Others

ବିଦେଶରେ ଭାରତୀୟ ମସଲାର ଚାହିଦା ବୃଦ୍ଧି ପାଉଛି !!

ଭାରତର ମସଲାକୁ ବିଦେଶୀମାନେ ବହୁତ ପସନ୍ଦ କରୁଛନ୍ତି, ଗତ ୫ ବର୍ଷରେ ଭାରତରୁ ମସଲା ଉତ୍ପାଦଗୁଡିକ ରପ୍ତାନି ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ବିଷୟରେ ସ୍ପାଇସ ବୋର୍ଡ ଓଫ ଇଣ୍ଡିଆ ରିପୋର୍ଟ କହୁଛି ଯେ, ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ଭାରତରେ ତିଆରି ମସଲାର ଚାହିଦା ବିଦେଶରେ ବୃଦ୍ଧି ପାଇଛି ।

25 September, 2021 9:39 AM IST By: Sugyan Kumar Nayak

ଭାରତର ମସଲାକୁ ବିଦେଶୀମାନେ ବହୁତ ପସନ୍ଦ କରୁଛନ୍ତି, ଗତ ୫ ବର୍ଷରେ ଭାରତରୁ ମସଲା ଉତ୍ପାଦଗୁଡିକ ରପ୍ତାନି ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ବିଷୟରେ ସ୍ପାଇସ ବୋର୍ଡ ଓଫ ଇଣ୍ଡିଆ ରିପୋର୍ଟ କହୁଛି ଯେ, ୨୦୧୫ ରୁ  ୨୦୨୦ ପର୍ଯ୍ୟନ୍ତ ଭାରତରେ ତିଆରି ମସଲାର ଚାହିଦା ବିଦେଶରେ ବୃଦ୍ଧି ପାଇଛି ।

୨୦୧୭ ଠାରୁ ରପ୍ତାନିରେ ବୃଦ୍ଧି

ମସଲା ଉତ୍ପାଦ ରପ୍ତାନିରେ ପ୍ରଥମେ ୨୦୧୭-୨୦୧୮ରେ ବୃଦ୍ଧି ଆସିଥିଲା, ଯେତେ ବେଳେ ୭,୯୭,୧୪୫ ଟନ ମସଲା ରପ୍ତାନି ହୋଇଥିଲା, କୁହାଯାଉଛି କି ଏହି ରପ୍ତାନି ସାଧାରଣ ଅପେକ୍ଷା ୧୮ ପ୍ରତିଶତ ଅଧିକ ହୋଇଥିଲା । ୨୦୧୯-୨୦୨୦ରେ ରପ୍ତାନି ହ୍ରାସ ପାଇଥିଲା, ଯାହାର ମୁଖ୍ୟ କାରଣ ଲକଡାଉନ୍ଏବଂ ଆମଦାନୀ-ରପ୍ତାନି ପ୍ରତିବନ୍ଧକ ଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ ଯଦି ଲକଡାଉନ୍ ପରିସ୍ଥିତି ନଥାନ୍ତା ତେବେ ଭାରତରୁ ମସଲା ରପ୍ତାନି ଅଧିକ ହୋଇଥାନ୍ତା ।

ଏହି ମସଲାଗୁଡ଼ିକର ଚାହିଦା ଅଧିକ ଥିଲା

ମିଳିଥିବା ସୂଚନା ଅନୁଯାୟୀ ବିଦେଶରେ ସର୍ବାଧିକ ଭାରତର ହେଙ୍ଗୁ, ଛୋଟ ଆଲେଇଚ, ଜୀରା ଏବଂ ରସୁଣ ରପ୍ତାନି ହୋଇଥିଲା । ଏହା ବ୍ୟତୀତ ଜୁଆଣି, ସୋରିଷ ଏବଂ କ୍ରୟ ବିକ୍ରୟ ବିଦେଶରେ ଜୋରଦାର ହୋଇଥିଲା ।

କିଛି ମସଲାର ରପ୍ତାନି ମୂଲ୍ୟ ବୃଦ୍ଧି

ମିଳିଥିବା ସୂଚନା ଅନୁଯାୟୀ, କିଛି ମସଲାର ରପ୍ତାନି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।  ମୂଲ୍ୟ ଯୁକ୍ତ ଉତ୍ପାଦରେ ଭୃଶୁଙ୍ଗ ପତ୍ର, ପୋଦିନା ମସଲାର ତେଲ ଇତ୍ୟାଦି ରହିଲା । ସବୁଠାରୁ ଅଧିକ ଛୋଟ ଆଲେଇଚ ବିକ୍ରି ହୋଇଥିଲା ସବୁ ମସଲା ମଧ୍ୟରେ ଛୋଟ ଅଳେଇଚ ସବୁଠାରୁ ଅଧିକ ରପ୍ତାନି ରହିଥିଲା । ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ, ଏପ୍ରିଲରୁ ମାର୍ଚ୍ଚ ପର୍ଯ୍ୟନ୍ତ ୪୧୮୦ ଟନ ଛୋଟ ଆଲେଇଚ ରପ୍ତାନି କରାଯାଇଥିଲା ।

କରୋନା ସମୟରେ ବୃଦ୍ଧି ପାଇଲା ଔଷଧୀୟ ମସଲାର ଚାହିଦା

୨୦୨୦ ତଥ୍ୟ ଅନୁଯାୟୀ, ଭାରତୀୟ ମସଲା ରପ୍ତାନିରେ ୨୦୧୮ ତୁଳନାରେ ରପ୍ତାନିରେ ହ୍ରାସ ପାଇଛି, କିନ୍ତୁ ଔଷଧୀୟ ମସଲାର ଚାହିଦା ବୃଦ୍ଧି ପାଇଛି । ଏପ୍ରିଲ ରୁ ଜୁଲାଇ (୨୦୨୦) ରେ ୪.୩୩ ଲକ୍ଷ ଟନ ଔଷଧୀୟ ମସଲା ରପ୍ତାନି ଭାରତରୁ ହୋଇଥିଲା ଯାହାର ଆନୁମାନିକ ମୂଲ୍ୟ ୭୭୬୦ କୋଟି ଟଙ୍କା ଥିଲା ।

ଭାରତୀୟ ମସଲା ସ୍ୱାସ୍ଥ୍ୟ ଉପକାର ପାଇଁ ଜଣାଶୁଣା

ଆପଣମାନେ ଜାଣିରଖନ୍ତୁ ଯେ ଭାରତୀୟ ମସଲାଗୁଡ଼ିକ ସେଗୁଡ଼ିକର ପ୍ରାକୃତିକ ରୂପ, ଗୁଣ, ସ୍ୱାଦ ଏବଂ ସୁଗନ୍ଧ  ପାଇଁ ଜଣାଶୁଣା । ବିଦେଶରେ ଏହା ଶୁଦ୍ଧତାର ପ୍ରତୀକ ଭାବରେ ଜଣାଯାଏ, ଯାହା ବ୍ୟବହାରରେ ଅତିରିକ୍ତ କ୍ୟାଲୋରୀ ବୃଦ୍ଧି ହୁଏ ନାହିଁ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)