Others

ଓଡ଼ିଶା ଏଗ୍ରିକନକ୍ଳେଭ୍ -2021

ଅକ୍ଟୋବର 8 ତାରିଖରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଥିବା 'ଓଡ଼ିଶା ଏଗ୍ରିକନକ୍ଳେଭ'ରେ 69 ଗୋଟି ଜାତୀୟ ସ୍ତରୀୟ କମ୍ପାନୀ ଅଂଶ ଗ୍ରହଣ କରିବାର ସୂଚନା ମିଳିଛି l

07 October, 2021 4:36 PM IST By: Sugyan Kumar Nayak

ଅକ୍ଟୋବର 8 ତାରିଖରେ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଥିବା 'ଓଡ଼ିଶା ଏଗ୍ରିକନକ୍ଳେଭ'ରେ 69 ଗୋଟି ଜାତୀୟ ସ୍ତରୀୟ କମ୍ପାନୀ ଅଂଶ ଗ୍ରହଣ କରିବାର ସୂଚନା ମିଳିଛି l  ମୁଖ୍ୟମନ୍ତ୍ରୀଙ୍କର ସଚିବ, ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଏହି 'ଓଡ଼ିଶା ଏଗ୍ରିକନକ୍ଳେଭ' ସମ୍ପର୍କରେ ସମସ୍ତ ବ୍ୟବସ୍ଥା ଏବଂ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି l 'ଓଡ଼ିଶା ଏଗ୍ରିକନକ୍ଳେଭ' ନିମନ୍ତେ ଏକ ୱେବସାଇଟ ପ୍ରସ୍ତୁତ କରାଯାଇଛି l ଏହି କାର୍ଯ୍ୟକ୍ରମ ପାଇଁ ଉଦ୍ଧିଷ୍ଟ ଇ-ରେଜିଷ୍ଟ୍ରେସନ, ଇ-ଇନଭାଇଟେସନ, ବ୍ରୋଚର ଇତ୍ୟାଦିର ବ୍ୟବସ୍ଥା କରାଯାଇଛି l

ଓଡ଼ିଶାର ଚାଷୀଭାଇମାନଙ୍କର ପ୍ରମୁଖ ସମସ୍ୟା ହେଉଛି ସେମାନଙ୍କର ଉତ୍ପାଦିତ ସାମଗ୍ରୀ ନିମନ୍ତେ ଗୋଟିଏ ଉପଯୁକ୍ତ ବଜାରର ଅଭାବ l ଯାହା ଫଳରେ ବହୁ ସମସ୍ୟାର ସାମ୍ନା କରି ଅମଳ କରିଥିବା ଫସଲକୁ ଚାଷୀ ବିକ୍ରି କରିବାରେ ଅକ୍ଷମ ହେଉଛି l ଏହି ପ୍ରକାରର ସମସ୍ୟାକୁ ଦୃଷ୍ଟିରେ ରଖି କୃଷକମାନଙ୍କ ନିଅମନ୍ତେ ଏକ ସୁସଙ୍ଗଠିତ ବଜାର ବ୍ୟବସ୍ଥା ସ୍ଥାପନ କରିବାକୁ ରାଜ୍ୟ ସରକାର ଚିନ୍ତା କରିଛନ୍ତି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ତାହା ଆରମ୍ଭ ହେବାକୁ ଯାଉଛି l ନିଶ୍ଚିତ ଭାବରେ ଏହା ଆମର ଓଡ଼ିଶାର ସମସ୍ତ ଚାଷୀଭାଇମାନଙ୍କ ପାଇଁ ଗୋଟିଏ ଖୁସି ଖବର ଅଟେ l

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କୃଷିଜାତ ସାମଗ୍ରୀ ଏବଂ କୃଷି ସହିତ ଜଡିତ ଅନ୍ୟାନ୍ୟ ସାମଗ୍ରୀର ରପ୍ତାନୀ ଏବଂ ବିକ୍ରି ବିଷୟରେ ବିଶେଷ ଭାବରେ ଗୁରୁତ୍ୱ ପ୍ରଦାନ କରାଯିବ l ଯାହା ଫଳରେ ଓଡ଼ିଶାର କୃଷକମାନେ ଆଉ ଅଭାବୀ ବିକ୍ରିର ସାମ୍ନା କରିବେ ନାହିଁ ଏବଂ ସେମାନଙ୍କର ଆୟ ଦ୍ବିଗୁଣିତ ହୋଇପାରିବ l

ଅକ୍ଟୋବର ୮, ତାରିଖର କୃଷି ସମ୍ମିଳନୀରେ ବଡ଼ ବଡ଼ କମ୍ପାନୀର ମୁଖ୍ୟମାନେ ଅଂଶ ଗ୍ରହଣ କରିବାର ସୂଚନା ମିଳିଛି l

ହରଲିକ୍ସ, ପତଞ୍ଜଳୀ, ବ୍ରିଟାନିଆ, ଡାବର ଏବଂ ନୁଡୁଲସ ଭଳି ପ୍ରସିଦ୍ଧ କମ୍ପାନୀଗୁଡ଼ିକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀମାନଙ୍କ ସହିତ ଓଡ଼ିଶା କୃଷିଜାତ ସାମଗ୍ରୀର ବିପଣନ ବିଷୟରେ ବିଶେଷ ଆଲୋଚନା କରାଯିବାର ଯୋଜନା ରହିଛି l ଯାହା ଫଳରେ କୃଷକମାନେ ଅନେକ ପରିମାଣରେ ଲାଭବାନ ହୋଇପାରିବେ l ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀକୁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସଚିବ, ଶ୍ରୀଯୁକ୍ତ ସୁରେଶ କୁମାର ବଶିଷ୍ଠ ବ୍ୟାଖ୍ୟା କରିଛନ୍ତି l 'ଓଡ଼ିଶା ଏଗ୍ରିକନକ୍ଳେଭ'ର ଆୟୋଜନ ନିମନ୍ତେ NAFED ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରିଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)