Others

ଗାଡି ଚାଳକ ଙ୍କ ଲାଗି ଚେତାବନୀ !!

ଗାଡି ଚାଲାକ ଙ୍କ ଲାଗି ଚେତାବନୀ !!

09 December, 2019 4:05 PM IST By: KJ Staff

ପରିବହନ ସେବା ୱେବସାଇଟ ରେ କରିବାକୁ ପଡିବ ନିଜର ଫୋନେ ନୋ ର ପଞ୍ଜିକରଣ

ରାଜ୍ୟ ପରିବହନ ଅଧିକାରୀ ପକ୍ଷରୁ ଗାଡି ଚାଳକ ମାନଙ୍କୁ ପରିବହନ ସେବା ୱେବସାଇଟ ରେ ନିଜର ଫୋନ ନୋ କୁ ମଧ୍ୟ ପଞ୍ଜିକରଣ କରିବା ବାଧ୍ୟତାମୂଳକ କରାଯାଇଛି |
ଗାଡି ମାଲିକ ଙ୍କ ସମ୍ପୂର୍ଣ ବିବରଣୀ ଓ ଫୋନ ନୋ ଦେବା ସମ୍ପୂର୍ଣ ଭାବେ ଗାଡି ଡିଲର ମାନଙ୍କ ଦାୟିତ୍ୱ |ଏହା ବ୍ୟତୀତ ଡିଲର ମାନଙ୍କୁ କୁହାଯାଇଛି ଯେ ଗାଡି ବିକ୍ରି କରିବା ପୂର୍ବରୁ ଏଥିରେ ଅତି ଆଧୁନିକ ପ୍ରଯୁକ୍ତି ର ରେଜିସ୍ଟ୍ରେଶନ ପ୍ଲେଟ ଲଗାଇବା ବାଧ୍ୟତାମୂଳକ |

ଆର.ଟି.ଓ ଙ୍କୁ ଇ-ଚାଲାଣ ସହ ଅତ୍ୟଧିକ ଦ୍ରୁତ ଗତି ରେ ଯାଉଥିବା ଗାଡି ର ଫୋଟୋ ମଧ୍ୟ ପଠାଇବାର ନିର୍ଦେଶ ଦିଆଯାଇଛି |
ଏସ ଟି ଏ ର ପରିବହନ କମିଶନର କହିଛନ୍ତି ଯେ ଗାଡି ମାଲିକ ମାନେ କୌଣସି ଚାଲାକ ଙ୍କୁ ଚାକିରୀ ରେ ରଖିବା ପୂର୍ବେ ତାଙ୍କର ଲାଇସେନ୍ସ ଭଲ ଭାବେ ଯାଞ୍ଚ କରନ୍ତୁ ଏବଂ ଏହାର ବିବରଣୀ ମଧ୍ୟ ୱେବସାଇଟ ରେ ଉପଲବ୍ଧ ରହିଛି ବୋଲି ସେ କହିଥିଲେ |

ଏହା ବ୍ୟତୀତ ନିଶାଗ୍ରସ୍ତ ଅବସ୍ଥା ରେ ଗାଡି ଚଲାଇଲେ ଲାଇସେନ୍ସ ସସ୍ପେଣ୍ଡ ହେବା ସହ ଜେଲ ମଧ୍ୟ ଯିବାକୁ ପଡିପାରେ ବୋଲି ସେ ଉଲ୍ଲେଖ କରିଥିଲେ |
ନିଜ ଟ୍ୱଇଟ ମାଧ୍ୟମରେ ଏସ.ଟି.ଓ ସାଧରଣ ଜନତା କୁ କହିଛନ୍ତି ଯେ କୌଣସି ବସ ର ଚାଲାକ ଯଦି ନିଶାଗ୍ରସ୍ତ ଅବସ୍ଥା ରେ ଗାଡି ଚଲାଇବା ଦେଖିବାକୁ ମିଳିଥାଏ ତେବେ ମଧ୍ୟ ତୁରନ୍ତ ଆର.ଟି.ଓ ଙ୍କୁ ଜଣାଇବା ଉଚିତ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)