Others

ଏହି ଯୋଜନାରେ ୭୮ ଟଙ୍କା ରଖିଲେ, ପାଇବେ ୧୧ ଲକ୍ଷ

ଦେଶ ହେଉ କି ରାଜ୍ୟ ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି l ସରକାରୀ ସଂସ୍ଥା ହେଉ କି ବେସରକାରୀ ସଂସ୍ଥା ହେଉ ମହିଳାଙ୍କ ଭବିଷ୍ୟତକୁ ଆଖିରେ ରଖି ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି l ଯେଉଁଥିରେ ମହିଳା ଅନେକ ଲାଭ ପାଇ ପାରୁଛନ୍ତି l ମହିଳାଙ୍କ ପାଇଁ କୃଷି ରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ପରି ଅନେକ ବିଷୟ ଉପରେ ଆଲୋକପାତ କରାଯାଉଛି l ମହିଳାଙ୍କୁ ସଶକ୍ତିକରଣ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି l

29 July, 2023 12:28 PM IST By: Tanushree Mahapatra

ଦେଶ ହେଉ କି ରାଜ୍ୟ ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି l ସରକାରୀ ସଂସ୍ଥା ହେଉ କି ବେସରକାରୀ ସଂସ୍ଥା ହେଉ ମହିଳାଙ୍କ ଭବିଷ୍ୟତକୁ ଆଖିରେ ରଖି ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି l ଯେଉଁଥିରେ ମହିଳା ଅନେକ ଲାଭ ପାଇ ପାରୁଛନ୍ତି l

ମହିଳାଙ୍କ ପାଇଁ କୃଷି ରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ପରି ଅନେକ ବିଷୟ ଉପରେ ଆଲୋକପାତ କରାଯାଉଛି l ମହିଳାଙ୍କୁ ସଶକ୍ତିକରଣ କରିବା ଦିଗରେ ଅନେକ ପଦକ୍ଷେପ ନିଆଯାଉଛି l ଏଥିରେ ଏବେ ସାମିଲ ହୋଇଛନ୍ତି ଅନେକ ବ୍ୟାଙ୍କ l ସରକାରୀ ବ୍ୟାଙ୍କ ଏବଂ ବେସରକାରୀ ବ୍ୟାଙ୍କ ମହିଳାଙ୍କ ପାଇଁ ଅନେକ ସ୍କିମ ପ୍ରଚଳିତ କରିଛନ୍ତି l ସେହିପରି LICକୁ ଲୋକମାନେ ସୁରକ୍ଷାର ପ୍ରମୁଖ ମାଧ୍ୟମ ଭାବେ ବାଛିଥା’ନ୍ତି ପ୍ରତି ସ୍କିମରେ । ଅନ୍ୟ କୌଣସି ବ୍ୟାଙ୍କ ଅପେକ୍ଷା ଏହି LIC ର ସ୍କିମରେ ଲୋକେ ଅଧିକ ସାମିଲ ହେବାକୁ ଚେଷ୍ଟା କରିଥାନ୍ତି l

