Others

ଆପଣ ଶୀତ ଋତୁରେ ଏହି ପାଞ୍ଚଗୋଟି ଖାଦ୍ୟକୁ ଭୁଲନ୍ତୁ ନାହିଁ

ଶୀତୁଆ ପାଗ ଆମର ଶରୀରକୁ ପ୍ରଭାବିତ କରେ ଏବଂ ଆମେ ଆମର ଶକ୍ତି ସ୍ତରରେ ଏବଂ ପସନ୍ଦର ଖାଦ୍ୟରେ ପରିବର୍ତ୍ତନ ଅନୁଭବ କରୁ l ଅତ୍ୟଧିକ ଶୀତ ସମୟରେ ଆମେ ଜିମ ଯିବା ଇଛାକୁ ବାତିଲ କରୁଛେ l ଆମ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣନ୍ତି ଯେ, ଏହି ଶୀତ ଋତୁରେ ଆମର ଶରୀର ସ୍ୱାସ୍ଥ୍ୟକର ଖାଦ୍ୟ ଦରକାର କରେ l ଏହା ଦ୍ୱାରା ଆମର ଶରୀର ସୁସ୍ଥ ରହେ ଏବଂ ଶୀତ ଋତୁରେ ଆମେ ଆରାମ ଅନୁଭବ କରୁ l

15 December, 2020 6:04 PM IST By: Sugyan Kumar Nayak

ଶୀତୁଆ ପାଗ ଆମର ଶରୀରକୁ ପ୍ରଭାବିତ କରେ ଏବଂ ଆମେ ଆମର ଶକ୍ତି ସ୍ତରରେ ଏବଂ ପସନ୍ଦର ଖାଦ୍ୟରେ ପରିବର୍ତ୍ତନ ଅନୁଭବ କରୁ l ଅତ୍ୟଧିକ ଶୀତ ସମୟରେ ଆମେ ଜିମ ଯିବା ଇଛାକୁ ବାତିଲ କରୁଛେ l ଆମ ମାନଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣନ୍ତି ଯେ, ଏହି ଶୀତ ଋତୁରେ ଆମର ଶରୀର ସ୍ୱାସ୍ଥ୍ୟକର ଖାଦ୍ୟ ଦରକାର କରେ l ଏହା ଦ୍ୱାରା ଆମର ଶରୀର ସୁସ୍ଥ ରହେ ଏବଂ ଶୀତ ଋତୁରେ ଆମେ ଆରାମ ଅନୁଭବ କରୁ l

ଓଟମିଲ୍

ସାଧାରଣତଃ ଓଟମିଲ୍ ଏକ ଜଳଖିଆ ଭାବରେ ଜଣାଶୁଣା ଅଟେ l ଏହା ଛଡ଼ା ଶୀତ ଋତୁରେ ଓଟମିଲ୍ ଶରୀରକୁ ଉପଯୋଗୀ ପୋଷକଗୁଡ଼ିକ ପ୍ରଦାନ କରିଥାଏ l ଓଟମିଲରେ ପ୍ରଚୁର ପରିମାଣରେ ଜିଙ୍କ ଥାଏ, ଯାହା ପ୍ରତିରୋଧକ ଶକ୍ତି ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଅଟେ ଏବଂ ଓଟମିଲରେ ଦ୍ରବଣୀୟ ତନ୍ତୁ ରହିଥାଏ l ଏହା ହୃଦୟର ସ୍ୱାସ୍ଥ୍ୟ ନିମନ୍ତେ ବିଶେଷ ଉପଯୋଗୀ ଅଟେ l ତାତକ୍ଷଣିକ ଓଟମିଲ୍ ସୁବିଧାଜନକ ହୋଇଥିଲେ ମଧ୍ୟ ଏହା ଟିକେ ଅଧିକ ମୂଲ୍ୟର ହୋଇଥାଏ l  

