Others

ମସଲା ନଷ୍ଟ ହେଇଯାଉଛି କି??

ଭାରତୀୟ ବ୍ୟଞ୍ଜନରେ ମସଲା ର ଆବଶ୍ୟକତା ବେଶ ଅଧିକ |ମାତ୍ର ଆଜି କଲି ଲୋକ ସମସ୍ତ ପ୍ରକାର ଗୁଣ୍ଡ ମସଲା ଓ ବାସ୍ନା ଯୁକ୍ତ ମସଲା ବ୍ୟବହାର କରିବାରେ ଅଧିକ ରୁଚି ରଖୁଛନ୍ତି ଏବଂ ବହୁ ସମୟରେ ଏହି ମସଲା ଦୀର୍ଘ ଦିନ ଯାଏ ରହି ନଷ୍ଟ ହୋଇଯାଏ | ଯଦି ଏଇ ମସଲା ର ବାସ୍ନା ଓ ସ୍ୱାଦ ଅଧିକ ଦିନ ଯାଏ କିପରି ତାଜା ରଖିହେବ ଜାଣିବାକୁ ଚାହୁଁଛନ୍ତି ,ତେବେ ନିଶ୍ଚିନ୍ତ ଆଗକୁ ପଢନ୍ତୁ |

04 January, 2019 7:01 PM IST By: KJ Staff
ଭାରତୀୟ ବ୍ୟଞ୍ଜନରେ ମସଲା ର ଆବଶ୍ୟକତା ବେଶ ଅଧିକ |ମାତ୍ର ଆଜି କଲି ଲୋକ ସମସ୍ତ ପ୍ରକାର ଗୁଣ୍ଡ ମସଲା ଓ ବାସ୍ନା ଯୁକ୍ତ ମସଲା ବ୍ୟବହାର କରିବାରେ ଅଧିକ ରୁଚି ରଖୁଛନ୍ତି ଏବଂ ବହୁ ସମୟରେ ଏହି ମସଲା ଦୀର୍ଘ ଦିନ ଯାଏ ରହି ନଷ୍ଟ ହୋଇଯାଏ | ଯଦି ଏଇ ମସଲା ର ବାସ୍ନା ଓ ସ୍ୱାଦ ଅଧିକ ଦିନ ଯାଏ କିପରି ତାଜା ରଖିହେବ ଜାଣିବାକୁ ଚାହୁଁଛନ୍ତି ,ତେବେ ନିଶ୍ଚିନ୍ତ ଆଗକୁ ପଢନ୍ତୁ |

-ସବୁବେଳେ ଧ୍ୟାନ ରଖିବେ ଯେ ଡବଲ ଡୋର ଫ୍ରିଜ ଥିଲେ ସବୁବେଳେ ମସଲା କୁ ଦୀପ ଫ୍ରିଜ ରେ ରଖିବା ବେଶ ନିରାପଦ |ଏମିତି କଲେ ମସଲା ଖରାପ ହୁଏ ନାହିଁ ବା ପୋକ ଲାଗେ ନାହିଁ |ଆବଶ୍ୟକ ସ୍ଥାନ ଅଭାବ ଥିଲେ ,ଘର ଥାକ ରେ ହିଁ ରଖିବେ |ତେବେ ସେହି ସ୍ଥାନ ରେ ଯେପରି ପାଣି ନ ପଡେ,ସେଠି ପ୍ରତି ଧ୍ୟାନ ଦେବେ |

 


-ମସଲା ରଖା ଯାଇଥିବ ସ୍ଥାନ ଅଧିକ ତେଲ ଚିକିଟା ହେବା ଉଚିତ ନୁହେଁ |ସେଇ ସ୍ଥାନ କୁ ମଝିରେ ମଝିରେ ଭଲ ଭାବରେ ପୋଛି ସଫା ରଖନ୍ତୁ ଫଳରେ ମସଲା ଜଲ୍ଦି ଖରାପ ହେବା ନାହିଁ |

-ଅଧିକ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନ ରେ ମସଲା ରଖନ୍ତୁ ନାହିଁ |ଏମିତି କଲେ ମସଲା ର ବାସ୍ନା ସୂର୍ଯ୍ୟ କିରଣ ପଡି ଶୀଘ୍ର ନଷ୍ଟ ହୁଏ |


-ପ୍ରକାରନ୍ତରେ ମସଲା କୁ ଅଧିକ ସନ୍ତସନ୍ତିଆ ସ୍ଥାନ ରେ ମଧ୍ୟ ରକ୍ଷନ୍ତୁ ନାହିଁ |ଏହା ଦ୍ୱାରା ପୋକ ଲାଗିବାର ଏବଂ ମସଲା ବିଣ୍ଡା ହେବାର ସମ୍ଭାବନା ଅଧିକ ଥାଏ |

 

-ମସଲା ଗୁଣ୍ଡ ରଖିଥିବା ଡବା ର ଖୋପ କୁ ଭଲ ଭାବେ ଭିଡିକି ରଖନ୍ତୁ ଏହାଦ୍ୱାରା ମସଲା ବିଣ୍ଡା ହୁଏ ନାହିଁ |

- ମସଲା ରଖିବା ପାଇଁ କାଚ ,ଷ୍ଟିଲ ବା କାଠ ର ଡବା ବ୍ୟବହାର କରନ୍ତୁ ଏବଂ ନିୟମିତ ବ୍ୟବଧାନରେ ଏହାକୁ ପରିସ୍କାର କରନ୍ତୁ|


-ଗୁଣ୍ଡ ମସଲା ନ ରଖି ବରଂ ଗୋଟା ଜିରା ,ଲଙ୍କା ,ଗରମ ମସଲାରଖନ୍ତୁ |ଆବଶ୍ୟକପଡିଲେ ଏହାକୁ ଗୁଣ୍ଡ କରି ଵ୍ୟଵହାର କରନ୍ତୁ|

 

-ଅଧିକ ପରିମାଣରେ ମସଲା ନ କିଣି ଛୋଟ ପ୍ୟାକେଟ ମସଲା କିଣନ୍ତୁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)