Others

ସୌରାଷ୍ଟ୍ର ଅଞ୍ଚଳରେ ବିଟି. କପାର ଅମଳ ଏବଂ ମାନ ବୃଦ୍ଧି ନିମନ୍ତେ ପୋଟାସିୟମର ପରିଚାଳନା ସମ୍ପର୍କରେ ଇନ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟର ୱେବିନାର ଆୟୋଜନ

"ବିଶେଷକରି ଭାରତର ସୌରାଷ୍ଟ୍ର ଅଞ୍ଚଳରେ ବିଟି. କପାର ଅମଳ ଏବଂ ମାନ ବୃଦ୍ଧି ନିମନ୍ତେ ପୋଟାସିୟମର ପରିଚାଳନା" ସମ୍ପର୍କରେ ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) କୃଷିଜାଗରଣର ଫେସବୁକ୍ ପେଜରେ ସିଧା ପ୍ରସାରଣର ଆୟୋଜନ କରିଲା l

27 September, 2021 5:12 PM IST By: Sugyan Kumar Nayak

"ବିଶେଷକରି ଭାରତର ସୌରାଷ୍ଟ୍ର ଅଞ୍ଚଳରେ ବିଟି. କପାର ଅମଳ ଏବଂ ମାନ ବୃଦ୍ଧି ନିମନ୍ତେ ପୋଟାସିୟମର ପରିଚାଳନା" ସମ୍ପର୍କରେ ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) କୃଷିଜାଗରଣର ଫେସବୁକ୍ ପେଜରେ ସିଧା ପ୍ରସାରଣର ଆୟୋଜନ କରିଲା l

ଏହି ଲାଇଭ ଆଲୋଚନାରେ ୨ଜଣ ସୁପ୍ରତିଷ୍ଠିତ ବକ୍ତା ଅଂଶ ଗ୍ରହଣ କରିଥିଲେ, ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟର ଡଃ. ଆଦି ପାରେଲମାନ l ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ ହେଉଛି ଏକ ବେସରକାରୀ ଏବଂ ଅଣଲାଭଜନକ ସଂଗଠନ, ଏହାର ଲକ୍ଷ୍ୟ ହେଉଛି ସନ୍ତୁଳିତ ସାର ପ୍ରୟୋଗର ବିକାଶ କରିବା ଏବଂ ପ୍ରୋତ୍ସାହିତ କରିବା l ସେ IPIରେ ଭାରତ ତରଫରୁ ସଂଯୋଜିକା ଅଟନ୍ତି ଏବଂ ଭାରତରେ IPIର ବିଭିନ୍ନ ପ୍ରୟାସଗୁଡ଼ିକ ସମ୍ପର୍କରେ ସେ ବ୍ୟାଖ୍ୟା କରିଥିଲେ l

ଡିପାର୍ଟମେଣ୍ଟ ଅଫ ଏଗ୍ରିକଲଚୁରାଲ କେମିଷ୍ଟ୍ରି ଏବଂ ସଏଲ ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର, ଡଃ. ଏଚ. ଏଲ ସକରବାଡିଆ ମଧ୍ୟ ଆମକୁ ସୌରାଷ୍ଟ୍ର ଅଞ୍ଚଳରେ ପୋଟାସିୟମ ପରିଚାଳନା ସମ୍ପର୍କରେ ବୁଝିବାରେ ସାହାଯ୍ୟ କରିଥିଲେ l ସେ ସୌରାଷ୍ଟ୍ର ଅଞ୍ଚଳକୁ ଭିତିକରି ବିଭିନ୍ନ ଗବେଷଣାଗୁଡିକରେ ବ୍ୟାପକଭାବରେ କାର୍ଯ୍ୟ କରିଆସୁଛନ୍ତି l

ଏହା ଏକ ଭଲ ଏବଂ କଥୋପକଥନପୂର୍ଣ୍ଣ ଆଲୋଚନା ଥିଲା ଯେଉଁଥିରେ ସାରା ଭାରତରୁ ଲୋକମାନେ ଅଂଶ ଗ୍ରହଣ କରିଥିଲେ l ଆପଣ ଏହି ଆଲୋଚନାକୁ କୃଷିଜାଗରଣର ଫେସବୁକ ପୃଷ୍ଠାରେ ପାଇପାରିବେ l

ଜୁନାଗଡ଼ ଏଗ୍ରିକଲଚର ୟୁନିଭର୍ସିଟି ଆଡହକ ରିସର୍ଚ୍ଚର ଆୟୋଜନ କରିଥିଲା ଯାହା, ''ସୌରାଷ୍ଟ୍ର ଅଞ୍ଚଳରେ ବିଟି. କପାର ଅମଳ ଏବଂ ମାନ ବୃଦ୍ଧି ନିମନ୍ତେ ପୋଟାସିୟମର ପରିଚାଳନା ସମ୍ପର୍କରେ ଇଣ୍ଟରନ୍ୟାଶନାଲ୍ ପୋଟାସ୍ ଇନଷ୍ଟିଚ୍ୟୁଟ୍ (IPI) ଦ୍ୱାରା ପ୍ରାୟୋଜିତ ହୋଇଥିଲା l

