Others

ମେଲେରିଆ ଲାଗି ଟୀକାକରଣ ଆରମ୍ଭ !

ମେଲେରିଆ ଲାଗି ଟୀକାକରଣ ଆରମ୍ଭ !

25 April, 2019 10:29 AM IST By: KJ Staff

ମେଲେରିଆ ପରି ମାରାତ୍ମକ ରୋଗ ଆପଣଙ୍କୁ ବିଶେଷ କରି ମାଇ ଆନୋଫିଲିସ ମଶା କାମୁଡ଼ିବାରୁ ହେଇପାରେ |ତେବେ ଏହା ସବୁ ବର୍ଗ ର ବ୍ୟକ୍ତି ଙ୍କୁ ହେଇପାରିବ ଏବଂ ଏହା ଦ୍ୱାରା ବିଶ୍ୱ ରେ ପ୍ରତିବର୍ଷ ବହୁ ଲୋକ ମୃତ୍ୟୁବରଣ କରିଥାନ୍ତି |ମାତ୍ର ବୈଜ୍ଞାନିକ ମାନେ ଏବେ ଏହାର ଏକ ଉତ୍ତମ ଉପଚାର ଖୋଜିଛନ୍ତି |

ମଲାୱୀରେ ବିଶ୍ୱର ପ୍ରଥମ ମେଲେରିଆ ଟୀକାକରଣ ଆରମ୍ଭ କରାଯାଇଛି |ଏହି ଟୀକାକରଣ କାର୍ଯ୍ୟକ୍ରମକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ସ୍ୱାଗତ କରିଛି |ଏହି ଟୀକା "ଆଇଆରଟିଏସ ଏସ "ଭାବେ ପରିଚିତ ହେବ |
ମଲାୱୀରେ ରେ ଏହା ୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଉପଲବ୍ଧ ହେବ |ଆଗାମୀ ସପ୍ତାହରେ ଏହି ଟୀକାକରଣ କୁ ଘାନା ଓ କେନିଆରେ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଡବ୍ଲୁଏଚଓ|

ମେଲେରିଆ ଏବେ ବିଶ୍ୱ ର ସବୁଠାରୁ ଘାତକ ରୋଗ ପରିଚିତ ହୋଇ ସାରିଛି |ବିଶ୍ୱରେ ପ୍ରତି ୨ ମିନିଟ ରେ ଗୋଟେ ଶିଶୁ ଏହି ରୋଗରେ ପ୍ରାଣ ହରାଉଛି|ଆଫ୍ରିକା ମହାଦେଶରେ ଏହି ରୋଗରେ ୨ ଲକ୍ଷ ୫୦ ହଜାର ଶିଶୁ ପ୍ରାଣ ହରାଉଛନ୍ତି |ସେହିପରି ବିଶ୍ୱ ରେ ପ୍ରତି ବର୍ଷ ୪ ଲକ୍ଷ ୩୫ ହଜାର ଶିଶୁ ପ୍ରାଣ ହରାଉଛନ୍ତି |ଡବ୍ଲୁ ଏଚ ଓ କହିବା ଅନୁଯାୟୀ ୫ ବର୍ଷରୁ କମ,ବୟସର ଶିଶୁ ଏହି ରୋଗରେ ପଡିଲେ ପ୍ରାଣ ହରାଇବାର ଆଶଙ୍କା ଅଧିକ ରହିଥାଏ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)