Others

ମହାସାଗର ର ମହାରାକ୍ଷସ !

ମହାସାଗର ର ମହାରାକ୍ଷସ !

12 June, 2019 8:28 AM IST By: KJ Staff

ଆଣ୍ଟIର୍ଟିକା ରେ ୧୫ ଟନ ର "ସାମୁଦ୍ରିକ ରାକ୍ଷସ "ଅବଶେଷ

ବିଶ୍ୱ ରେ ଘଟୁଥିବା ବିଭିନ୍ନ ଆଚମ୍ବିତ କରୁଥିବା ଘଟଣା ମଧ୍ୟରୁ ଏହି ସାମୁଦ୍ରିକ ରାକ୍ଷସ ଅନ୍ୟତମ |ହେଲେ ଏହି ଘଟଣା ର ବୈଜ୍ଞାନିକ ଆଧାର ମଧ୍ୟ ରହିଛି |ସତେ ଯେପରି "ଜୁଲସ ଭର୍ନେ "ଙ୍କ ର "୨୦୦୦୦ ଲିଗସ ଅଣ୍ଡର ଦ ସି " ର ଏକ ଐତିହାସିକ ପ୍ରମାଣ ମିଳିଛି |


ବୈଜ୍ଞାନିକ ମାନେ ଆଣ୍ଟIର୍ଟିକାରେ କ୍ରିଟେସିଅମ ଅର୍ଥାତ ଡାଇନୋସରସଙ୍କ ସମକାଳୀନ ଏକ ବିଶାଳ ସମୁଦ୍ର ସରୀସୃପ ର ଅବଶେଷ ଆବିଷ୍କାର କରିଛନ୍ତି ଯାହାର ଓଜନ ହାରାହାରି ୧୫ ଟନ ହେବ ବୋଲି ସେମାନେ ଅନୁମାନ କରୁଛନ୍ତି

|ସେଥିପାଇଁ ଏହାକୁ ସାମୁଦ୍ରିକ ରାକ୍ଷସ ର ବ୍ୟାଖ୍ୟା ଦିଆଯାଇଛି |ଆଣ୍ଟIର୍ଟିକା ରେ ଆଵିସ୍କୃତ ଏପର୍ଯ୍ୟନ୍ତ ର ପ୍ରାଚୀନ ସରୀସୃପ ଅବଶେଷ ମଧ୍ୟରୁ ଏଇଟି ଅନ୍ୟତମ ସର୍ବାଧିକ ସମ୍ପୂର୍ଣ ଅବଶେଷ | ଏହି ଜୀବ ଜେନ୍ସ ଆରିର୍ଷ୍ଟନେକ୍ଟସ ପ୍ରଜାତି ର ବୋଲି ଅନୁମାନ କରିଛନ୍ତି ଗବେଷକ ଦଳ |ଆମେରିକା ରେ ଆଵିସ୍କୃତ ଅଧିକାଂଶ ପ୍ରଜାତି ର ଅବଶେଷ ଠାରୁ ଏହା ପୃଥକ |ଅନ୍ୟମାନଙ୍କ ତୁଳନାରେ ଏମାନଙ୍କର ବେକ ଅପେକ୍ଷାକୃତ ଛୋଟ ଓ ଖପୁରି ବଡ|

ତେବେ ଏହି ଜୀବ ର ଯିବାର ଖପୁରି ମିଳିନି ଶରୀର ର ଅନେକ ଅଂଶ ଠାବ କରାଯାଇଛି ତାର ଓଜନ ୧୧.୮ ରୁ ୧୪.୮ ଟନ୍ର ବୋଲି ଵୈଜ୍ଞାନିକମାନେ କହିଛନ୍ତି |ମୁଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ଏହାର ଲମ୍ବା ପ୍ରାୟେ ୪୦ ଫୁଟ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)