ଦେଶର ଚାଷୀମାନଙ୍କୁ ଆଧୁନିକ ଚାଷ କରିବାକୁ ଉତ୍ସାହିତ କରାଯାଉଛି ଯାହା କମ ଖର୍ଚ୍ଚରେ ଅଧିକ ଲାଭ ଦେଇଥାଏ। ଚାଷୀମାନେ ଆନ୍ତଃଫସଲ କରି ଅଧିକ ଲାଭ ପାଉଛନ୍ତି। ଇନ୍ଦୋର ଜିଲ୍ଲାର ଗାରି ପିପାରିଆ ଗ୍ରାମର ବାସିନ୍ଦା ଚାଷୀ ଧନ ସିଂହଙ୍କ ଜୀବନରେ ମୋରିଙ୍ଗା ତଥା ସଜନା ଶାଗ ଚାଷ ରୋଜଗାରର ଏକ ନୂତନ ଦ୍ୱାର ଖୋଲିଦେଲା। ଆଜି ସେ ଏହାର ଚାଷରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ମଧ୍ୟପ୍ରଦେଶ କୃଷି ବିଭାଗ ଚାଷୀ ଧନ ସିଂହଙ୍କୁ 'ଆତ୍ମା' ପ୍ରକଳ୍ପ ବିଷୟରେ ସୂଚନା ଦେଇ ନବସୃଜନ ପାଇଁ ପ୍ରେରଣା ଦେଇଥିଲା। ଧନ ସିଂହ ନୂତନତ୍ୱ ଗ୍ରହଣ କଲେ ଏବଂ ସଜନା ଚାଷ ଆରମ୍ଭ କଲେ। ଏହା ସହିତ, ପଶୁପାଳନ, ମହୁମାଛି ପାଳନ, ଆଜୋଲା ଉତ୍ପାଦନ, ଜିଆ କମ୍ପୋଷ୍ଟ ତିଆରି ଇତ୍ୟାଦି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା।
ଏହି କାରଣରୁ, ସେମାନେ ପାରମ୍ପରିକ ଚାଷ ଅପେକ୍ଷା ବହୁ ଗୁଣ ଅଧିକ ଲାଭ ପାଇବା ଆରମ୍ଭ କଲେ। ସେମାନଙ୍କ ଜୀବନରେ ଆସୁଥିବା ଏହି ଖୁସିର ପରିବର୍ତ୍ତନ ପାଇଁ ସେମାନେ ସରକାର ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇ ଥିଲେ l
ଚାଷରୁ ୨ ଲକ୍ଷ ଟଙ୍କା ରୋଜଗାର
କୃଷି ବିଭାଗ ଅନୁଯାୟୀ, ଚାଷୀ ଧନ ସିଂହ ପାରମ୍ପରିକ ସୋୟାବିନ୍ ଚାଷରୁ ପ୍ରତି ଏକର ୧୮,୩୦୦ ଟଙ୍କା ଆୟ କରୁଥିବା ବେଳେ, ସଜନା ଚାଷରୁ ସେ ପ୍ରତି ଏକର ୧ ଲକ୍ଷ ୯୮ ହଜାର ଟଙ୍କା ଲାଭ ପାଆନ୍ତି। ଆନ୍ତଃଫସଲ ଚାଷ କରି, ପ୍ରତି ଏକର ସୋୟାବିନ୍ ଚାଷରୁ ୨୭ ହଜାର ଟଙ୍କା ଆୟ ହେଉଛି। ଏହା ପାରମ୍ପରିକ ଚାଷ ଅପେକ୍ଷା ଅନେକ ଗୁଣ ଅଧିକ।
Read more