Others

କନ୍ଦାଇଲେ ଏହି ବିଶିଷ୍ଟ ବ୍ୟକ୍ତି ....

ନବ ବର୍ଷ ର ଆରମ୍ଭ ଯେତେ ଶୁଭାଶୁଭ ସେତିକି ସୋକପୂର୍ଣ୍ଣ ମଧ୍ୟ ।ଭାରତ ହରାଇଛି ଏହି ପରି କିଛି ବିଶେଷ ବ୍ୟକ୍ତିତ୍ଵ...ଜାଣିବା ଲାଗି ଆଗକୁ ପଢନ୍ତୁ ...

03 January, 2019 10:49 AM IST By: KJ Staff

ନବ ବର୍ଷ ର ଆରମ୍ଭ ଯେତେ ଶୁଭାଶୁଭ ସେତିକି ସୋକପୂର୍ଣ୍ଣ ମଧ୍ୟ ।ଭାରତ ହରାଇଛି ଏହି ପରି କିଛି ବିଶେଷ ବ୍ୟକ୍ତିତ୍ଵ...ଜାଣିବା ଲାଗି ଆଗକୁ ପଢନ୍ତୁ ...

କାଦର୍ ଖାନ୍:ବହୁ ପରିଚିତ ସୁନାମ ଅର୍ଜନ କରିଥିବା ୮୧ ବର୍ଷ ର ଏହି ଭିନ୍ନତମ କଳାକାର ଏବଂ ଲେଖକ ଡିସେମ୍ବର ୩୧ ତରିକା ଦିନ ଦେହତ୍ୟାଗ କରିଛନ୍ତି। ବିଶେଷ ଭାବେ ହାସ୍ୟକର ଭୂମିକା ରେ ପ୍ରାୟେ ୩୦୦ ଚଳଚିତ୍ର ରେ ସିନେ ପରଦାରେ ଦେଖାଯାଇଥିବା ଏହି କଳାକାର ଜଣକ ବହୁ ଦର୍ଶକଙ୍କ ମନ କିଣି ଆସିଛନ୍ତି।

ପୂର୍ବରୁ ତାଙ୍କୁ ବୟସ ଜନିତ ରୋଗ ପ୍ରୋଗ୍ରେଶିବ ସୁପ୍ରାନ୍ୟୁକ୍ଲିଆର୍ ପାଲ୍ସି ହେଇଥିବାର ଡାକ୍ତର ମାନେ ମତ ଦେଇଥିଲେ ଏବଂ ପ୍ରାୟେ ୧୬-୧୭ ସପ୍ତାହ ହେବ ସେ ଡାକ୍ତରଖାନାରେ ରୋଗଶଯ୍ୟାରେ ଥିଲେ।ତେବେ ଏ ନେଇ ତାଙ୍କୁ ଚାଲିବା, ସନ୍ତୁଳନ ଇତ୍ୟାଦି ରଖିବା ରେ ଅସୁବିଧା ହେଉଥିଲା ଏବଂ ପରେ ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ବି.ପି. ଏ.ପି ଭେନ୍ତିଲେଟର୍ ସାହାଯ୍ୟ ରେ ଚିକିତ୍ସା କରାଯାଉଥିଲେ।ପରେ ଡିସେମ୍ବର ୩୧ ରେ କାନାଡା ର ଏକ ହସ୍ପିଟାଲ୍ ରେ ସେ ଶେଷ ନିଃଶ୍ୱାସ ନେଇ ଥିଲେ।

ରମାକାନ୍ତ ଅର୍ଚେକର୍: ଭାରତ ର ଏକ ଶ୍ରେଷ୍ଠ କ୍ରିକେଟ୍ ଖେଳାଳି ସଚିନ ତେନ୍ଦୁଲକରଙ୍କ ର ଗୁରୁ ରମାକାନ୍ତ ଅର୍ଚେକର୍ ଦେହ ତ୍ୟାଗ କରିଛନ୍ତି।କିଛି ବର୍ଷ ପୂର୍ବରୁ ଅସୁସ୍ଥ ଥିବା ଏହି ବିଶିଷ୍ଟ ବ୍ୟକ୍ତି ୮୭ ବର୍ଷ ରେ ଶିବାଜି ପାର୍କ ରେଶିଦେନ୍ସ, ମୁମ୍ବାଇ ରେ ଜାନୁଆରୀ ୨ ରେ ଶେଷ ନିଃଶ୍ୱାସ ନେଇଛନ୍ତି। ତେନ୍ଦୁଲକର ଙ୍କ ବ୍ୟତୀତ ବିନୋଦ କାମ୍ବଲେ, ସମିର୍ ଦିଘେ ପରି ଖେଳାଳି ମାନଙ୍କର ମଧ୍ୟ ସେ ଗୁରୁ ଏହି ଆସିଥିଲେ।

ଏହି ଅବସରରେ ତେନ୍ଦୁଲକର କହିଛନ୍ତି ଯେ ତାଙ୍କ ଗୁରୁ କେବେ ତାଙ୍କର ପ୍ରଶଂସା କରୁ ନଥିଲେ ମାତ୍ର ଯେଉଁ ଦିନ ସେ ଭେଲପୁରି ବା ପାନି ପୁରୀ ଖୁଆଇବାକୁ ନେଇଯାଆନ୍ତି ,ମୁଁ ଜାଣେ ଯେ ଆଜି ନିଶ୍ଚିନ୍ତ ମୁଁ ଭଲ ଖେଳିଛି।ଗୁରୁ ରମାକାନ୍ତ ୨୦୧୦ ମସିହା ରେ ପଦ୍ମ ଶ୍ରୀ ଏବଂ ୧୯୯୦ ରେ ଗୁରୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ସହ ପୁରସ୍କୃତ ହୋଇଥିଲେ।

ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବି. ସି. ସି.ଆଇ ଟୁଇଟର ଦ୍ଵାରା ଦୁଃଖ ପ୍ରକାଶ କରିଛନ୍ତି।

ଏହି ପରି ବିଶିଷ୍ଟ ବ୍ୟକ୍ତିତ୍ୱ ସର୍ବଦା ଆମ ଲାଗି ଚିରସ୍ମରଣୀୟ।ତାଙ୍କର ସଦଗତି ର ପ୍ରାର୍ଥନା କରୁଛୁ...