Others

ତେଲ ଏବଂ ଡାଲି ମୂଲ୍ୟ ବୃଦ୍ଧି, ଖାଉଟିଙ୍କ ସମସ୍ୟା ବଢ଼ିଲା !!

ନୂଆ ବର୍ଷରୁ ପନିପରିବା ଦାମ ବୃଦ୍ଧି ପାଇଛି, ଯେଉଁଥି ପାଇଁ ସାଧାରଣ ଲୋକଙ୍କ ଘରର ବଜେଟ୍ ବିଗଡି ଯାଇଛି, ବାକି ଯାହା ଥିଲା ଡାଲି ପୁରା ବିଗଡି ଦେଲା ।

22 September, 2021 3:56 PM IST By: Sugyan Kumar Nayak

ନୂଆ ବର୍ଷରୁ ପନିପରିବା ଦାମ ବୃଦ୍ଧି ପାଇଛି, ଯେଉଁଥି ପାଇଁ ସାଧାରଣ ଲୋକଙ୍କ ଘରର ବଜେଟ୍ ବିଗଡି ଯାଇଛି, ବାକି ଯାହା ଥିଲା ଡାଲି ପୁରା ବିଗଡି ଦେଲା । ସୂଚନାଯୋଗ୍ୟ ଯେ ଫେବୃଆରୀ ଆରମ୍ଭ ପୂର୍ବରୁ ତେଲ, ଚାଉଳ ଏବଂ ଚା ପତ୍ରର ମୂଲ୍ୟରେ ବୃଦ୍ଧି ପାଉଥିଲା । ଏହି ବିଷୟରେ ଗ୍ରାହକ ମନ୍ତ୍ରଣାଳୟ ନିଜ ୱେବସାଇଟରେ ସାମଗ୍ରୀର ନୂତନ ତାଲିକା ପ୍ରକାଶ କରିଛିନ୍ତି ।

ମୂଲ୍ୟ ବୃଦ୍ଧି କାହିଁକି ?

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଖୁଚୁରା ବଜାରରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଏବେ ବୃଦ୍ଧି ହେବା ଉଚିତ ନୁହେଁ, କିନ୍ତୁ ଗତ କିଛି ଦିନ ହେବ ଡିଜେଲ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଏହି କାରଣରୁ ପରିବହନକାରୀଙ୍କ ଦ୍ଵାରା ମାଲ ପରିବହନ ଭଡ଼ା ମଧ୍ୟ ବୃଦ୍ଧି ହେଉଛି l ଯାହା ଦ୍ୱାରା ଅନ୍ତିମ ବୋଝ ଗ୍ରାହକମାନଙ୍କ ଉପରେ ଆସିଗଲା ।

ଉପଭୋକ୍ତା ମନ୍ତ୍ରଣାଳୟର ନୂତନ ତାଲିକା ପ୍ରକାଶ ପାଇଛି

କହି ରଖିଛୁ ଯେ ଆଳୁ, ଟମାଟର ଏବଂ ଚିନିର ମୂଲ୍ୟରେ କିଛି ରିହାତି ହୋଇଛି, କିନ୍ତୁ ଖାଦ୍ୟ ପଦାର୍ଥରେ ବ୍ୟବହାର ହେଉଥିବା ତେଲର ମୂଲ୍ୟ  ବୃଦ୍ଧି ହୋଇଛି, ଯେଉଁଥିରେ ପାମ ଅଏଲ, ସୂର୍ଯ୍ୟମୁଖୀ ତେଲ ଏବଂ ସୋରିଷ ତେଲ ଅନ୍ତର୍ଭୁକ୍ତ ହେଇଛି । ଉପଭୋକ୍ତା ମନ୍ତ୍ରଣାଳୟର ନୂତନ ତାଲିକା ଅନୁଯାୟୀ ଜାନୁୟାରୀ ମାସ ଠାରୁ ପାମ ଅଏଲ ମୂଲ୍ୟ ୧୦୭ ରୁ ୧୧୨ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ୧୩୨ ରୁ ୧୪୦ ଟଙ୍କା ଏବଂ ସୋରିଷ ତେଲ ୧୪୦ ରୁ ୧୪୮ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ହୋଇଛି । ସେହିଭଳି ବନସ୍ପତି ତେଲର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି ।

ଡାଲି ମୂଲ୍ୟରେ ବୃଦ୍ଧି

ସେହିଭଳି ଫେବୃଆରୀ ପୂର୍ବରୁ ଡାଲିର ମୂଲ୍ୟରେ ବୃଦ୍ଧି ପାଇଥିଲା । ହରଡ ଡାଲି ୧୦୩ ରୁ ୧୦୫ ଟଙ୍କା ମୂଲ୍ୟ ପ୍ରତି କିଲୋ ହୋଇ ଯାଇଛି ବିରି ଡାଲିର ମୂଲ୍ୟ ୧୦୭ ରୁ ୧୦୯ ଟଙ୍କା ପ୍ରତି କିଲୋକୁ ବୃଦ୍ଧି ପାଇଛି । ମସୁର ଡାଲିର ମୂଲ୍ୟ ୮୨ ଟଙ୍କା ଏବଂ ମୁଗ ଡାଲି ୧୦୪ ରୁ ୧୦୭ ଟଙ୍କା ପରି କିଲୋଗ୍ରାମକୁ ବୃଦ୍ଧି ପାଇଛି । ଏହି ସମସ୍ତ ମୂଲ୍ୟ ବୃଦ୍ଧି ଘରୋଇ ଖାଉଟିମାନଙ୍କ ଉପରେ ବେଡି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି l ରୋନା ମହାମାରୀ ଯୋଗୁଁ ଅନେକ ଲୋକ ବହୁ ଅଭାବ ଅସୁବିଧାରେ ଚାଲୁଥିବା ବେଳେ ଖାଉଟି ସାମଗ୍ରୀର ଦର ବୃଦ୍ଧି ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)