Others

ଅଧିକ ଖର୍ଚ ଲାଗି ହୁଅନ୍ତୁ ପ୍ରସ୍ତୁତ!!

ଅଧିକ ଖର୍ଚ ଲାଗି ହୁଅନ୍ତୁ ପ୍ରସ୍ତୁତ!!

03 December, 2019 9:04 AM IST By: KJ Staff

ଟ୍ରାଫିକ ନିୟମ ଉଲଂଘନ ରେ କଟିବ ଚାଲାଣ ..
ପୁଣି ମୋବାଇଲ ଫୋନ ଲାଗି ଦେବେ ଅଧିକ ଟଙ୍କା

ଚଳିତ ମାସ ରେ ସାଧାରଣ ଜନତା ହୋଇପାରନ୍ତି ଅଧିକ ଖର୍ଚ୍ଚାନ୍ତ |ଟ୍ରାଫିକ ନିୟମ ଡିସେମ୍ବର ପହିଲା ରୁ ଅଧିକ କଡାକଡି ହେବା ସହ ଏବେ ମୋବାଇଲ ଫୋନ ରିଚାର୍ଜ ବାବଦ ରେ ମଧ୍ୟ ଆପଣ ବେଶ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି |

ଆର.ଟି.ଓ -୧ ର ପୋଲିସ କର୍ମଚାରୀ ଏକ ମଟର ସାଇକେଲ ଚାଲାକ ଙ୍କ ଉପରେ ୫୦୦୦ ଟଙ୍କା ର ରାସ୍ତା ର ବିପରୀତ ଦିଗ ରେ ଗାଡି ଚଳାଉଥିବା ଲାଗି ଚାଲାଣ କାଟିଥିଲା ବେଳେ ଆର.ଟି.ଓ ୨ ରୁ ୪୬ ମୋବାଇଲ ରେ କଥା ହେବା ,ବିପରୀତ ଦିଗ ରେ ଚଳାଇବା ଲାଗି ଏବଂ ୩ ଜଣ ବସାଇ ଗାଡି ଚଳାଇବାରୁ ଚାଲାଣ କାଟିଥିଲେ|

ସେହିପରି ବାଲେଶ୍ୱର,ଭଦ୍ରକ ଗଞ୍ଜାମ ,କଟକ ଆଦି ସ୍ଥାନ ର ବହନ ଚାଲାକ ଙ୍କୁ ମଧ୍ୟ ଏହିପରି ବିଭିନ୍ନ କାରଣ ଲାଗି ଜୋରିମାନା ଦେବାକୁ ପଡିଛି|

୪ ଚକିଆ ବାହାନ ଲାଗି ସ୍ପିଡ଼ ଲିମିଟ ସହର ମଧ୍ୟରେ ଘଣ୍ଟା କୁ ଅତିବେଶୀ ରେ ୫୦ କି.ମି ବେଗ ଧାର୍ଯ୍ୟ କରାଯାଇଥିଲା ବେଳେ ଏହା ଜାତୀୟ ରାଜପଥ ରେ ୭୦ କି.ମି ପ୍ରତି ଘଣ୍ଟା ବେଗ ରେ ଗାଡି ଚଲାପରିବେ ବୋଲି କହିଛି କମିସନରେଟ ପୋଲିସ |

ଅନ୍ୟ ପକ୍ଷେ ଆଜି ଠାରୁ ବୃଦ୍ଧି ପାଇବ ମୋବାଇଲ ରିଚାର୍ଜ ର ଦର|ଭୋଡାଫୋନ-ଆଇଡ଼ିଆ ସମେତ ଏୟାରଟେଲ ର ପ୍ରିପେଡ଼ ପ୍ଲାନ ରେ ଶତକଡା ୪୨ ଭାଗ ର ବୃଦ୍ଧି ଦେଖିବାକୁ ମିଳିବ ସାଙ୍ଗରେ ଗ୍ରହଙ୍କ ଅତି ପ୍ରିୟ ରିଲାଏନ୍ସ ଜିଓ ମଧ୍ୟ ନିଜ ଦର ରେ ଶତକଡା ୪୦ ଭାଗ ବୃଦ୍ଧି କରିଛି |
ଭୋଡାଫୋନ ର ୮୪ ଦିନିଆ ପ୍ୟାକ ର ଦର ବର୍ତମାନ ୫୯୯ ଟଙ୍କା କୁ ବୃଦ୍ଧି ପାଇବା ଜାଗା ପୂର୍ବରୁ ୪୫୮ ଟଙ୍କା ଥିଲା |ସେହିପରି ଏୟାରଟେଲ ର ବର୍ଷକୁ ଯେଉଁ ପ୍ୟାକ କେବଳ ୧୬୯୯ ରେ ମିଳୁଥିଲା ତାହା ଏବେ ଦର ବୃଦ୍ଧି ପରେ ୩୯୮ ର ମୂଲ୍ୟ ଧାର୍ଯ୍ୟ କରିବ |ମାସକୁ ୧୬୯ ଟଙ୍କା ର ଡାଟା ପ୍ୟାକ ମଧ୍ୟ ସମ୍ପୂର୍ଣ ଭାବେ ବନ୍ଦ କରାଯାଇଛି |


ଭୋଡାଫୋନ ର ୮୪ ଦିନିଆ ପ୍ୟାକ ର ଦର ବର୍ତମାନ ୫୯୯ ଟଙ୍କା କୁ ବୃଦ୍ଧି ପାଇବା ଜାଗା ପୂର୍ବରୁ ୪୫୮ ଟଙ୍କା ଥିଲା |ସେହିପରି ଏୟାରଟେଲ ର ବର୍ଷକୁ ଯେଉଁ ପ୍ୟାକ କେବଳ ୧୬୯୯ ରେ ମିଳୁଥିଲା ତାହା ଏବେ ଦର ବୃଦ୍ଧି ପରେ ୩୯୮ ର ମୂଲ୍ୟ ଧାର୍ଯ୍ୟ କରିବ |ମାସକୁ ୧୬୯ ଟଙ୍କା ର ଡାଟା ପ୍ୟାକ ମଧ୍ୟ ସମ୍ପୂର୍ଣ ଭାବେ ବନ୍ଦ କରାଯାଇଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)