Others

ଏସବିଆଇ ଦେଉଛି ସୁବର୍ଣ୍ଣ ସୁଯୋଗ !ଟଙ୍କା ସାଇତି ରଖିବାକୁ ଚାହୁଁଥିଲେ ଏହି ଆକାଉଣ୍ଟ ନିଶ୍ଚିନ୍ତ କରନ୍ତୁ …

ଏସବିଆଇ ଦେଉଛି ସୁବର୍ଣ୍ଣ ସୁଯୋଗ !ଟଙ୍କା ସାଇତି ରଖିବାକୁ ଚାହୁଁଥିଲେ ଏହି ଆକାଉଣ୍ଟ ନିଶ୍ଚିନ୍ତ କରନ୍ତୁ …

11 January, 2020 6:37 PM IST By: KJ Staff

ଭାରତ ର ସବୁଠାରୁ ସୁନାମ ଅର୍ଜିତ ବ୍ୟାଙ୍କ ଏସବିଆଇ ଦେଉଛି ଏକ ସୁବର୍ଣ୍ଣ ସୁଯୋଗ |ଯଦି ଆପଣଙ୍କ ପାଖରେ କେ.ୱାଇ.ସି କରେଇବା ଲାଗି ଆବଶ୍ୟକ କାଗଜପତ୍ର ନାହିଁ ତେବେ ଏହି ଆକାଉଣ୍ଟ ଆପଣଙ୍କୁ ଦେବେ ସର୍ବାଧିକ ଫାୟଦା |ବିଶେଷ କରି ଏହା ଗ୍ରାମାଞ୍ଚଳ ରେ ରହୁଥିବା ବ୍ୟକ୍ତି ଙ୍କ ଲାଗି ଆରମ୍ଭ ହୋଇଛି ,ଏସବିଆଇ ର ଜିରୋ ଆକାଉଣ୍ଟ ତେଣୁ ଏହା ଦ୍ୱାରା ଚାଷୀ ଭାଇ ମାନେ ମଧ୍ୟ ବେଶ ଉପକୃତ ହେବେ |

ଏହି ଆକାଉଣ୍ଟ ଖୋଲିବା ଲାଗି ଆପଣଙ୍କ ବୟସ ୧୮ ରୁ ଉର୍ଧ ହେବା ଆବଶ୍ୟକ ଏବଂ ଯଦି ଆପଣ କେ.ୱାଇ.ସି ଲାଗି ଆବଶ୍ୟକ କାଗଜପତ୍ର ଜମା କରୁଛନ୍ତି ତେବେ ଏହା ସାଧାରଣ ଶେଭିଂ ଆକାଉଣ୍ଟରେ ପରିବର୍ତିତ ହୋଇଯିବ ବୋଲି ଏସବିଆଇ ର ୱେବସାଇଟ ରେ ସ୍ପଷ୍ଟ କରାଯାଇଛି |

ଏହାର କେତୋଟି ବିଶେଷତା :

-ଏହା ଏସବିଆଇ ର ସମସ୍ତ ଶାଖା ରେ ଉପଲବ୍ଧ
-ଏହି ଆକାଉଣ୍ଟ କୁ ଜାରି ରଖିବା ଲାଗି ଆପଣଙ୍କୁ କୌଣସି ସର୍ବନିମ୍ନ ରାଶି ର ଅବଶ୍ୟକା ନାହିଁ |
-ଏହି ଆକାଉଣ୍ଟ ରେ ଆପଣ ସର୍ବାଧିକ ୫୦୦୦୦ ଟଙ୍କା ଜମା କରି ରଖିପାରିବେ |

-ଏହି ଆକାଉଣ୍ଟ ରୁ ଟଙ୍କା ଉଠେଇବା ଲାଗି ଆପଣ ଏଥିରେ ଉପଲବ୍ଧ ଏଟିଏମ କାର୍ଡ ର ବ୍ୟବହାର କରିପାରିବେ |
-ଯଦି ଆପଣ ଏହି ଆକାଉଣ୍ଟ ରେ ୫୦୦୦୦ ରୁ ଉର୍ଧ ଟଙ୍କା ଜମା କରନ୍ତି ତେବେ କେ.ୱାଇ.ସି ନ କରିଲା ଯାଏ ଏଥିରେ କୌଣସି ଟ୍ରାନସାକସନ ହୋଇପାରିବ ନାହିଁ |

ଏହା ବିଷୟରେ ଅଧିକ ତଥ୍ୟ ଲାଗି sbi.co.in ୱେବସାଇଟ ରେ ଲଗ ଇନ କରିପାରିବେ|

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)