Others

ଅମୁଲ୍ ଫ୍ରାଞ୍ଚାଇଜ୍ ବିଷୟରେ ସବିଶେଷ ଜାଣନ୍ତୁ !!

ଦେଶର ଲୋକପ୍ରିୟ ଦୁଗ୍ଧଜାତ ସାମଗ୍ରୀ କମ୍ପାନୀର ଫ୍ରାଞ୍ଚାଇଜ୍ ଲାଭ କରିବା ବିଷୟରେ ଆସନ୍ତୁ ସବିଶେଷ ଆଲୋଚନା କରିବା l ରୋଜଗାର ବୃଦ୍ଧି କରିବା ପାଇଁ ଅମୁଲ କମ୍ପାନୀ ଦେଉଛି ସୁବର୍ଣ୍ଣ ସୁଯୋଗ।କମ୍ ଟଙ୍କା ବିନିଯୋଗ କରି ଅଧିକ ଟଙ୍କା ରୋଜଗାର କରିପାରିବେ।

25 September, 2021 11:27 AM IST By: Sugyan Kumar Nayak

ଦେଶର ଲୋକପ୍ରିୟ ଦୁଗ୍ଧଜାତ ସାମଗ୍ରୀ କମ୍ପାନୀର ଫ୍ରାଞ୍ଚାଇଜ୍ ଲାଭ କରିବା ବିଷୟରେ ଆସନ୍ତୁ ସବିଶେଷ ଆଲୋଚନା କରିବା l ରୋଜଗାର ବୃଦ୍ଧି କରିବା ପାଇଁ ଅମୁଲ କମ୍ପାନୀ ଦେଉଛି ସୁବର୍ଣ୍ଣ ସୁଯୋଗ।କମ୍ ଟଙ୍କା ବିନିଯୋଗ କରି ଅଧିକ ଟଙ୍କା ରୋଜଗାର କରିପାରିବେ। ଦୁଗ୍ଧଜାତ ଦ୍ରବ୍ୟ ତିଆରି କରୁଥିବା ଅମୁଲ୍ କମ୍ପାନୀ ଫ୍ରାଞ୍ଚାଇଜ୍ ଦେବାକୁ ଅଫର୍ ଦେଉଛି l ଯାହାକି ଏକ ନୂତନ ବ୍ୟବସାୟ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ l ଅମୁଲ୍ ଡାଇରି ଫ୍ରାଞ୍ଚାଇଜିରେ ବ୍ୟବସାୟ କରିବା ଅତ୍ୟନ୍ତ ସହଜ। କାରଣ ଅମୁଲର ଚାହିଦା ଲୋକଙ୍କ ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ସହରର ସବୁ ସ୍ଥାନରେ ଏହାର ଉତ୍ପାଦ ପାଇଁ ବହୁତ ଚାହିଦା ଅଛି l ଅମୁଲ୍ ଫ୍ରାଞ୍ଚାଇଜ୍ ଆଣି ସ୍ବଳ୍ପ ରାଶି ବିନିଯୋଗ କରି ଅଧିକ ରୋଜଗାର କରିପାରିବେ।

୧. ଅମୁଲ ଆଉଟଲେଟ୍, ଅମୁଲ୍ ରେଲୱେ ପାର୍ଲର କିମ୍ବା ଅମୁଲ କାୟୋନ୍ସେଙ୍କ ଫ୍ରାଞ୍ଚାଇଜି ଆଣିବା ପାଇଁ ଦୁଇ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡ଼ିବ।

୨.ଅମୁଲ୍ ଆଇସ୍କ୍ରିମ୍ ବ୍ୟବସାୟ ଓ ପାର୍ଲରର ଫ୍ରାଞ୍ଚାଇଜ୍ ପାଇଁ ୫ ଲକ୍ଷ ଟଙ୍କା ବିନିଯୋଗ କରିବା ସହ ସେଥିରୁ ୨୫ ରୁ ୫୦ ହଜାର ଟଙ୍କା ସୁରକ୍ଷା ରାଶି ଭାବେ ରହିବ। ଯାହାକି ପଛରେ ଫେରସ୍ତ ମିଳିବ।

ଅମୁଲ୍ ଫ୍ରାଞ୍ଚାଇଜ ପାଇଁ କିପରି ଆବେଦନ କରିବେ?

ଅମୁଲ୍ ଫ୍ରାଞ୍ଚାଇଜ୍ ନେବାକୁ ହେଲେ ପ୍ରଥମେ ଅନଲାଇନରେ@amul.coopରେ କ୍ଲିକ୍ କରି ପରିଦର୍ଶନ କରି ପାରିବେ। ଯଦି ଇଚ୍ଛା ପ୍ରକାଶ କରିବେ ତେବେ ମେଲ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ।

ଅମୁଲ୍ ଫ୍ରାଞ୍ଚାଇଜ୍ ପାଇବା ପାଇଁ କେତେ ସ୍ଥାନ ଆବଶ୍ୟକ?

ଏକ ଅମୁଲ୍ ଫ୍ରାଞ୍ଚାଇଜ୍ ଖୋଲିବାକୁ ୧୫୦ ବର୍ଗଫୁଟ ସ୍ଥାନ ରହିବା ଆବଶ୍ୟକ। ଆଇସକ୍ରିମ ପାର୍ଲରର ପାଇଁ ସର୍ବନିମ୍ନ ୩୦୦ ବର୍ଗଫୁଟ ସ୍ଥାନ ରହିବା ଆବଶ୍ୟକ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)