Others

ମରୁଡ଼ି ପରିବେଶରେ ବଞ୍ଚିବ କୋରାପୁଟ ମାଣ୍ଡିଆ

ମାଣ୍ଡିଆ କହିଲେ ବହୁତ କାମ ଲୋକ ଏହାର ଅର୍ଥ ବୁଝୁଥିଲେ l କିନ୍ତୁ ଏବେ ଏହି ମାଣ୍ଡିଆ ରାଜ୍ୟ କୁ ପରିଚୟ ଦେବା ସହିତ ଦେଶ ବିଦେଶରେ ନିଜ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି l ମାଣ୍ଡିଆ ଗାଁ ରୁ ଏବେ ବିଦେଶରେ ପହଞ୍ଚି ସାରିଛି l ଏବେ ପୁରା ଦେଶ ପାଳୁଛି 2023 ବର୍ଷ କୁ ମିଲେଟ ବର୍ଷ ଭାବେ l ଏହା ଏପରି ଏକ ଚାଷ ଶୁଷ୍କ ମାଟିରେ ମଧ୍ୟ ହୋଇପାରିବ l

22 August, 2023 4:31 PM IST By: Tanushree Mahapatra

ମାଣ୍ଡିଆ କହିଲେ ବହୁତ କାମ ଲୋକ ଏହାର ଅର୍ଥ ବୁଝୁଥିଲେ l କିନ୍ତୁ ଏବେ ଏହି ମାଣ୍ଡିଆ ରାଜ୍ୟ କୁ ପରିଚୟ ଦେବା ସହିତ ଦେଶ ବିଦେଶରେ ନିଜ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି l ମାଣ୍ଡିଆ ଗାଁ ରୁ ଏବେ ବିଦେଶରେ ପହଞ୍ଚି ସାରିଛି l ଏବେ ପୁରା ଦେଶ ପାଳୁଛି 2023 ବର୍ଷ କୁ ମିଲେଟ ବର୍ଷ ଭାବେ l ଏହା ଏପରି ଏକ ଚାଷ ଶୁଷ୍କ ମାଟିରେ ମଧ୍ୟ ହୋଇପାରିବ l ଏହାକୁ ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି l ଆମ ରାଜ୍ୟ ଓଡ଼ିଶାର ମାଟି ହେଉଛି ଚାଷୀର ମାଟି ।

କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ତିନି ତିନି ଥର କୃଷି କର୍ମଣ ପୁରସ୍କାରରେ ପୁରସ୍କୃତ ହୋଇ ସାରିଛି । ଆମ ସଭ୍ୟତା ଆଉ ସଂସ୍କୃତି ସମ୍ପୂର୍ଣ୍ଣ କୃଷି ଉପରେ ଆଧାରିତ । କୃଷି ଆମ ଜନଜୀବନର ମୌଳିକ ଉପାଦାନ ଉପରେ ଆଧାରିତ । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷିକୁ ବାଦ ଦେଇ ଜନଜୀବନର ପରିକଳ୍ପନା କରିବା ଯେପରି ଏକ କଷ୍ଟକର ବ୍ୟାପାର । ଆମ ରାଜ୍ୟରେ ବିଭିନ୍ନ ପ୍ରକାର ଫସଲ ଚାଷ କରାଯାଉଥିଲେ ମଧ୍ୟ ମାଣ୍ଡିଆର ଚାହିଦା କିନ୍ତୁ ଢ଼େର ଅଧିକ ।

ମାଣ୍ଡିଆ ହେଉଛି ଏକ କ୍ଷୁଦ୍ର ଦାନା ଯୁକ୍ତ , ଗରମ ଦିନିଆ ଫସଲ । ଏହାର  ମରୁଡ଼ି ସହ୍ୟ କରି ପରିବା ସକ୍ଷମ ଶକ୍ତି ରହିଛି । ଶୁଷ୍କ ଓ ଅଧିକ ତାପାମାତ୍ରା ଥିବା ଅଞ୍ଚଳରେ ଏହା ସହଜରେ ବଢ଼ିପାରେ । ମାଣ୍ଡିଆ ଚାଷ ହୋଇଥିବା ଜମି ଖୁବ ଉର୍ବର ହୋଇଥାଏ । ଏହା ରୋଗ ପୋକ ସହନଶୀଳ ଫସଲ ଅଟେ । ମାଣ୍ଡଆ ଅମଳ ପରେ ଏହାକୁ ଆମେ ସୁପ , ପକୋଡ଼ି , ପିଠା ପରି ବିଭିନ୍ନ ଖାଦ୍ୟ ଭାବେ ଗ୍ରହଣ କରିପାରୁ । ଏହା ଧାନ ଅପେକ୍ଷା ଖୁବ କମ ପାଣିରେ ବଢ଼ିପାରିଥାଏ । ଏହା ପୁଷ୍ଟିକରଯୁକ୍ତ ଶସ୍ୟ ହୋଇଥିବା ବେଳେ କ୍ୟାଲସିୟମରେ ପରିପୂର୍ଣ୍ଣ ଥାଏ । ଏହା କମ ଉର୍ବର ମାଟିରେ ବି ଭଲ ଭାବରେ ବଢ଼ିପାରିଥାଏ ।

