Others

ଶୁଭ ସକାଳ ର ଶୁଭ ପାନୀୟ !

ଶୁଭ ସକାଳ ର ଶୁଭ ପାନୀୟ !

30 March, 2019 1:10 PM IST By: KJ Staff

ଶରୀର ରୂପକ ଇଞ୍ଜିନ ରେ ଯଦି କେହି ଇନ୍ଧନ ପରି କାର୍ଯ୍ୟ କରେ ତେବେ ତାହା ହେଉଛି ଆପଣଙ୍କ ଖାଦ୍ୟ !ଏହି ଖାଦ୍ୟ ରେ ଅନିୟମିତତା ବା ହାଣୀକାରଣ ପଦାର୍ଥ ରହୁଥିବାରୁ ଖୁବ ଶୀଘ୍ର ଲୋକଙ୍କର ଓଜନ ବୃଦ୍ଧି ହେବାର ଲାଗିଛି ଏବଂ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ଆପଣ ନିଶ୍ଚିନ୍ତ ବହୁ ଉପାୟ ଅବଲମ୍ବନ କରିସାରିଥିବେ |ତେବେ ଜାଣନ୍ତି କି ଶୁଭ ସକାଳ ର ଏହି କେତୋଟି ପଣିଆ ଆପଣଙ୍କ ଶରୀର ଉପରେ କିପରି ପ୍ରଭାବ ପକାଏ?

 

୧)ଗ୍ରୀନ ଟି :ଏକ ପରୀକ୍ଷା ରୁ ଜଣ ପଡିଛି ଯେ ଯେଉଁମାନେ ସକାଳୁ ଗ୍ରୀନ ଟା ପୀଲା ପରେ ବ୍ୟାୟାମ ବା ଯୋଗ କରନ୍ତି ସେମାନେ ଅଧିକ ଗୋଟେ କି.ଗ୍ରା ଓଜନ ହ୍ରାସ କରିଛନ୍ତି |ଏଥିରେ ଥିବା ଆଣ୍ଟିଅକ୍ସୀଡାଣ୍ଟ ଶୀଘ୍ର ଓଜନ ହ୍ରାସ କରିବାକୁ ସାହାଯ୍ୟ କରେ | ୨)ଆପେଲ ସିଡାର ଭିନେଗାର ଡ୍ରିଙ୍କ :ଏଥିରେ ଥିବା ଏସିଇଟିକ ଏସିଡ ଆପଣଙ୍କୁ ଓଜନ ନିୟନ୍ତ୍ରଣ କରିବା ସହ ,ଶୀଘ୍ର ଭୋକ ହେବାକୁ ଦିଏ ନାହିଁ ଏବଂ ଇନ୍ସୁଲିନ ମାତ୍ର ନିୟନ୍ତ୍ରଣ ରେ ମଧ୍ୟ ସାହାଯ୍ୟ କରେ |ତେଣୁ ମଧୁମେହ ପୀଡିତ ବ୍ୟକ୍ତି ଏହାକୁ ନିଶ୍ଚିନ୍ତ ସକାଳୁ ପିଅନ୍ତୁ |

୩)ସପୁରି ଜୁସ :ସପୁରି ରେ ଥାଏ ବ୍ରୋମେଲୀନ ଯାହା ଖାଦ୍ୟ ହଜମ ,ରକ୍ତସ୍ରାବ ରୋକିବା ,ଇତ୍ୟାଦି ରେ ସାହାଯ୍ୟ କରେ |ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ ସି ,ଏ ଫାଇବର ଏବଂ ମିନେରାଲ ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ |

୪)କଫି :ଓଜନ ହ୍ରାସ କରିବାକୁ ଚାହୁଁଥିଲେ ନିଶ୍ଚିନ୍ତ ଭାବେ ସକାଳୁ ଫୁଟୁଥିବା ପାଣିରେ କଫି ମିଶାଇ ବିଳାସିକ କଫି ପିଅନ୍ତୁ |ଏଥିରେ ଥିବା କ୍ୟାଫେନ ଆପଣଙ୍କ ଶରୀରରେ ସ୍ବେଦ ପ୍ରଭାବ ବଢାଏ ଏବଂ ସତେଜ ରଖେ ତେଣୁ ଓଜନ ହ୍ରାସ ଶୀଘ୍ର ହୋଇଥାଏ |

୫)ଲେମ୍ବୁ ସହ ମହୁ :ଏହା ଓଜନ ହ୍ରାସ କରିବାରେ ସୁପର ଡ୍ରିଙ୍କ ଭାବେ କାମ କରେ |ମହୁ ଖାଦ୍ୟ ହଜମ କରେ ଏବଂ ପେଟ ଫୁଲିବା କାମ କରେ |ସେହିପରି ଲେମ୍ବୁ ରେ ଥିବା ଭିଟାମିନ ସି ଏବଂ ଆଣ୍ଟିଅକ୍ସୀଡାଣ୍ଟ ଶରୀର ରୁ ବର୍ଜ୍ୟ ବସ୍ତୁ ନିଷ୍କାସନ କରେ ,ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଏବଂ ଓଜନ ନିୟନ୍ତ୍ରଣ କରିଥାଏ |