିବେ ଏକ ସୁବର୍ନ ରଙ୍ଗ ର ଗୋଲାକାର ଆକୃତି |ଏତେ ବର୍ଷ ର ପରିଶ୍ରମ ପରେ ଏହି ଚିତ୍ର ଟି ଏତେ ସହଜ ରେ ସ୍ପଷ୍ଟ ହୋଇପାରିବା ଅବିଶ୍ୱାସନୀୟ ବୋଲି ସ୍ପଷ୍ଟ କରିଥିଲେ କେଟି |ଗବେଷଣା କଲା ବେଳେ ସେ ଏହି ତଥ୍ୟ ସେ ନିଜ ପରିବାର କୁ ମଧ୍ୟ ଜାଣିନଥିଲେ ବୋଲି କହିଛନ୍ତି |

ବ୍ଲାକ ହୋଲ ଟି ଏମ ୮୭ ଗ୍ୟାଲେକ୍ସି ବା ଆକାଶ ଗଙ୍ଗା ରେ ଦେଖିବାକୁ ମିଳିଥିଲା|

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)