Others

"ହେ ଶିକ୍ଷକ ;ତୁମେ ଲେଖିଛ ମୋ ଜୀବନପଥ "

"ହେ ଶିକ୍ଷକ ;ତୁମେ ଲେଖିଛ ମୋ ଜୀବନପଥ "

05 September, 2019 3:20 PM IST By: KJ Staff

ଗୁରୁଦିବସ ର ଅଭିନନ୍ଦନ !

ଭାରତ ରତ୍ନ ରେ ସମ୍ମାନିତ ହୋଇଥିବା ,ଭାରତ ର ଦ୍ଵିତୀୟ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଙ୍କ ର ଜନ୍ମ ତିଥି ରେ ପାଳିତ ହୋଇଥାଏ ଗୁରୁ ଦିବସ |ଏକ ଉତ୍ତମ ଛାତ୍ର ହେବା ସାଙ୍ଗରେ ସେ ସର୍ବୋଉତ୍ତମ ଶିକ୍ଷକ ମଧ୍ୟ ଥିଲେ |ଦେଶ ର ଭବିଷ୍ୟତ କୁ ତାର ଯୁବପିଢ଼ି ଯେତିକି ପ୍ରଭାବିତ କରେ ,ତା ଠାରୁ ଅଧିକ ପ୍ରଭାବିତ କରିଥାନ୍ତି ତାର ଶିକ୍ଷକ ମଣ୍ଡଳୀ |
ଉତ୍ତମ ଶିକ୍ଷା ହିଁ ଉତ୍ତମ ଚରିତ୍ର ର ଗଠନ କରିଥାଏ ଏବଂ ଉତ୍ତମ ଚରିତ୍ର ହିଁ ବ୍ୟାଖ୍ୟା କରେ ମନୁଷ୍ୟ ର ଭବିଷ୍ୟତ |
ଏ ସମସ୍ତ ଚକ୍ର ର ମଧ୍ୟ ଭାଗ " ଶିକ୍ଷକ" ହିଁ ଏହି ଚକ୍ର ର ପରିଚାଳନା ରେ ମୁଖ୍ୟ ଅଂଶ ଗ୍ରହଣ କରିଥାନ୍ତି |

ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଙ୍କର ଜୀବନ ଲିପି...

ସେପ୍ଟେମ୍ବର ୫ ,୧୯୮୮ ମସିହା ରେ ଜନ୍ମ ଗ୍ରହଣ କରିଥିବା ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ମାଡ୍ରାସ ର କ୍ରିଷ୍ଟିଆନ କଲେଜ ରେ ଫିଲୋସଫି ର ଛାତ୍ର ଥିଲେ |ନିଜ ଜୀବନ ଚକ୍ର ମଧ୍ୟରେ ସେ କଲିକତା ବିଶ୍ୱବିଦ୍ୟାଳୟ ରୁ ଆରମ୍ଭ କରି ମଇଶୁର ବିଶ୍ୱବିଦ୍ୟାଳୟ ରେ ମଧ୍ୟ ପାଠ ପଢ଼ିଥିଲେ |ଆନ୍ଧ୍ର ,ବନାରସ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ରେ ସେ ଭି.ସି ମଧ୍ୟ ନିୟୋଜିତ ହୋଇଥିଲେ |
୧୯୫୪ ରେଭାରତ ରତ୍ନ ପାଇବା ସାଙ୍ଗରେ ୨୭ ଥର ନୋବେଲ ପୁରସ୍କାର ଲାଗି ନାମାଂକିତ ହୋଇଥିଲା ବେଳେ ,୧୧ ଥର ନଭେଲ ଶାନ୍ତି ଏବଂ ୧୬ ଥର ସାହିତ୍ୟ ପୁରସ୍କାର ଲାଗି ନାମାଙ୍କିତ ହୋଇଥିଲେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)