Others

ଖାଦ୍ୟ ଶସ୍ୟ କ୍ରୟକୁ କେନ୍ଦ୍ର ବିକେନ୍ଦ୍ରୀକରଣ କରିବ

ବର୍ତ୍ତମାନ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ଯାହା ଦ୍ଵାରା କୃଷକ ଏବଂ ବ୍ୟବସାୟୀମାନେ ଖାଦ୍ୟଶସ୍ୟର ବ୍ୟବସାୟରେ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବେ ନାହିଁ । ବାସ୍ତବରେ କେନ୍ଦ୍ର ସରକାର ଖାଦ୍ୟଶସ୍ୟ କ୍ରୟକୁ ବିକେନ୍ଦ୍ରୀକରଣ କରିବାକୁ ଯାଉଛନ୍ତି ।

21 September, 2021 2:27 PM IST By: Sugyan Kumar Nayak

ବର୍ତ୍ତମାନ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ଯାହା ଦ୍ଵାରା କୃଷକ ଏବଂ ବ୍ୟବସାୟୀମାନେ ଖାଦ୍ୟଶସ୍ୟର ବ୍ୟବସାୟରେ କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବେ ନାହିଁ । ବାସ୍ତବରେ କେନ୍ଦ୍ର ସରକାର ଖାଦ୍ୟଶସ୍ୟ କ୍ରୟକୁ ବିକେନ୍ଦ୍ରୀକରଣ କରିବାକୁ ଯାଉଛନ୍ତି । ଏବେ ଖାଦ୍ୟଶସ୍ୟର ବେପାର FCI ବଦଳରେ ରାଜ୍ୟ ମାଧ୍ୟମରେ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କୁ ସବସିଡି ପ୍ରଦାନ କରାଯିବ। ରାଜ୍ୟଗୁଡିକରୁ କ୍ରୟ ପରେ ଖାଦ୍ୟ ଶସ୍ୟ FCI ରେ ପହଞ୍ଚିବ। ଖାଦ୍ୟ ଶସ୍ୟର ଗୁଣବତ୍ତା ପରୀକ୍ଷା କରିବା ପାଇଁ ରାଜ୍ୟମାନେ ଦାୟୀ ରହିବେ ।

ଲାଭ କଣ ହେବ

ଖାଦ୍ୟ ଶସ୍ୟର ବିକ୍ରି ସହଜ ହେବ, କାରଣ କାର୍ଯ୍ୟମାନ ବିଭିନ୍ନ ସ୍ତରରେ ବିଭକ୍ତ ହେବ ଏବଂ କାର୍ଯ୍ୟ ସହ ଜଡିତ ଦାୟିତ୍ୱ ମଧ୍ୟ ସ୍ଥିର ହେବ । ଏହା ସହିତ କୃଷକ ଏବଂ ବ୍ୟବସାୟୀମାନେ ମଧ୍ୟ ଆର୍ଥିକ ସୁବିଧା ପାଇବେ, ଯାହା ଅଧୀନରେ ସେମାନେ କେବଳ ଆଞ୍ଚଳିକ ସ୍ତରର ୟୁନିଟ୍ ଗୁଡିକରୁ ଲାଭ ପାଇପାରିବେ । ବିକେନ୍ଦ୍ରୀକରଣ ସୁବିଧା ଦ୍ୱାରା ପ୍ରଶାସନିକ କାର୍ଯ୍ୟ ପାଇଁ କେନ୍ଦ୍ର ଉପରେ ନିର୍ଭର କରିବାର କୋଣସି ଆବଶ୍ୟକତା ରହିବ ନାହିଁ  ଏବଂ ଆଞ୍ଚଳିକ ସ୍ତରରେ ଆବଶ୍ୟକ ପ୍ରଶାସନିକ ଅଧିକାରୀ / କର୍ମଚାରୀମାନେ ଉତ୍ତରଦାୟୀ ହେବେ ।

କୃଷକମାନେ ଉପକୃତ ହେବେ

ବିଶେଷଜ୍ଞମାନଙ୍କର କହିବା କଥା ଯେ ଖାଦ୍ୟ ଶସ୍ୟ କ୍ରୟକୁ ବିକେନ୍ଦ୍ରୀକରଣ କରିବା କୃଷକମାନଙ୍କ ପାଇଁ ଲାଭଦାୟକ ହେବ, କାରଣ ଏହା ଦ୍ୱାରା ସ୍ଥାନୀୟ ସ୍ତରରେ ସମସ୍ୟାକୁ ବୁଝିବା ଓ ତାହାର ସମାଧାନ କରିବା ସହଜ ହେଇଯିବ । ସ୍ଥାନୀୟ ସ୍ତରରେ ଅଧିକାରୀମାନେ ଖୁବ ଶୀଘ୍ର ନିଷ୍ପତ୍ତି ନେଇପାରିବେ, ଯାହା ଦ୍ୱାରା କାର୍ଯ୍ୟଗୁଡ଼ିକରେ ତୀବ୍ରତା ହେବ ଏବଂ ଅନାବଶ୍ୟକ ବିଳମ୍ବ ହେବ ନାହିଁ ।

ଧନରାଶିର ହେବ ଉପଯୁକ୍ତ ବ୍ୟବହାର

ଯଦି ରାଜ୍ୟଗୁଡିକ ଦ୍ୱାରା ଖାଦ୍ୟ ଶସ୍ୟର କ୍ରୟ କରାଯାଏ, ତେବେ ଏହି କାର୍ଯ୍ୟ ସହିତ ଜଡିତ ଧନରାଶିର ସଠିକ୍ ଭାବରେ ଉପଯୋଗ ହୋଇ ପାରିବ, କାରଣ ଏହା ସ୍ଥାନୀୟ ଲୋକଙ୍କ ତଦାରଖରେ ହେବ । ଏଥି ସହିତ, ବିକେନ୍ଦ୍ରୀକରଣ କ୍ରୟ ବ୍ୟବସ୍ଥା ମାଧ୍ୟମରେ ବିକାଶ ଯୋଜନା ଏବଂ କାର୍ଯ୍ୟକାରିତାରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ ହୋଇପାରିବ । କେବଳ ଏତିକି ନୁହେଁ, ଅଲଗା ଅଲଗା ରାଜ୍ୟ ସେମାନଙ୍କର ସ୍ଥାନୀୟ ସ୍ତର ଏବଂ ପରିବେଶର ଆବଶ୍ୟକତା ଅନୁସାରେ କ୍ରୟ କାର୍ଯ୍ୟର କରିବାକୁ ସକ୍ଷମ ହେବେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)