ତେବେ କିପରି ମହିଳାମାନେ ସମସ୍ତ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ l ସେମାନଙ୍କ ଭବିଷ୍ୟତ ପାଇଁ କିପରି ଅଧିକ ସଞ୍ଚୟ ବଢ଼ିପାରିବ ସେଥିପ୍ରତି ଅଧିକ ରୁ ଅଧିକ ଦୃଷ୍ଟି ଦିଆଯାଉଛି। ହେଲେ ଏବେ LIC  ଏକ ସୁନ୍ଦର ଯୋଜନା କରିଛି ମହିଳାଙ୍କ ପାଇଁ । ଯେଉଁଥିରେ ମହିଳାମାନେ ସ୍ୱଳ୍ପ ଟଙ୍କା ଜମା ରଖି ଅଧିକ ଟଙ୍କା ଲାଭରେ ପାଇପାରିବେ । ସାଧାରଣତଃ ଦେଖିବାକୁ ଗଲେ LICକୁ ଲୋକମାନେ ସୁରକ୍ଷା ତଥା ସଂଚୟର ପ୍ରମୁଖ ମାଧ୍ୟମ ଭାବେ ବାଛିଥା’ନ୍ତି । ଅନ୍ୟ କୌଣସି ବ୍ୟାଙ୍କ କିମ୍ବା ଅନ୍ୟ ଯୋଜନାରେ ବିନିଯୋଗ କରିବା ପରିବର୍ତ୍ତେ, LICକୁ ପ୍ରଥମେ ବାଛିଥା’ନ୍ତି ।  LIC ର ଏବେ ଏମିତି ଏକ ପ୍ଲାନ୍ ରହିଛି, ଯେଉଁଥିରେ ଆପଣ ମାତ୍ର ୮୭ ଟଙ୍କା ସଞ୍ଚୟ କରି ୧୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରିପାରିବେ । LIC ଦ୍ୱାରା ପ୍ରଚଳିତ ଏହି ଯୋଜନାର ନାଁ ହେଉଛି LIC ଆଧାର ଶୀଲା ଯୋଜନା ।

ଏଥିପାଇଁ ଏଥିରେ ନିୟୋଜିତ କରିବାକୁ ଚାହୁଁଥିବା ନିବେଶକଙ୍କୁ ପ୍ରତିଦିନ ମାତ୍ର ୮୭ ଟଙ୍କା ସଞ୍ଚୟ କରିବାକୁ ପଡିବ । ଯଦି ଏହାକୁ ହିସାବକୁ ନିଆଯାଏ ତେବେ ବାର୍ଷିକ ମୋଟ୍‌ ୩୧,୭୫୫ ଟଙ୍କା ଆପଣଙ୍କ ସଞ୍ଚୟ କରିପାରିବେ । ଯଦି ଆପଣ ଏହି ଯୋଜନାରେ ଦଶ ବର୍ଷ ନିଜ ଟଙ୍କା ବିନିଯୋଗ କରନ୍ତି । ତେବେ ଏହାଦ୍ୱାରା ଆପଣ ମୋଟ ୩,୧୭,୫୫୦ ଟଙ୍କା ଜମା କରିପାରିବେ ।

ଏହି ଯୋଜନାର ଅବଧି ୭୦ ବର୍ଷ ପର୍ଯ୍ୟନ୍ତ ରହିଛି । ତେବେ ଆପଣ ଏଥିରେ ଟଙ୍କା ରଖିଲେ ନିଜ ବୃଦ୍ଧ ସମୟରେ  ୧୧ ଲକ୍ଷ ଟଙ୍କା ପାଇବେ । ସେହିପରି ୮ରୁ ୫୫ ବର୍ଷର ମହିଳାମାନେ LICର ଏହି ଯୋଜନା ମାଧ୍ୟମରେ ନିଜ ଟଙ୍କା ବିନିଯୋଗ କରିପାରିବେ । ସେହିପରି ନିୟମ ଅନୁସାରେ LICର ଏହି ଆଧାର ଶୀଲା ଯୋଜନାରେ ସର୍ବନିମ୍ନ ରାଶି ୭୫ ହଜାର ଟଙ୍କା ସ୍ଥିର କରାଯାଇଛି LIC ତରଫରୁ ଏବଂ ସର୍ବନିମ୍ନ ଅବଧି ସମୟ ୧୦ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି । ସେହିପରି ଟଙ୍କା ନିବେଶକଙ୍କ ବୟସ ସର୍ବାଧିକ ୨୦ ବର୍ଷ ରହିଥିବା ଆବଶ୍ୟକ ବୋଲି କୁହାଯାଇଛି । ଏହା ସହିତ ଏହି ଯୋଜନାରେ ମହିଳାଙ୍କ ପାଇଁ ଅନେକ ସୁବିଧା କରାଯାଇଛି ଯାହା ମହିଳାଙ୍କୁ ଏଥିରେ ସାମିଲ ହେଵା ପାଇଁ ଆହୁରି ଆକୃଷ୍ଟ କରିବ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)