କପା ସମ୍ବନ୍ଧରେ:

ଦେଶରେ ତନ୍ତୁଜାତୀୟ ଫସଲ ମଧ୍ୟରୁ କପା ହେଉଛି ଏକ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫସଲ ଏଥିରେ ସନ୍ଦେହ ନାହିଁ, ଭାରତରେ 10.85 ମିଲିୟନ ହେକ୍ଟର ଜମିରେ କପା ଚାଷ କରାଯାଉଛି l ବିଶ୍ୱରେ ଭାରତ ହେଉଛି ଦ୍ଵିତୀୟ ବୃହତମ କପା ଉତ୍ପାଦନକାରୀ ଦେଶ l କେବଳ ଗୁଜୁରାଟରେ 2.65 ମିଲିୟନ ହେକ୍ଟର ଜମିରେ କପା ଚାଷ କରାଯାଉଛି ଏବଂ 86.16 ଲକ୍ଷ ଟନ କପା ଉତ୍ପାଦନ କରାଯାଉଛି l

ସ୍ୱଳ୍ପ ଅଞ୍ଚଳରେ ଚାଷ କରିବା, ମୃତ୍ତିକାର ଉର୍ବରତା ହ୍ରାସ, ବିଳମ୍ବ ବିହନ ବୁଣା ଏବଂ ଅସନ୍ତୁଳିତ ପୋଷଣ ଭଳି ବିଭିନ୍ନ କାରଣରୁ କପାର ସର୍ବାଧିକ ଅମଳ କ୍ଷମତାରେ ହ୍ରାସ ଘଟୁଛି l

କପାର ଅମଳ ବଢାଇବା ପାଇଁ ପୋଟାସିୟମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ l

  • ଏହା ଚେର ଅଭିବୃଦ୍ଧି ବଢାଏ ଏବଂ ମରୁଡି ସହନଶୀଳତାକୁ ବିକାଶ କରେ l

  • ସେଲ୍ୟୁଲୋଜ ଗଠନ କରେ ଏବଂ ଲଜିଙ୍ଗ ହ୍ରାସ କରେ ଏବଂ କପା ଫସଲରେ ଶୀତ ଦିନର କଠିନତାକୁ ବୃଦ୍ଧି କରେ l କପା ଗଛ ସହିତ ଜଡ଼ିତ ଅତିକମରେ 60ଟି ଏନଜାଇମକୁ ସକ୍ରିୟ କରେ l

  • ଏହା ଷ୍ଟୋମାଟା ଖୋଲିବା ଏବଂ ବନ୍ଦ ହେବାକୁ ନିୟନ୍ତ୍ରଣ କରେ, ଯାହା ଆଲୋକ ସଂଶ୍ଳେଷଣ, ଜଳ, ପୋଷଣତତ୍ତ୍ୱ ପରିବହନ ଏବଂ ଉଦ୍ଭିଦର ଶୀତଳତା ପାଇଁ ଜରୁରୀ ଅଟେ l

  • ପତ୍ରରେ ପାଚନ ହୋଇଥିବା ଶର୍କରାକୁ ଏହା ପରିବହନ କରାଇବାରେ ସାହାଯ୍ୟ କରେ, ପୋଟାସିୟମ କମ ଥିବା ଉଦ୍ଭିଦଗୁଡ଼ିକରେ ଏହି ପ୍ରକ୍ରିୟା ଅତ୍ୟନ୍ତ ଭାବରେ ହ୍ରାସ ଘଟିଥାଏ l

କପା ଫସଲରେ ପୋଟାସିୟମର ଅଭାବ:

  • ଅନ୍ୟାନ୍ୟ କୃଷିଭିତ୍ତିକ ଫସଲଗୁଡ଼ିକ ଅପେକ୍ଷା କପା ଫସଲରେ ପୋଟାସିୟମର ଅଭାବ ଅଧିକ ସାଧାରଣ ଭାବରେ ଦେଖାଯାଏ l ପ୍ରାରମ୍ଭ ଋତୁରେ ଏହା ପୁରୁଣା ପତ୍ରଗୁଡ଼ିକୁ ଅଧିକ ପ୍ରଭାବିତ କରେ l

  • କପା ଫସଲରେ ପୋଟାସିୟମର ଅଭାବର ଲକ୍ଷଣଗୁଡ଼ିକ ହେଉଛି, ପତ୍ରରେ ଚିତ୍ରା ମାଡ଼ିଯିବା ଯାହା ଫଳରେ ପତ୍ରର ଅଗ୍ରଭାଗ, ଦୁଇ ପାର୍ଶ୍ୱ, ଏବଂ ସିରାଗୁଡ଼ିକରେ ଧୂସର ଦାଗ ବ୍ୟାପିଯାଏ l

