Others

କ'ଣ ଏହି ଚତ୍ମକାରୀ କ୍ରାସୁଲା ଗଛ ? ଆସନ୍ତୁ ଜାଣିବା ......

ଘର ସଜାଇବାକୁ ସମସ୍ତଙ୍କୁ ଭଲ ଲାଗେ l କିଏ କଥା ତିଆରି ତା ଆଉ କିଏ କାଚ ତିଆରି ଜିନିଷରେ ଘର ସଜାଇବାକୁ ଭଲ ପାଆନ୍ତି l ଘର ସଜାଇବା ସହିତ ସମସ୍ତଙ୍କ ଧ୍ୟାନ ଥାଏ ବସ୍ତୁ ଉପରେ l ତେବେ ଆଜିକାଲି ଆପଣ ମାନେ ଦେଖିବାକୁ ପାଇବେ ପ୍ରାୟ ମହିଳା ଘରକୁ ବାସ୍ତୁ ନିୟମ ଅନୁସାରେ ସଜାଇବାକୁ ପସନ୍ଦ କରୁଛନ୍ତି ।

25 December, 2022 1:46 PM IST By: Tanushree Mahapatra

ଘର ସଜାଇବାକୁ ସମସ୍ତଙ୍କୁ ଭଲ ଲାଗେ l କିଏ କଥା ତିଆରି ତା ଆଉ କିଏ କାଚ ତିଆରି ଜିନିଷରେ ଘର ସଜାଇବାକୁ ଭଲ ପାଆନ୍ତି l ଘର ସଜାଇବା ସହିତ ସମସ୍ତଙ୍କ ଧ୍ୟାନ ଥାଏ ବସ୍ତୁ ଉପରେ l ତେବେ ଆଜିକାଲି ଆପଣ ମାନେ ଦେଖିବାକୁ ପାଇବେ  ପ୍ରାୟ ମହିଳା ଘରକୁ ବାସ୍ତୁ ନିୟମ ଅନୁସାରେ ସଜାଇବାକୁ ପସନ୍ଦ କରୁଛନ୍ତି । ସେହିପରି ବାସ୍ତୁ  ବିଶେଷଜ୍ଞଙ୍କ କହିବା କଥା ଘର ଭିତରେ କ୍ରାସୁଲା ଗଛ ( crassula tree or plant )  ଘରେ ଲଗାଇଲେ ସୁଖ-ସମୃଦ୍ଧି ବଜାୟ ରଖିବା  ସହ ଧନଧାନ୍ୟରେ ପୁରି ଉଠିଥାଏ ଘର ।

ଏହି ଗଛ କୁ ଆପଣ ଘର ବା ଅଫିସ୍‌ର ପୂର୍ବ ବା ଉତ୍ତର  ଦିଗରେ ଲଗାଇ ପାରିବେ  । ଏହାକୁ ଉପଯୁକ୍ତ ଦିଗରେ ଲଗାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହ  ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ।  ଏହି ଉଦ୍ଭିଦ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର । ଏହାର ପତ୍ର ଗୁଡିକ ବହୁତ ଶକ୍ତିଶାଳୀ ଏବଂ ନମନୀୟ । ତେଣୁ, ଛୁଇଁଲେ ଏହା ଭାଙ୍ଗେ ନାହିଁ କିମ୍ବା ମୋଡେ ହୁଏ ନାହିଁ । ଏହି ଉଦ୍ଭିଦ ମଧ୍ୟ ଅଧିକ ଯତ୍ନ ଆବଶ୍ୟକ କରେ ନାହିଁ  l  ଆପଣ ଏହାକୁ ସହଜରେ ନିଜ ଘର ଭିତରେ ଲଗାଇ ପାରିବେ । ଏହି ଉଦ୍ଭିଦ ବିଷୟରେ ସର୍ବୋତ୍ତମ କଥା ହେଉଛି ଏହା ଶୀଘ୍ର ଶୁଖିଯାଏ ନାହିଁ । ସପ୍ତାହରେ ଦୁଇ କିମ୍ବା ତିନିଥର ଏହାକୁ ପାଣି ଦେବା ଯଥେଷ୍ଟ ହୋଇଥାଏ । ଏହି ଉଦ୍ଭିଦ ଅଧିକ ସ୍ଥାନ ନିଏ ନାହିଁ, ତେଣୁ ଏହାକୁ ଏକ ଛୋଟ ହାଣ୍ଡିରେ ମଧ୍ୟ ଲଗାଇପାରିବେ ଘର ଭିତରେ ।

