Others

ମାଛ ମଞ୍ଜିରୁ ବରା

ଆବଶ୍ୟକୀୟ ଉପକରଣ: ମାଛ ମଞ୍ଜି :୧ କି, ଗ୍ରା ବେସନ - ୧୦୦ଗ୍ରାମ ଅଦା,ରସୁଣ ବଟା-୩୦ ଗ୍ରାମ ଲଙ୍କାଗୁଣ୍ଡ -୩୦ ଗ୍ରାମ

30 November, 2018 6:32 PM IST By: KJ Staff

ଆବଶ୍ୟକୀୟ ଉପକରଣ:
ମାଛ ମଞ୍ଜି :୧ କି, ଗ୍ରା
ବେସନ - ୧୦୦ଗ୍ରାମ
ଅଦା,ରସୁଣ ବଟା-୩୦ ଗ୍ରାମ
ଲଙ୍କାଗୁଣ୍ଡ -୩୦ ଗ୍ରାମ

ମିଶ୍ରିତ ଘୋଳ - ଅଣ୍ଡା ୪ ଟା+ କନଫ୍ଲୋର୍-୩୦ ଗ୍ରାମ
ଗରମ୍ ମସଲା -୪ ଗ୍ରାମ
ସୋରିଷ ତେଲ- ୫୦୦ ମି,ଲି
ଲୁଣ - ସ୍ଵାଦ ବଢାଇବା
ପାଉଁରୁଟି ଗୁଣ୍ଡ - ୨୦୦ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ:
ମାଛ ମଞ୍ଜି ରେ ଉପରୁକ୍ତ ସମସ୍ତ ମସଲା ( ମିଶ୍ରିତ ଘୋଳ ଓ ପାଉଁରୁଟି ଗୁଣ୍ଡ ବ୍ୟତୀତ) ମିଶାଇ ଭଲ କରି ଫେଣ୍ଟି ଦିଅନ୍ତୁ।ଏହି ମିଶ୍ରଣ କୁ ବର୍ଗାକାର ଛାଞ୍ଚରେ ଭର୍ତି କରି ପ୍ରେସର୍ କୁକରରେ ୧୫ ପାଉଣ୍ଡ ଚାପରେ ୧୫ ମିନିଟ୍ ରାନ୍ଧନ୍ତୁ। ପ୍ରେସର୍ କୁକର୍ ଥଣ୍ଡା ହେବା ପରେ ମଞ୍ଜିକୁ ଛାଞ୍ଚରୁ ବାହାର କରି ନିଜ ଇଚ୍ଛା ରେ ପତଳା ସ୍ଲାଇସ କରି ଅଣ୍ଡା ଓ କନଫ୍ଲୋର୍ ମିଶ୍ରିତ ଘୋଳ ରେ ବୁଡାଇ ଅଳ୍ପ ପାଉଁରୁଟି ଗୁଣ୍ଡ ଛିଞ୍ଚି ଗରମ ତେଲ ରେ ଛାଣନ୍ତୁ
ପ୍ରସ୍ତୁତ ହୋଇଗଲା ମାଛ ମଞ୍ଜି ବରା।