Others

ମହୁମାଛିମାନଙ୍କର ପ୍ରଜାତି ବିଷୟରେ ଆସନ୍ତୁ ଜାଣିବା !!

ମହୁମାଛିମାନଙ୍କର ଚାରି ପ୍ରମୁଖ ପ୍ରଜାତି ଭାରତରେ ଦେଖିବାକୁ ମିଳନ୍ତି l ମହୁ ପାଇଁ ଭାରତୀୟ ଏବଂ ଇଟାଲିୟନ ମହୁମାଛିମାନଙ୍କୁ ସାଧାରଣତଃ ଅଧିକ ପରିମାଣରେ ପାଳନ କରାଯାଏ l

07 October, 2021 3:23 PM IST By: Sugyan Kumar Nayak

ମହୁମାଛିମାନଙ୍କର ଚାରି ପ୍ରମୁଖ ପ୍ରଜାତି ଭାରତରେ ଦେଖିବାକୁ ମିଳନ୍ତି l ମହୁ ପାଇଁ ଭାରତୀୟ ଏବଂ ଇଟାଲିୟନ ମହୁମାଛିମାନଙ୍କୁ ସାଧାରଣତଃ ଅଧିକ ପରିମାଣରେ ପାଳନ କରାଯାଏ l ଏଗୁଡ଼ିକୁ ଆଧୁନିକ କାଠ ବାକ୍ସରେ ରଖି ପାଳନ କରାଯାଏ । ପାହାଡିଆ ଆଉ ଛୋଟ ମହୁମାଛି ବଣୁଆ ଅଟନ୍ତି ଯାହାଙ୍କୁ ପାଳନ କରାଯାଏ ନାହିଁ l ଆସନ୍ତୁ ଆଜି ମହୁମାଛିର ବିଭିନ୍ନ ପ୍ରଜାତିଗୁଡିକ ବିଷୟରେ ଆଜି ଆଲୋଚନା କରିବା l 

ଛୋଟ ମହୁମାଛି

ଏହି ବଣୁଆ ମହୁମାଛି ନିଜ ସ୍ଵଭାବ ଅନୁଯାଇ ଖୋଲା ପରିବେଶରେ ନିଜ ମହୁଫେଣା କରିଥାନ୍ତି । ଏହି ମହୁମାଛିମାନେ ନିଜ ମହୁଫେଣା ଗଛର ଡାଳ ମଝିରେ ତିଆରି କରିଥାନ୍ତି ଓ ଋତୁ ଅନୁସାରେ ନିଜର ସ୍ଥାନ ପରିବର୍ତନ କରିଥାନ୍ତି କିନ୍ତୁ ଅଧିକ ଦୂର ପର୍ଯ୍ୟନ୍ତ ଯାଇପାରନ୍ତି ନାହିଁ l ଏହି ପ୍ରଜାତିର ମହୁମାଛି ଅନ୍ୟ ତିନି ପ୍ରଜାତିର ମହୁମାଛି ଅପେକ୍ଷା ଛୋଟ ହୋଇଥାନ୍ତି । ସାଧାରଣତଃ ଏହି ମହୁମାଛି ଛୋଟ ଆକାରର ଫୁଲ, ଚେରମୂଳମାନଙ୍କରୁ ମହୁ ଏକାଠି ସଂଗ୍ରହ କରିଥାଆନ୍ତି । ଏହି ପ୍ରଜାତିର ମହୁମାଛି ଗୋଟିଏ ବଂଶ ବର୍ଷକ ଭିତରେ ମହୁ ଏକାଠି କରିବାର କ୍ଷମତା ୧ କିଲୋଲିଟର ରୁ ୧.୫ କିଲୋଲିଟର ହେଇଥାଏ ।

