Others
                    ଘରେ ପ୍ରସ୍ତୁତ  କରନ୍ତୁ ସ୍ୱାଦିଷ୍ଟ କଙ୍କଡା କସା
                    ତେଲ ଗରମ ହୋଇଗଲେ ସେଥିରେ ପ୍ରଥମେ ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ପର୍ଯ୍ୟାୟକ୍ରମେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧଣିଆଗୁଣ୍ଡ ପକାଇ ମସଲା କଷନ୍ତୁ।
                    
                    
                        
                        04 November, 2018 6:50 PM IST
                        By: KJ Staff
                    
                    
                
                
                    
    
                
    
        
        
            
                
                            
    
        
                            
    
ଆବଶ୍ୟକ ସାମଗ୍ରୀ
- କଙ୍କଡ଼ା,
 
- ତେଲ,
 
- ଧଣିଆ ଗୁଣ୍ଡ,
 
- କଟା ପିଆଜ,
 
- ପିଆଜ ବଟା,
 
- ଅଦା ରସୁଣ ବଟା,
 
- ହଳଦୀ ଗୁଣ୍ଡ,
 
- ଲଙ୍କା ଗୁଣ୍ଡ,
 
- ଜିରା ଗୁଣ୍ଡ, 
 
- ଟମାଟୋ ବଟା ବା ପେଷ୍ଟ୍,
 
- ଗରମ ମସଲା,
 
- ତେଜପତ୍ର,
 
- ପଞ୍ଚଫୁଟଣ
 
- ଲୁଣ।
 
ପ୍ରସ୍ତୁତି ପ୍ରଣାଳୀ
- ପ୍ରଥମେ କଙ୍କଡ଼ାକୁ ଭଲ କରି ଧୋଇ ଦିଅନ୍ତୁ।
 
- ଯଦି ଜୀଅନ୍ତା କଙ୍କଡ଼ା ଥିବେ ତେବେ ପ୍ରଥମେ ଗୋଡ଼ ଭାଙ୍ଗି ଦିଅନ୍ତୁ।
 
- କଙ୍କଡ଼ାକୁ ଭଲ ଭାବେ ଧୋଇସାରିବା ପରେ ଏହାପରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ୧୦ ରୁ୧୫ ମିନିଟ୍ ଗୋଳେଇ ରଖନ୍ତୁ।
 
- ତା’ ପରେ ଆରମ୍ଭ କରନ୍ତୁ ରୋଷେଇ।
 
- ପ୍ରଥମେ ମାଟି ହାଣ୍ଡିରେ ତେଲ ପକାନ୍ତୁ।
 
- ତେଲ ଗରମ ହୋଇଗଲେ ସେଥିରେ ପ୍ରଥମେ ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ପର୍ଯ୍ୟାୟକ୍ରମେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧଣିଆଗୁଣ୍ଡ ପକାଇ ମସଲା କଷନ୍ତୁ।
 
- ମସଲା କଷା ହୋଇଗଲା ପରେ ପୂର୍ବରୁ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଭଲଭାବେ କଶନ୍ତୁ।
 
- କଙ୍କଡ଼ା ସିଝିଗଲା ପରେ ଟମାଟୋ ବଟା ଓ ସାମାନ୍ୟ ପାଣି ଦେଇ ୫ ମିନିଟ୍ ଛାଡ଼ି ଦିଅନ୍ତୁ।
 
- ଏହା ପରେ ସେଥିରେ ଗରମ ମସଲା ପକାଇ କିଛି ସମୟ ପରେ ନିଆଁରୁ ହାଣ୍ଡିକୁ ଓହ୍ଲାଇଦିଅନ୍ତୁ। 
 
- ବାସ୍, ରୋଷେଇ ଶେଷ। ମାଟି ହାଣ୍ଡି ରୋଷେଇର ବାସ୍ନା ଏତେ ସୁନ୍ଦର ହୋଇଥିବ ଯେ ଘରେ ଥିବା ଲୋକେ ଆଘ୍ରାଣରେ ହିଁ ଅର୍ଦ୍ଧଭୋଜନ କରିସାରିଥିବେ। ଏବେ ଗରମ ଗରମ ପରଷନ୍ତୁ। ସ୍ୱାଦ ଏମିତି ଯେ ଖାଇଥିବା ଲୋକ ଭୂଲିପାରିବେ ନାହିଁ।