ଚେରଜାତୀୟ ପନିପରିବା

ସ୍ଥାନୀୟ ଭାବରେ କୃଷକମାନଙ୍କ ଠାରୁ ମିଳୁଥିବା ଚେରଜାତୀୟ ପନିପରିବା ଶୀତ ଋତୁ ନିମନ୍ତେ ବିଶେଷ ଉପାଦେୟ ଅଟେ l ଗାଜର, ବିଟ୍, ଏବଂ ସାଲଗମ ଇତ୍ୟାଦି ଏଥିରେ ଅନ୍ତର୍ଭୁକ୍ତ l ଶୀତ ଋତୁରେ ଆପଣ ଏଗୁଡ଼ିକୁ ଖାଦ୍ୟରେ ମିଶାଇ ଏହାର ଲାଭ ଉଠାଇବା ଦରକାର l ବିଟା-କାରୋଟିନ ବୃଦ୍ଧି କରିବା ନିମନ୍ତେ ଗାଜରକୁ ଭାଜି କରି ଖାଆନ୍ତୁ l ଭିଟାମିନ୍ ସି ଏବଂ ଏ ନିମନ୍ତେ ସାଲଗମକୁ ସିଝାଇ ଖାଇପାରନ୍ତି l

ସୁପ୍

ଶୀତ ଋତୁରେ ପନିପରିବାର ସୁପ୍ ଶରୀର ନିମନ୍ତେ ବହୁତ ଲାଭଦାୟକ ଅଟେ l ଏହାର ପ୍ରସ୍ତୁତି ମଧ୍ୟ ବହୁତ ସରଳ ଅଟେ l ଆପଣ ନିଜ ପସନ୍ଦର ଆମିଷଜାତୀୟ ସୁପ୍ ମଧ୍ୟ ପ୍ରସ୍ତୁତ କରିପାରିବେ l ସ୍ୱାସ୍ଥ୍ୟକର ଜୀବନଶୈଳୀ ନିମନ୍ତେ 100 ପ୍ରତିଶତ ଶସ୍ୟ ଜାତୀୟ ସୁପ୍ ଗ୍ରହଣ କରନ୍ତୁ l

ଟୁନା ମାଛ

ଟୁନା ମାଛରେ ପ୍ରଚୁର ପରିମାଣରେ ଭିଟାମିନ୍ ଡି ରହିଥାଏ ଏବଂ ସ୍ୱଳ୍ପ ପରିମାଣର ଚର୍ବି ଏବଂ ଶର୍କରା ରହିଥାଏ l ଶୀତ ଋତୁରେ ସୂର୍ଯ୍ୟ କିରଣ ବହୁତ କମ ପରିମାଣରେ ମିଳୁଥିବାରୁ ଭିଟାମିନ୍ ଡି ରହିଥିବା ଖାଦ୍ୟଗୁଡ଼ିକ ଗ୍ରହଣ କରିବା ଉଚିତ l ଏହି ପ୍ରକାରର ଖାଦ୍ୟ ହାଡ଼କୁ ସୁସ୍ଥ ରଖେ l ଭିଟାମିନ୍ ଡି ଅଭାବରୁ ଶରୀର ବୃଦ୍ଧିରେ ବାଧା ଉପୁଜେ, ହାଡ଼ ଦୁର୍ବଳ ହୁଏ ଏବଂ ହୃଦରୋଗର ଆଶଙ୍କା ଥାଏ l

ବ୍ରୋକୋଲି ଏବଂ ଫୁଲକୋବି

ଶୀତ ଋତୁରେ ଆପଣଙ୍କର ଛୋଟ ମୋଟ ଶାରୀରିକ ଅସୁସ୍ଥତାକୁ ଦୂରେଇ ରଖିବାରେ ବ୍ରୋକୋଲି ଏବଂ ଫୁଲକୋବି ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି; ଉଭୟରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ l ଏହି ଭିଟାମିନ୍ ସି ବର୍ଦ୍ଧିତ ପ୍ରତିରୋଧକ ଶକ୍ତି ସହିତ ଜଡ଼ିତ ଅଟେ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)