ତେବେ ରାଜ୍ୟରେ କୋରାପୁଟ ମାଣ୍ଡିଆ ଅଧିକ ଲୋକଲୋଚନୁ ଆସିଛି l ସେହିପରି କୋରାପୁଟର ଆଦିବାସୀଙ୍କ ଦ୍ୱାରା ଚାଷ କରାଯାଉଥିବା ପାରମ୍ପରିକ ମାଣ୍ଡିଆ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରହିଛି l  ସୂଚନା ଅନୁଯାୟୀ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡଃ. ଦେବବ୍ରତ ପଣ୍ଡା ଦର୍ଶାଇଛନ୍ତି । ଆଜିକୁ ସେ ଦୀର୍ଘ ୧୦ ବର୍ଷ ହେବ କୋରାପୁଟରେ ଚାଷ ହେଉଥିବା ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର୍ଯ୍ୟୟ ସହନଶୀଳତା ଉପରେ ଗବେଷଣା କରି ସେ ଏହି ତଥ୍ୟ ଦର୍ଶାଇଥିବା ଜଣାପଡିଛି । ସେ କରିଥିବା ଉକ୍ତ ଗବେଷଣାରୁ ଜଣାପଡିଛି ଯେ ୬ ପ୍ରକାରର ପାରମ୍ପରିକ ମାଣ୍ଡିଆ ଯଥା ଲଡୁ, ଲାଲା, ବାଟି, ବିରି, ଟୁମୁକା ଓ ଭାଲୁ ମରୁଡି ଭଳି ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରଖିଛି l ଏହି ପ୍ରଜାତି ମାଣ୍ଡିଆ ଚାଷ କମ ପାଣିରେ ମଧ୍ୟ କରାଯାଇପାରିବ । ଏହି ପ୍ରକାର ମାଣ୍ଡିଆର ଗୁଣସୂତ୍ରରେ ବିଭିନ୍ନ ପ୍ରକାର ସହନଶୀଳତା ଜିନ ରହିଥିବା ପରୀକ୍ଷାରୁ ଜଣାପଡିଛି । ଏଣୁ ଏହି ମାଣ୍ଡିଆ ଚାଷ ରାଜ୍ୟରେ ଯେକୌଣସି ପରିସ୍ଥିତିରେ ମଧ୍ୟ ଚାଷ କରାଯାଇପାରିବ l

ତେବେ ଏହି ମାଣ୍ଡିଆ ସଂପ୍ରତି ଜଳବାୟୁ ପରିବର୍ତ୍ତନ ପାଇଁ ସହନଶୀଳ l ଏହି ମାଣ୍ଡିଆ ମରୁଡି ପ୍ରତିକୂଳ ପରିବେଶରେ ମଧ୍ୟ ଚାଷ କରିବା ସହିତ ଆଦିବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବ । ତେବେ ଏହି ପରୀକ୍ଷଣ ଅନୁଯାୟୀ ଏହି ମାଣ୍ଡିଆର ସହନଶୀଳତା ଜିନକୁ ନେଇ ନୂତନ ମାଣ୍ଡିଆ ମଧ୍ୟ ତିଆରି କରାଯାଇପାରିବ । ଯଦି ଏହି ବିରଳ ମାଣ୍ଡିଆକୁ ରାଜ୍ୟ ସରକାରଙ୍କର ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର ସହିତ ସଂରକ୍ଷଣ କରାଗଲା, ତେବେ ଏହା ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଦେବା ସହିତ ଆଦିବାସୀଙ୍କ ଆର୍ଥିକ ଉନ୍ନତି କରିବାରେ ସହାୟକ ହେବ ।