ବାସ୍ତୁ ନିୟମ ଅନୁସାରେ କ୍ରାସୁଲାକୁ ଘରର ମୁଖ୍ୟ ଦ୍ୱାରଠାରୁ ଦୂରେଇ ରଖିବା ଉଚିତ୍‌ । କାରଣ ଘର ର ମୁଖ୍ୟ ଦ୍ୱାର ର  ଉର୍ଜ୍ଜା  ଓ ଗତିବିଧିର ସ୍ଥାନ ଭାବେ ଗ୍ରହଣ କରାଯାଇଥାଏ ।  ତେଣୁ ଏହାକୁ ମୁଖ୍ୟ ଦ୍ୱାରରେ ନ ରଖି ଡ୍ରଇଂ ରୁମ୍‌ରେ ରଖିବା ଉଚିତ୍‌ ।  ଶୋଇବା ଘରେ ବା ଖଟ ପାଖରେ କ୍ରାସୁଲା ଗଛ ଆଦୌ ଲଗାନ୍ତୁ ନାହିଁ । ଶୋଇବା ଘର ଆରାମର  ସ୍ଥାନ । ସେଠାରେ କୌଣସି ଗଛ ଲଗାଇବା ଅନୁଚିତ୍‌ । ଏପରିକି ରୋଷେଇ ଘରେ ମଧ୍ୟ କ୍ରାସୁଲ ଲଗାନ୍ତୁ ନାହିଁ । ଏହା ର ନକାରାତ୍ମକ ପ୍ରଭାବ ପଡିଥାଏ ଘରେ l ବାସ୍ତୁ ଅନୁସାରେ ଏହା ଏପରି ସ୍ଥାନ ରେ ଲଗାଇବା ଠିକ ନୁହେଁ l

କ୍ରାସୁଲାକୁ ଘରର କୌଣସି  ଅନ୍ଧାରୁଆ ସ୍ଥାନରେ ଲଗାଇବେ ନାହିଁ । ନଚେତ୍‌ ଏଥିରୁ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇପାରେ । ଏହାକୁ ଘରର ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ହିଁ ଲଗାନ୍ତୁ । ଏପରିକି ଏହାକୁ  ଘରର ବାଲ୍‌କୋନି ବା  ଛାତ ଉପରେ ମଧ୍ୟ  ରଖିପାରିବେ ଆପଣ ।  ଫଳରେ ଏହା ସମୃଦ୍ଧି  କାରକ  ହୋଇପାରିବ । ବ।ସ୍ତୁ  ଅନୁସାରେ ଘରେ  ଯଦି କ୍ରାସୁଲା ଗଛ  ଲଗାଉଥାନ୍ତି । ତେବେ ଏହାର ପତ୍ରକୁ ସବୁବେଳେ  ସଫା ରଖିବା ଜରୁରୀ । ଏହି ଗଛ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର l