ପାହାଡିଆ ମହୁମାଛି

ଏମାନଙ୍କ ମହୁଫେଣା ଗଛର ଉଚ୍ଚ ଭାଗ, ଉଚ୍ଚ ଘର, ପାଣି ଟାଙ୍କି ଇତ୍ୟାଦି ବହୁତ ଉଚ୍ଚ ସ୍ଥାନମାନଙ୍କରେ ଏମାନେ ଦେଖିବାକୁ ମିଳନ୍ତି । ଏହି ମହୁମାଛି ଆକାରରେ ସବୁଠୁ ବଡ଼ ହେଇଥାନ୍ତି ଓ ସ୍ଵଭାବରେ ବହୁତ ହିଂସ୍ର ହେଇଥାନ୍ତି ଏବଂ ଋତୁ ଅନୁସାରେ ନିଜର ସ୍ଥାନ ପରିବର୍ତନ କରନ୍ତି, ଯାହା ଦ୍ୱାରା ଏମାନଙ୍କ ମହୁ ତିଆରି କରିବାର କ୍ଷମତା ଅନ୍ୟ ପ୍ରଜାତି ଠାରୁ ବହୁତ ଅଧିକ ରହିଥାଏ । ପ୍ରତି ମହୁ ଫେଣାରୁ ହାରାହାରି 30 ରୁ 35 କିଲୋଲିଟର ପର୍ଯ୍ୟନ୍ତ ମହୁ ମିଳିଥାଏ ।

ଭାରତୀୟ ମହୁମାଛି

ଏହି ମହୁମାଛି ଅନ୍ଧାରୁଆ ସ୍ଥାନମାନଙ୍କରେ ଗୋଟିଏ ସ୍ତରର ମହୁଫେଣା ତିଆରି କରିଥାନ୍ତି l ଏମାନଙ୍କ ମହୁଫେଣା ଘରର ଛାତ, ଗଛର କୋରଡ଼, ଭଙ୍ଗା ଘର ଓ ବିଭିନ୍ନ ପ୍ରକାରର କନ୍ଦି ଜାଗାମାନଙ୍କରେ ଏମାନଙ୍କ ମହୁଫେଣା ଦେଖିବାକୁ ମିଳିଥାଏ । ଏହି ପ୍ରଜାତିର ମହୁମାଛିମାନଙ୍କ ସ୍ଵଭାବ ବିଦେଶୀ ମହୁମାଛି ପ୍ରଜାତିମାନଙ୍କ ଭଳି ଦେଖିବାକୁ ମିଳିଥାଏ । ଏମାନେ ଆକାରରେ ବଡ ହେଇଥାନ୍ତି, ଏହି ମହୁମାଛିମାନଙ୍କୁ ଭାରତର ପାହାଡିଆ ଅଞ୍ଚଳ ଓ ଦକ୍ଷିଣ ରାଜ୍ୟଗୁଡ଼ିକରେ ପାଳନ କରାଯାଏ । ପ୍ରତି ବର୍ଷ ହାରାହାରି ୭ ରୁ ୧୦ କିଲୋଲିଟର ମହୁ ପ୍ରତି ମହୁଫେଣାରୁ ମିଳିଥାଏ ।

ଇଟାଲିଆନ ମହୁମାଛି

ଏହି ପ୍ରଜାତିର ମହୁମାଛିଗୁଡିକୁ ବିଦେଶରୁ ଭାରତକୁ ୧୯୬୪ ମସିହା ପରେ ଅଣାଯାଇଛି । ଏହି ପ୍ରଜାତିର ମହୁମାଛି ପାହାଡୀ ପ୍ରଜାତିର ମହୁମାଛି ଠାରୁ ଛୋଟ ଏବଂ ଅନ୍ୟ ଦୁଇ ପ୍ରଜାତି ଠାରୁ ବଡ ଅଟେ । ଏହି ମହୁମାଛି ସ୍ଵଭାବରେ ଶାନ୍ତ ଏବଂ ଅଧିକ ପରିଶ୍ରମୀ ଅଟନ୍ତି l ଏହି ମହୁମାଛିକୁ ସମୟ ସମୟରେ ଭଲ ସ୍ଥାନମାନଙ୍କୁ ସ୍ଥାନାନ୍ତରିତ କରି ଏମାନଙ୍କ ଠାରୁ ୪୦ ରୁ ୫୦ କିଲୋଲିଟର ପର୍ଯ୍ୟନ୍ତ ମହୁ ପ୍ରତି ବର୍ଷ ଅମଳ କରାଯାଇ ପାରେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)