Others

ନିରାମିଷ ଅଣ୍ଡା !

ନିରାମିଷ ଅଣ୍ଡା !

21 September, 2019 7:22 PM IST By: KJ Staff

ମୁଗ ଡାଲି ରେ ତିଆରି ହେଲା ନିରାମିଷ ଅଣ୍ଡା
ଆଇ.ଆଇ.ଟି ଦିଲ୍ଲୀ ର ନୂତନ ଆବିଷ୍କାର
ନିରାମିଷ ଭୋଜନ ପ୍ରିୟ ବ୍ୟକ୍ତି ଙ୍କ ଲାଗି ନୂତନ ଉପହାର

ଅଣ୍ଡା ପୁଣି ନିରାମିଷ !ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିନ୍ତ ହେଲେ ଆଇ ଆଇ ଟି ଦିଲ୍ଲୀ ର ପ୍ରଫେସର ଡଃ କାଵ୍ୟା ଦଶୋରା ଏକ କୁତ୍ରିମ ଅଣ୍ଡା ର ଆବିଷ୍କାର କରିଛନ୍ତି ଯାହା ସମ୍ପୂର୍ଣ ଭାବେ ମୁଗ ଡାଲି ରୁ ତିଆରି ହେଇଛି | ୬ ଟି ବିଦ୍ୟାର୍ଥୀ ଏବଂ ଡଃ କାଵ୍ୟା ଙ୍କ ସମେତ ଏକ ଟିମ ଏନେଇ ଗବେଷଣା କରୁଥିଲେ |ପ୍ରୟାସ କରୁଥିଲେ ବିନା କୁକୁଡ଼ା ବା ଅଣ୍ଡା ରେ ଅମଲେଟ ତିଆରି କରିବାକୁ |

ଅଣ୍ଡା କୁ ଯଦିଓ ନିରାମିଷ ଭାବେ ଗ୍ରହଣ କରଯାଏ ,ତଥାପି ସାଧା ବା ନିରାମିଷ ବ୍ୟଞ୍ଜନ ରେ ଏହାକୁ ସ୍ଥାନ ଦିଆ ଯାଏ ନାହିଁ |ଭାରତ ରେ ମୁଖ୍ୟତ ହିନ୍ଦୁ ମାନେ ନିଜ ଭୋଜନ ରେ ଅଣ୍ଡା କୁ ସ୍ଥାନ ଦିଅନ୍ତି ନାହିଁ ଏଣୁ ତାଙ୍କ ଲାଗି ଏହା ଏକ ନୂତନ ଉପହାର |
ଏହି ଅଣ୍ଡା ରେ ସାଧାରଣ ଅଣ୍ଡା ଭଳିଆ ଅଧିକ ପ୍ରୋଟିନ ରହିଥିଲା ବେଳେ ଏହାକୁ ରାନ୍ଧିବା ର ପ୍ରଣାଳୀ ମଧ୍ୟ ସମାନ |

ତେଣୁ ସାଧାରଣ ଅଣ୍ଡା ପରି ଏହାକୁ ଆପଣ ଭୁରଜି କରିପାରିବେ ବା ଅମଲେଟ ଇତ୍ୟାଦି କରିପାରିବେ କିନ୍ତୁ ସାଧାରଣ ଅଣ୍ଡା ପରି ଏହାକୁ ଆମିଷ ରେ ଗଣନା କରାଯିବ ନାହିଁ |
ଏହି ଆବିଷ୍କାର ପରେ ଖୁବ ଶୀଘ୍ର ଗବେଷକ ମାନେ ନିରାମିଷ ମଟନ,ଵିଫ ମାଂସ ଇତ୍ୟାଦି ଆବିଷ୍କାର କରିବା ଉପରେ ଗବେଷଣା ଜାରି ରଖିଛନ୍ତି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)