Others

ବୃଦ୍ଧି ହେବ କୃଷକଙ୍କ ଆୟ, ୬ଟି ରବି ଫସଲରେ ସରକାର ବଢାଇଲେ MSP

ଦେଶର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ପ୍ରଥମ ହାତ ଚାଷୀ ବା କୃଷକଙ୍କର ରହିଛି l ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ଆମଦାନୀ ଏବଂ ଆର୍ଥିକ ସ୍ଥିତିକୁ ଅଧିକ ରୁ ଅଧିକ ଦୃଢ କରିବା ଲାଗି ଲଗାତାର କାମ କରିଆସୁଛନ୍ତି । ଆଉ ଏବେ ଚାଷୀଙ୍କୁ ସେ ଆଉ ଏକ ବଡ ଉପହାର ଦେବାକୁ ଯାଉଛନ୍ତି l

19 October, 2023 9:53 AM IST By: Tanushree Mahapatra

ଦେଶର ଆର୍ଥିକ ସ୍ଥିତି ମଜବୁତ କରିବା ପାଇଁ ପ୍ରଥମ ହାତ ଚାଷୀ ବା କୃଷକଙ୍କର ରହିଛି l ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କ ଆମଦାନୀ ଏବଂ ଆର୍ଥିକ ସ୍ଥିତିକୁ ଅଧିକ ରୁ ଅଧିକ ଦୃଢ କରିବା ଲାଗି ଲଗାତାର କାମ କରିଆସୁଛନ୍ତି । ଆଉ ଏବେ ଚାଷୀଙ୍କୁ ସେ ଆଉ ଏକ ବଡ ଉପହାର ଦେବାକୁ ଯାଉଛନ୍ତି l ଏହାରି ମଧ୍ୟରେ ସରକାର ଦୀପାବଳି ପୂର୍ବରୁ ଦେଶର କୃଷକଙ୍କୁ ତାଙ୍କ ଆୟ ବୃଦ୍ଧି କରିବା ଭଳି ଏକ ଭେଟି ଦେଇଛନ୍ତି । 

କାରଣ ସରକାର ୬ଟି ରବି ଫସଲ ଉପରେ ଏମଏସପି ଅର୍ଥାତ ନ୍ୟୁନତମ ସମର୍ଥନ ମୂଲ୍ୟକୁ ବଢାଇଦେଇଛନ୍ତି । କ୍ୟାବିନେଟ MSPରେ ୨ ପ୍ରତିଶତ ରୁ ନେଇ ଏହାକୁ ୭ ପ୍ରତିଶତ ପର୍ଯ୍ୟନ୍ତ ବଢାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି । ବସିଥିବା କ୍ୟାବିନେଟ ବୈଠକରେ ସରକାର ଏହି ନିଷ୍ପତ୍ତିକୁ ଅନୁମୋଦନ କରିଥିବା ନେଇ ସୂଚନା ଦିଆଯାଇଛି ।

