Others

ବୃଦ୍ଧି ହେବ ବ୍ୟାଙ୍କ କର୍ମଚାରୀଙ୍କ ଦରମା !

ସେ ସରକାରୀ ହେଉ କିମ୍ବା ବେସରକାରୀ ହେଉ ସମସ୍ତଙ୍କ ଇଛା ନିଜ କାର୍ଯ୍ୟ ଅନୁଯାୟୀ ଦରମା ବୃଦ୍ଧି ହେବା l କର୍ମଚାରୀଙ୍କ ଦରମା ବଢିବା ଏକପ୍ରକାର ସକାରାତ୍ମକ ପ୍ରଭାବ ପକାଇଥାଏ l

15 July, 2023 2:21 PM IST By: Tanushree Mahapatra

ସେ ସରକାରୀ ହେଉ କିମ୍ବା ବେସରକାରୀ ହେଉ ସମସ୍ତଙ୍କ ଇଛା ନିଜ କାର୍ଯ୍ୟ ଅନୁଯାୟୀ ଦରମା ବୃଦ୍ଧି ହେବା l କର୍ମଚାରୀଙ୍କ ଦରମା ବଢିବା ଏକପ୍ରକାର ସକାରାତ୍ମକ ପ୍ରଭାବ ପକାଇଥାଏ l ସେହିପରି ଏବେ ସମସ୍ତ ସରକାରୀ ବ୍ୟାଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ପାଇଁ ଖୁସି ଖବର l ବଢିବାକୁ ଯାଉଛି ବ୍ୟାଙ୍କ କର୍ମଚାରୀଙ୍କ ଦରମା l ଦେଶର ଥିବା ବିଭିନ୍ନ ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନେ ଖୁବ୍ ଶୀଘ୍ର ଏକ ଭଲ ଖବର ପାଇବାକୁ ଯାଉଛନ୍ତି । 

ଖୁବଶୀଘ୍ର  ଏହି କର୍ମଚାରୀଙ୍କ ଦରମା ବୃଦ୍ଧି ହେବାର ଯୋଜନା ରହିଛି । କର୍ମଚାରିଙ୍କ ଦରମା ବୃଦ୍ଧି ପାଇଁ  ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଚାଲିଛି । ତେବେ ଏକ ରିପୋର୍ଟ ଅନୁଯାୟୀ, ପବ୍ଲିକ୍ ସେକ୍ଟରରେ କାର୍ଯ୍ୟ କରୁଥିବା ବ୍ୟାଙ୍କଗୁଡିକରେ କର୍ମଚାରୀଙ୍କ ଦରମା ସଂଶୋଧନ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ଭାରତୀୟ ବ୍ୟାଙ୍କ ଆସୋସିଏସନ୍‌ କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ତେବେ ଡିସେମ୍ବର ମାସ ୧ ତାରିଖ  ୨୦୨୩ ସୁଦ୍ଧା ସରକାରୀ କ୍ଷେତ୍ରରେ ଥିବା ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ଚୂଡ଼ାନ୍ତ କରିବାକୁ ମନ୍ତ୍ରଣାଳୟ ଆଇବିଏକୁ ନିର୍ଦେଶ ଦେଇଛନ୍ତି ।

ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟାଙ୍କଗୁଡିକର କର୍ମଚାରୀଙ୍କ ବେତନ ଚୁକ୍ତିନାମାଟି ୧ ନଭେମ୍ବର ୨୦୨୨ରେ ସମାପ୍ତ ହୋଇଥିବା ସୂଚନା ମିଳିଛି । ସେବେଠାରୁ ବ୍ୟାଙ୍କ କର୍ମଚାରୀଙ୍କ ମଜୁରୀ ସଂଶୋଧନ ସମ୍ପର୍କରେ ଆଲୋଚନା ଚାଲିଥିଲା l କିନ୍ତୁ ଏପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ହୋଇପାରିନଥିଲା । ତେବେ ଆଇବିଏ ଏବଂ ବ୍ୟାଙ୍କ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ୟୁନିଅନମାନେ ବେତନ ବୃଦ୍ଧି ଏବଂ ଏକ ନୂତନ ମଜୁରୀ ଚୁକ୍ତି ପାଇଁ ନିରନ୍ତର ଆଲୋଚନା କରୁଥିଲେ । ପରେ ଏହା ଅର୍ଥ ମନ୍ତ୍ରଣାଳୟ ଆଇବିଏକୁ ଏକ ଚିଠି ଲେଖିଥିଲେ ଏହା କାର୍ଯ୍ୟକାରୀ ପରେ   ବ୍ୟାଙ୍କଗୁଡିକର କର୍ମଚାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ l ଆଉ ଏଥିପାଇଁ ସରକାର ସବୁବେଳେ ପ୍ରତିଶ୍ରୁତିବଦ୍ଧ ମଧ୍ୟ । ସେହିପରି ଆଇବିଏ ଏବଂ ବ୍ୟାଙ୍କ ୟୁନିଅନ ଯଥାଶୀଘ୍ର ଉପଯୁକ୍ତ ସମାଧାନରେ ପହଞ୍ଚିବେ ବୋଲି ସରକାର  ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଏହି ପତ୍ର ପାଇବା ପରେ ।

ତେବେ ବାସ୍ତବରେ, ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଅନେକ କାରଣ ହେତୁ ଦରମା ବୃଦ୍ଧି ଉପରେ ଏକ ଚୁକ୍ତିନାମା କରିବାକୁ କିଛି ସମୟ ଲାଗିଥାଏ ।ଏହି କାରଣଗୁଡିକ ବ୍ୟାଙ୍କର ଆର୍ଥିକ ସ୍ଥିତି ଠାରୁ ଆରମ୍ଭ କରି କର୍ମଚାରୀଙ୍କ ଜୀବନ ମୂଲ୍ୟ ପର୍ଯ୍ୟନ୍ତ ଥିବା ସମସ୍ତ ବିଷୟଗୁଡିକୁ ଅନ୍ତର୍ଭୁକ୍ତ କରେ । ଏଣୁ ଏଥିଲାଗି ପ୍ରତ୍ୟେକ ଥର ଚୁକ୍ତିନାମା ଚୂଡ଼ାନ୍ତ କରିବାକୁ ଅନେକ ସମୟ ଲାଗିଥାଏ ।

ବେତନ ପରିବର୍ତ୍ତନ କ୍ଷେତ୍ରରେ ନିରପେକ୍ଷତା ଏବଂ ସମାନତାକୁ ଗୁରୁତ୍ୱ ଦିଆଯିବା ସପକ୍ଷରେ ମନ୍ତ୍ରଣାଳୟ ରହିଥିବା ସୂଚନା ମିଳିଛି l ନିର୍ଦ୍ଧାରିତ ସମୟ ଅନୁଯାୟୀ କର୍ମଚାରୀଙ୍କ ଦରମା ବଢ଼ିପାରିବ । ବେତନ ବୃଦ୍ଧି ଘଟିବା ଫଳରେ ବିଭିନ୍ନ ପରିସ୍ଥିତିରେ ସୁଧାର ଆଣିବା ପାଇଁ ବ୍ୟାଙ୍କିଂ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏହା ପ୍ରୋତ୍ସାହିତ କରିବାରେ ସହାୟକ । ପବ୍ଲିକ ସେକ୍ଟର ବ୍ୟାଙ୍କର କର୍ମଚାରୀଙ୍କ ବେତନ ବୃଦ୍ଧି, ଜଟିଳ ପ୍ରସଙ୍ଗ ହୋଇଥିବାବେଳେ ଅନ୍ୟପଟେ ବେତନ ବୁଝାମଣା ଏକ କଠିନ ଓ ବିଳମ୍ବିତ ପ୍ରକ୍ରିୟା ହୋଇଥାଏ । ତେବେ ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର ପହିଲା ସୁଦ୍ଧା ସାରିବାକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)