ଏହା କ୍ରାସୁଲା ଗଛ ମନି ପ୍ଳାଣ୍ଟ ନାଁରେ ବି ପ୍ରସିଦ୍ଧ ଅଟେ । ଏହି ଗଛ ଗୁଡିକ ଛୋଟ ଓ ଗଭୀର ସବୁଜ ରଙ୍ଗର ହୋଇଥାଏ । ଏହାକୁ ଆପଣ ଘରେ ମାଟି କୁଣ୍ଡରେ ଲଗାଇ ପାରିବେ । କୁହାଯାଏ କି କ୍ରାସୁଲା ଗଛ ଚୁମ୍ବକ ଭଳି ଘରେ ଟଙ୍କା ଟାଣିଥାଏ । ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି ତଥାପି ଆପଣ ସଫଳ ହେଉ ନାହାନ୍ତି ତେବେ ଏହି ଗଛ ଆପଣଙ୍କ  ନିଜ ଘରେ ଲଗାନ୍ତୁ । ଏହି ଗଛକୁ ଆପଣ ମାଟିକୁଣ୍ଡରେ ଲଗାନ୍ତୁ  । ଯାହାକି ଆପେ ଆପେ ବଢି ଯିବ । ଏହାକୁ ଆପଣ ଉଭୟ ଖରା କିମ୍ବା ଛାଇ ଥିବା ସ୍ଥାନରେ ଲଗାଇ ପାରିବେ । ଘରେ ଏହି ଗଛ ଲଗାଇବା ଦ୍ଵାରା ଘରେ ସକରାତ୍ମକ ଉର୍ଜା ପ୍ରବାହ ହୋଇଥାଏ । ଏହାକୁ ଆପଣ ଘରର ମୁଖ୍ୟ ଦ୍ଵାର ପାଖରେ କିମ୍ବା ଅଗଣାରେ ଲଗାଇ ପାରିବେ । ଏହି ଗଛର ଅଧିକ ଯତ୍ନ ନେବାର ବି କୌଣସି ଆବଶ୍ୟକ ନାହିଁ ।

ଇଂରାଜୀରେ କ୍ରାସୁଲା ପ୍ଲାଣ୍ଟକୁ ମନି ଗ୍ରୋଥ ବୃକ୍ଷ ମଧ୍ୟ କୁହାଯାଏ । ଏହାସହ ଏହା ଫ୍ରେଣ୍ଡସିପ୍ ଟ୍ରି, ଲକି ପ୍ଲାଣ୍ଟ, ଜେଡ ପ୍ଲାଣ୍ଟ ଏବଂ ମନି ପ୍ଲାଣ୍ଟ ଭାବରେ ମଧ୍ୟ ଜଣାଶୁଣା। ଏଥି ସହିତ, ଏହାକୁ କୁବେର ପ୍ଲାଣ୍ଟ ମଧ୍ୟ କୁହାଯାଏ। ଏହି ଉଦ୍ଭିଦ ଦେଖିବାକୁ ବହୁତ୍ ବହୁତ ଛୋଟ। ଏହାର ପତ୍ରଗୁଡ଼ିକ ଛୋଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, କ୍ରାସୁଲା ପ୍ଲାଣ୍ଟକୁ ପ୍ରବେଶ ଦ୍ୱାରର ଡାହାଣ ପାର୍ଶ୍ୱରେ ରଖନ୍ତୁ। ଯେଉଁଠାରେ ସୂର୍ଯ୍ୟଙ୍କ ଆଲୋକ ଏହା ଉପରେ ପଡ଼ିବ। ତେବେ ଏହି ଉଦ୍ଭିଦର ଅଧିକ ଯତ୍ନ ମଧ୍ୟ ନେବାକୁ ପଡ଼ିବ। କ୍ରାସୁଲା ପ୍ଲାଣ୍ଟର ଉପକାରିତା ବିଷୟରେ କହିବାକୁ ଗଲେ ଏହା ଘରୁ ନକାରାତ୍ମକ ଶକ୍ତି ନଷ୍ଟ କରିଥାଏ ଏବଂ ସକରାତ୍ମକ ଶକ୍ତିର ପ୍ରବାହକୁ ବଢ଼ାଇଥାଏ। କ୍ରାସୁଲା ପ୍ଲାଣ୍ଟ ବ୍ୟକ୍ତିର ଆର୍ଥିକ ସମସ୍ୟାକୁ ଦୂର କରିଦିଏ।

ଅପୂର୍ବ ସୁଗନ୍ଧ ଓ ନିଆରା ସ୍ୱାଦ ସହିତ ଶରୀର ପାଇଁ ହିତ

ଜାଣନ୍ତୁ ଶୀତ ଦିନରେ ଶାଗର ଉପକାରିତା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)