Others

ଆପଣଙ୍କର ମଧ୍ୟ ପେଟ ବାହାରିଛି ଅଛି କି ???ଯଦି ହଁ !ତେବେ ନିଶ୍ଚିନ୍ତ ଏହାକୁ ପଢନ୍ତୁ !

ଆପଣଙ୍କର ମଧ୍ୟ ପେଟ ବାହାରିଛି ଅଛି କି ???ଯଦି ହଁ !ତେବେ ନିଶ୍ଚିନ୍ତ ଏହାକୁ ପଢନ୍ତୁ !

22 January, 2020 2:54 PM IST By: KJ Staff

ପେଟ ବାହାରିଥିଲା ବା ଅତ୍ୟଧିକ ଚର୍ବି ଥିଲେ ଆପଣ ମଧ୍ୟ ଅସୁରକ୍ଷିତ ଅଛନ୍ତି କାରଣ ଏହି ସମସ୍ୟା ସାମାନ୍ୟ ନୁହେଁ |ଭାରତ ରେ ଶତକଡା ୫୦ ଭାଗ ରୁ ମଧ୍ୟ ଅଧିକ ବ୍ୟକ୍ତି ଏହି ସମସ୍ୟା ର ଶିକାର ହୋଇଛନ୍ତି |ପେଟ ବାହାରିବା ର ବହୁତ କାରଣ ଥାଏ ପରେ କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ ଏହା ଆପଣଙ୍କ ଶରୀର ରେ ହେଉଥିବା ବହୁ ପ୍ରକାର ରୋଗ ର ବିଶେଷ କାରଣ |
ପ୍ରକୃତ ରେ ଏହି ଚର୍ବି କେବଳ ଆପଣଙ୍କର ପେଟ ପାଖରେ ନଥାଏ ବରଂ ଏହା ଶରୀର ର ଅନ୍ୟ ମହତ୍ଵପୁର୍ଣ ଅଙ୍ଗ ଯଥା ଲିବାର,ଇଣ୍ଟସଟାଇନ ଇତ୍ୟାଦି ର ଚାରିପାଖେ ମଧ୍ୟ ଜମି ରହିଥାଏ |

ଏହା ଦାଉ ରୁ ଆପଣଙ୍କୁ ଏହି ସମସ୍ତ ରୋଗ ହେଇ ପରେ :

-ହୃଦପିଣ୍ଡ ଜନିତ ରୋଗ
-ଟାଇପ ୨ ଡାଇବେଟିସ
-ନିଦ୍ରା ରେ ଅନିୟମିତତା
-ଅନିର୍ଦ୍ଧିଷ୍ଟ କାରଣ ହେତୁ ମୃତ୍ୟୁ
-ଅତ୍ୟଧିକ ରକ୍ତ ଚାପ ଇତ୍ୟାଦି

 

କାହିଁକି ଦେଖିବାକୁ ମିଳିଥାଏ ଏହି ସମସ୍ୟା ?

ମେଧବହୁଳ ,ପେଟ ବାହାରିବା ,ଅତ୍ୟଧିକ ଚର୍ବି ପରି ସମସ୍ୟା ର କେତେକ ବିଶେଷ କାରଣ ଅଛି |
-ଆପଣ ଦୈନିକ କଣ ଖାଉଛନ୍ତି ଏବଂ କେତେ ମାତ୍ରା ରେ ଖାଉଛନ୍ତି ଏହା ବହୁ ମାତ୍ରା ରେ ଚର୍ବି ର ମାତ୍ରା କୁ ନିର୍ଧାରିତ କରିଥାଏ
-ଦୈନିକ ଆପଣ କେତେ ବ୍ୟାୟାମ କରୁଛନ୍ତି ସେଥି ପ୍ରତି ଧ୍ୟାନ ଦିଅନ୍ତୁ
-ଆପଣଙ୍କ ବୟସ ୪୦ ରୁ ଅଧିକ ହୋଇଥିଲେ ଚର୍ବି ଜମିବାର ସମ୍ଭାବନା ଅଧିକ ରହିଥାଏ
-ଅତ୍ୟଧିକ ମଦ୍ୟପାନ କରୁଥିଲେ ମଧ୍ୟ ଆପଣ ଏହି ସମସ୍ୟା ରେ ପୀଡିତ ହେବାର ବହୁତଅଧିକ ସମ୍ଭାବନା ରହିଛି |
୫୦ ବର୍ଷ ରୁ ଉର୍ଧ ବୟସ୍କ ଲୋକଙ୍କ ଶରୀର ରେ ମାଂସ କମିବାକୁ ଲାଗେ ତେଣୁ ଅଧିକ ଖାଦ୍ୟ ଆବଶ୍ୟକ ହୁଏ ନାହିଁ |ତେବେ ଏହି ବୟସ ର ଲୋକ ୪୦ ବର୍ଷ ବୟସ୍କ ବ୍ୟକ୍ତି ଠାରୁ ହାରାହାରି ୨୦୦ କ୍ୟାଲୋରୀ କମ ଖାଇବା ଉଚିତ ,ଅନ୍ୟଥା ଏହା ଅତ୍ୟଧିକ ଚର୍ବି ରେ ପରିଣତ ହୋଇ ନାନାଦି ରୋଗ ର କାରଣ ହୋଇଥାଏ |
ମଦ୍ୟପାନ କରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରିତ କରନ୍ତୁ |

 

କିପରି ଜାଣିବେ ଆପଣଙ୍କର ଶରୀର କଣ କହୁଛି ?

ଅଣ୍ଟା ହାଡ ଉପର ଭାଗ ବା ପେଟ କୁ ଏକ ଟେପ ଦ୍ୱାରା ମାପନ୍ତୁ |ଟେପ କୁ ଅଧିକ ଭିଡିକି ଧରନ୍ତୁ ନାହିଁ |
ଯଦି ଆପଣଙ୍କ ପେଟ ୪୦ ଇଞ୍ଚ ଅ ୧୦୨ ସେ.ମି ରୁ ଅଧିକ ହେଉଛି ତେବେ ଏହା ଆପଣଙ୍କ ଶରୀର ଲାଗି ବିପଦ ର ସଂକେତ ବୋଲି ଜାଣିବେ |ତେଣୁ ବିପଦ ର ସଂକେତ ଥିଲେ ନିଶ୍ଚିନ୍ତ ଓଜନ ହ୍ରାସ ଉପରେ ଗୁରୁତ୍ୱ ଦିଅନ୍ତୁ|

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)