  • ପତ୍ରର ଅଗ୍ରଭାଗ ଏବଂ ପାର୍ଶ୍ୱଅଂଶ ନିମ୍ନଆଡ଼କୁ ବଙ୍କା ହୋଇଯାଏ ଏବଂ ଶେଷରେ ସମ୍ପୂର୍ଣ ପତ୍ରଟି କଳଙ୍କି ଲାଗିବା ପରି ହୋଇଯାଏ, ଭଙ୍ଗୁର ହୋଇଯାଏ ଏବଂ ଅସମୟରେ ଝଡ଼ିପଡ଼େ l

  • ସ୍ୱଳ୍ପ କ୍ଲୋରଫିଲ ଧାରଣ କରିବା, ଆଲୋକ ସଂଶ୍ଳେଷଣରେ ହ୍ରାସ, ଏବଂ ସାକାରାଇଡ ପରିବହନରେ ପ୍ରତିବନ୍ଧକରେ ମଧ୍ୟ ପୋଟାସିୟମ ଅଭାବ ସଂଶ୍ଲିଷ୍ଟ ଅଟେ, ଯାହା ତନ୍ତୁର ଲମ୍ବ ଏବଂ ସେକେଣ୍ଡାରୀ ୱାଲ ମୋଟେଇକୁ ନକାରାତ୍ମକ ଭାବରେ ପ୍ରଭାବ ପକାଏ l

ଏହି ଗବେଷଣା ସମ୍ପର୍କରେ:

ସୌରାଷ୍ଟ୍ର ଅଞ୍ଚଳର ଜୁନାଗଡ଼, ଜାମନଗର ଏବଂ ରାଜକୋଟ ଏହି ତିନିଗୋଟି ଜିଲ୍ଲାରେ IPI ସହଯୋଗରେ ଜୁନାଗଡ଼ ଏଗ୍ରିକଲଚର ୟୁନିଭର୍ସିଟି ଦ୍ୱାରା ବ୍ୟାପକ ଗବେଷଣା କରାଗଲା l ପୋଟାସିୟମ ସାରର ଭିନ୍ନ ଭିନ୍ନ ମାତ୍ରା ପ୍ରୟୋଗ କରାଗଲା ଏବଂ ବିଭିନ୍ନ ଦୃଷ୍ଟିକୋଣକୁ ଆଧାର କରି ସେଗୁଡ଼ିକର ପ୍ରଭାବକୁ ଅଧ୍ୟୟନ କରାଗଲା, ଯଥା:

  • ମଞ୍ଜି କପା ଅମଳ

  • ଷ୍ଟକ୍ ଅମଳ

  • ଗିନିଙ୍ଗ୍ ପ୍ରତିଶତ

  • ତୈଳ ଧାରଣ

  • ପ୍ରୋଟିନ୍ ଧାରଣ ଏବଂ ଅନେକ

ଉପସଂହାର:

  • ଉଦ୍ଭିଦଗୁଡ଼ିକର ଅସ୍ମୋ-ରେଗୁଲେସନ ପ୍ରକ୍ରିୟାରେ ପୋଟାସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ, ଯାହା ଜୈବ ଏବଂ ଅଜୈବ ଚାପ ବିରୋଧରେ ଫସଲର ବୃଦ୍ଧି ଏବଂ ବିକାଶ ନିମନ୍ତେ ସହାୟକ ଅଟେ, ପରିଶେଷରେ ଫସଲ ଅମଳ ଏବଂ ଗୁଣବତ୍ତା ବୃଦ୍ଧି କରେ l

  • ଏହା ନିଷ୍ପତି କରାଯାଇପାରିବ ଯେ, ଦୁଇ ଭାଗରେ ମୂଳରେ 150kg/ha ପୋଟାସିୟମ ଏବଂ 30 DAS + 2% (20 ଗ୍ରାମ ପ୍ରତି ଲିଟର) ପ୍ରୟୋଗ ଦ୍ୱାରା କପା ଫସଲର ଅମଳ ବୃଦ୍ଧି ଏବଂ ଗୁଣବତ୍ତା ବୃଦ୍ଧିରେ ସାହାଯ୍ୟକାରୀ ଅଟେ l

  • ଷ୍ଟାର୍ଟର NPK 11: 36: 24 at 45 ଏବଂ ବୁଷ୍ଟର NPK 08: 16:39 at 75 DAS ପ୍ରୟୋଗ ସହିତ 240 kg N/ha ଅନୁମୋଦିତ ମାତ୍ରାରେ ଜଳ ଦ୍ରବଣୀୟ ସାରଗୁଡ଼ିକ ସିଞ୍ଚନ ଦ୍ୱାରା ଉଲ୍ଲେଖନୀୟ ଭାବରେ ଫସଲ ବୃଦ୍ଧି ହୁଏ, ଅମଳ ବୃଦ୍ଧିକାରୀ ଲକ୍ଷଣ, ଏବଂ କପାର ଗୁଣବତ୍ତା ବୃଦ୍ଧି ହୁଏ l