ତେବେ ସରକାର ଗହମ ଏବଂ ସୋରିଷ ସମେତ ୬ଟି ଫସଲର ଏମଏସପିକୁ ବଢାଇବା ପାଇଁ ନିଷ୍ପଟି ନେଇଥିବା କହିଛନ୍ତି । ତେବେ ସେ ଖାଦ୍ୟ ପଦାର୍ଥ ବା ଶସ୍ୟ ହେଉଛି ଗହମ, ବାର୍ଲି, ଆଳୁ, ଚଣା, ମସୁର, ଅଳସୀ, ମଟର ଏବଂ ସୋରିଷ । ଏହି ସମସ୍ତ ରବି ଫସଲ ଉପରେ ସରକାର MSP ବୃଦ୍ଧି ପାଇଁ ନିଷ୍ପତି ନେଇଛନ୍ତି l ସେହିପରି ଗହମର ନ୍ୟୁନତମ ସମର୍ଥନ ମୂଲ୍ୟ ୧୫୦ ଟଙ୍କା ପ୍ରତି କ୍ୟୁଣ୍ଟାଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ନିଷ୍ପତି ନେଇ କହିଛନ୍ତି ଯେ, ସରକାର କୃଷକଙ୍କ ଆୟକୁ ଦେଢ ଗୁଣ ବଢାଇବେ ବୋଲି କହିଛନ୍ତି । କୃଷକଙ୍କ ଗତ ବର୍ଷ ତୁଳନାରେ ସରକାର ତେଲ ମଞ୍ଜି ଏବଂ ସୋରିଷରେ ୨୦୦ ଟଙ୍କା ପ୍ରତି କ୍ୟୁଣ୍ଟାଲ ବୃଦ୍ଧି କରିଥିଲେ  , ସେହିପରି ମସୁର ଡାଲି ପ୍ରତି କ୍ୟୁଣ୍ଟାଲ ପିଛା ୪୨୫ ଟଙ୍କା, ଗହମ ୧୫୦ ଟଙ୍କା , ବାର୍ଲି  ୧୧୫ ଟଙ୍କା, ଚଣା ୧୦୫ ଟଙ୍କା ଏବଂ ସ୍ୟର୍ଯ୍ୟମୂଖୀ ୧୫୦ ଟଙ୍କା ପ୍ରତି କ୍ୟୁଣ୍ଟାଲ ପିଛା ବୃଦ୍ଧି କରିଥିବା ଦେଖିବାକୁ ମିଳିଛି ।

କୃଷକମାନେ ସେମାନଙ୍କ ଫସଲରୁ କିପରି ଭାବେ ଭଲ ମୂଲ୍ୟ ପାଇବାକୁ ନିଶ୍ଚିତ ହେବେ ସେଥିପାଇଁ MSPର ବ୍ୟବସ୍ଥା ଆରମ୍ଭ କରାଯାଇଛି । MSP ଅଧୀନରେ ସରକାର ଫସଲ ପାଇଁ ସର୍ବନିମ୍ନ ମୂଲ୍ୟ ସ୍ଥିର କରିଥାନ୍ତି l ଏହାକୁ ସର୍ବନିମ୍ନ ସହାୟତା ମୂଲ୍ୟ ବୋଲି କୁହାଯାଏ । ଏହାର ସୁବିଧା ହେଉଛି ଯଦି ଚାଷୀଙ୍କ ଫସଲର ବଜାର ମୂଲ୍ୟ ହ୍ରାସ ହୁଏ, ତେବେ କେନ୍ଦ୍ର ସରକାର କେବଳ ଏମଏସପିରେ ଚାଷୀଙ୍କଠାରୁ ଫସଲ କିଣିଥାନ୍ତି । ଯାହାଦ୍ୱାରା ଚାଷୀଙ୍କ ଲାଭ ହୋଇଥାଏ l ୨୦୨୪-୨୫ ରେ ଗହମ କ୍ୱିଣ୍ଟାଲ ପିଛା ୨,୨୭୫ ଟଙ୍କା କ୍ୟାବିନେଟ୍ ଦ୍ୱାରା ଅନୁମୋଦନ କରାଯାଇଛି l  ୨୦୨୪-୨୫  ବାର୍ଲି ପାଇଁ କ୍ୱିଣ୍ଟାଲ ପିଛା ୧,୮୫୦ ଟଙ୍କା ଅନୁମୋଦିତ ହୋଇଛି  MSP ରେ । ୨୦୨୪-୨୫ ରେ ଗ୍ରାମ ପାଇଁ କ୍ୱିଣ୍ଟାଲ ପିଛା ୫,୪୪୦ ଟଙ୍କା, ମସୁର ଡାଲି ପାଇଁ କ୍ୱିଣ୍ଟାଲ ପିଛା ୬,୪୨୫ ଟଙ୍କା, ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କା ଇତ୍ୟାଦି ବୃଦ୍ଧି କରାଯାଇଛି l