Others

ପଣସ ଚକଲେଟ ଖାଇଛନ୍ତି କି ?

ପଣସ ଚକଲେଟ ଖାଇଛନ୍ତି କି ?

26 June, 2019 1:33 PM IST By: KJ Staff

ବଜାରରେ ଖୁବ ଶୀଘ୍ର ଆସିବ ଏହି ଅଦ୍ଭୁତ ଚକଲେଟ ..

ଖରା ଦିନେ ଗାଁକୁ ଯାଇ ପାଚିଲା ପଣସ ଖାଇବାର ମଜା ନିଆରା |ଏହା ବ୍ୟତୀତ କଷି ପଣସ କୁ ତରକାରୀ କରି ଖାଇଲେ ତାହା ମଟନ ପରି ବେଶ ସ୍ୱାଦିଷ୍ଟ ଲାଗେ |ଏବେ ଏହି ପଣସ ର ସ୍ୱାଦ ଚକଲେଟ ପ୍ରେମୀ ଙ୍କ ଲାଗି ଅନ୍ୟତମ ଖୁସି ଆଣିଦେବ |ଖୁବ ଶୀଘ୍ର ବଜାରରେ ପଣସ ଚକଲେଟ ଉପଲବ୍ଧ ହେବାକୁ ଯାଉଛି |
ବର୍ତ୍ତମାନ ଏକ ବଡ କୋପରେଟିଭ ସୋସାଇଟି ପଣସ ର କ୍ଷୁଦ୍ର ଖଣ୍ଡ କରି ତାକୁ ଭାଜି ଚକଲେଟ ତିଆରି କରିବା ଆରମ୍ଭ କରିଛି |ସେହିପରି ଏକ ଉଦ୍ୟାନ କୃଷି ଅନୁସନ୍ଧାନ କେନ୍ଦ୍ର ମଧ୍ୟ ପଣସ ର ପାଉଡର ତିଆରି କରି ସେଥିରୁ ଚକଲେଟ ତିଆରି କରୁଛି |

କର୍ଣ୍ଣାଟକ ର ପୂଟ୍ଟୁର ଜିଲ୍ଲା ରେ ସ୍ତିତ କାମ୍ପକୋ କମ୍ପାନୀ ଏବେ ନିଜ ଫ୍ୟାକ୍ଟ୍ର ରେ ଏହି ଚକଲେଟ ନିର୍ମାଣ ଅବରମ୍ଭ କରିଛି|ଏହାର ଏକ ବିଶେଷ ଅଂଶ ହେଉଛି ଭଜା ପଣସ ଖଣ୍ଡ ବୋଲି କହିଛନ୍ତି କମ୍ପାନୀ ର ଅଧ୍ୟକ୍ଷ ଏସ.ଆର ସତୀଶ ଚନ୍ଦ୍ର |ସେ କହିଛନ୍ତି ଯେ ଏହି ଚକଲେଟ ବାର ରେ ହାରାହାରି ୧୫ % ଫଳ ଅଂଶ ରହିବ |ଏହାର ମାତ୍ରା ରେ ବୃଦ୍ଧି କରାଯାଉ ବୋଲି ଦାବି କରିଛନ୍ତି ଏହାକୁ ଚାଖିଥିବା ବ୍ୟକ୍ତି ମାନେ |

ବର୍ତମାନ ଏହି ଚକଲେଟ ର ସେଲ୍ଫ ଲାଇଫ ଅର୍ଥାତ ଏହା କେତେ ଦିନ ଯାଏ ନଷ୍ଟ ହେବା ନାହିଁ ସେ ନେଇ ପରୀକ୍ଷା ଚାଲିଛି ବୋଲି କହିଛନ୍ତି କାମ୍ପକୋ ର ଏମ ଡି ସୁରେଶ ଭଣ୍ଡାରୀ |

 

ଅନ୍ୟ ପକ୍ଷେ ଆଇ.ଆଇ.ଏଚ.ଆର ର ଏମ ଡି ଏମ.ଆର ଦୀନେଶ କହିଛନ୍ତି ଯେ ପଣସ ର ପାଉଡ଼ର ରୁ ଚକଲେଟ ତିଆରି ର ପ୍ରଯୁକ୍ତି ଉପରେ ଜୋର ସୋର ରେ କାମ ଚାଲିଛି |ଏଥିରେ ବହୁ ନୂତନ ଉଦ୍ୟୋଗୀ ମଧ୍ୟ ସାମିଲ ହୋଇଛନ୍ତି |ସେ କହିଛନ୍ତି ଯେ ପଣସ ଚାଷ କୁ ଅଧିକ ଲାଭଦାୟକ କରିବାକୁ ସେଥିରୁ ପ୍ରକ୍ରିୟାକରଣ କରିବା ଅଧିକ ଆବଶ୍ୟକ ଏଣୁ ଏଥିରୁ ଚକଲେଟ ତିଆରି କରିବା ଏକ ଉତ୍ତମ ଉପାୟ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)