Others

ଏହା କଲେ ଆପଣ ହୋଇପାରିବେ କୋଟିପତି !

ଏହା କଲେ ଆପଣ ହୋଇପାରିବେ କୋଟିପତି !

21 January, 2020 4:06 PM IST By: KJ Staff

ଭାରତ ଏକ କୃଷି ପ୍ରଧାନ ଦେଶ ଏବଂ ଏଠାରେ କୃଷି କ୍ଷେତ୍ରରେ ଧନ ଉପାର୍ଜନ କରିବା ବେଶ ସହଜ |କିନ୍ତୁ କେବଳ ପାରମ୍ପରିକ କୃଷି ପଦ୍ଧତ୍ତି ରେ ଆପଣ ଉପାର୍ଜନ କରିପାରିବେ ନାହିଁ ତେଣୁ ଆପଣଙ୍କୁ କେତେଟି ଦିଗ କୁ ବିଶେଷ ଭାବେ ଧ୍ୟାନ ଦେବାକୁ ପଡିବ |ଅଧିକ ଲାଭଦାୟକ ହେବ ଲାଗି କୃଷି ର କେତେକ ବିଶେଷ ବ୍ୟବସାୟୀ ରହିଛି ଯାହା ଆପଣଙ୍କୁ ଅଧିକ ଲାଭ ଦେବାର ସକ୍ଷମ |

କଣ ରହିଛି ଆପଣଙ୍କ ଲାଗି ସମ୍ଭାବନା !

କୃଷି କ୍ଷେତ୍ର ରେ ବିଶେଷ ଭାବେ ୩ ଟି ପ୍ରକାର ର ବ୍ୟବସାୟୀ ଦେଖିବାକୁ ମିଳିବ ଯଥା :
-ଉତ୍ପାଦନ ରେ ସାହାଯ୍ୟ କରୁଥିବା କୃଷି ଉପକରଣ ,ସାର ,ଖତ ଇତ୍ୟାଦି
-ସଦ୍ୟ ଉତ୍ପାଦ ଯଥା ଫୁଲ ,ପନିପରିବା ଇତ୍ୟାଦି
-ଉତ୍ପାଦନ ର ରାଶି ଯୋଗାଉଥିବା ଇନ୍ସୁରାନ୍ସ ଇତ୍ୟାଦି ବ୍ୟବାସୀ

 

ଆପଣଙ୍କୁ କୋଟିପତି କରିପାରୁଥିବା କେତେକ କୃଷି ଜନିତ ବ୍ୟବସାୟ :

-ଉନ୍ନତ ପଦ୍ଧତି ରେ କୃଷି :ପାରମ୍ପରିକ ବ୍ୟତୀତ ସ୍ଥାନୀୟ ବଜାରର ଚାହିଦା ଦେଖି ବିଶେଷ କରି ପନିପରିବା ଚାଷ କରିବା ଦ୍ୱାରା ଆପଣ ଅଧିକ ଲାଭବାନ ହୋଇପାରିବେ |
-ଜୈବିକ ଚାଷ :ଜୈବିକ ପଦ୍ଧତ୍ତି ରେ ଚାଷ ହେଉଥିବା ସମସ୍ତ ସାମଗ୍ରୀ ଆପଣଙ୍କ ଲାଗି ବେଶ ଲାଭଦାୟକ |ଏହା ବଜାରରେ ପାରମ୍ପରିକ କୃଷି ଉତ୍ପାଦ ଠାରୁ ମଧ୍ୟ ୩ ରୁ ୪ ଗୁଣ ଅଧିକ ମୂଲ୍ୟ ଧାର୍ଯ୍ୟ କରିଥାଏ |ଏହା ଶରୀର ଓ ପରିବେଶ ଲାଗି ମଧ୍ୟ ଅଧିକ ସ୍ୱାସ୍ଥ୍ୟକର |
-କୁକୁଡ଼ା ପାଳନ:ଦେଶୀ ଓ ବ୍ରଏଲର କୁକୁଡ଼ା ଉଭୟ ର ବଜାରରେ ବିଶେଷ ଚାହିଦା ରହିଛି ,ତେଣୁ ଆପଣ କୁକୁଡ଼ା ପାଳନ କୁ ନିଶ୍ଚିନ୍ତ ଆପଣେଇପାରିବେ |ଦେଶୀ କୁକୁଡ଼ା ର ବଜାରରେ ଅଧିକ ଚାହିଦା ରହିଥାଏ |ଏହା ସହ ଲେଅର କେବଳ ଅଧିକ ଅଣ୍ଡା ଦେଉଥିବା କୁକୁଡ଼ା ମଧ୍ୟ ଆପଣଙ୍କୁ ଅଧିକ ଲାଭ ଦେଇପାରିବ |

-ଫୁଲ ଚାଷ :ଏହା ମଧ୍ୟ ସ୍ଥାନୀୟ ବଜାରରେ ବେଶ ଅଧିକ ଦର ରେ ବିକ୍ରି ହୋଇଥାଏ |ତେଣୁ ଯଦି ଆପଣ ଅଧିକ ଥଣ୍ଡା ଥିବା ସ୍ଥାନରେ ବାସ କରୁଛନ୍ତି ତେବେ ଗେଣ୍ଡୁ ,ସେବତୀ ପରି ଫୁଲ କୁ ନିକଟସ୍ଥ ବଜାରରେ ବିକ୍ରି କରିପାରିବେ |ଏହାର ବେଶ ଅଧିକ ଚାହିଦା ଥିବାରୁ ଏହା ଅଧିକ ମୂଲ୍ୟ ମଧ୍ୟ ଧାର୍ଯ୍ୟ କରିଥାଏ |
-ଛତୁ ଚାଷ :ଓଡିଶା ପରିବେଶ ର ବହୁ ପ୍ରକାର ର ଛତୁ ଚାଷ କରି ହୁଏ ଏବଂ ଅମଳ ମଧ୍ୟ ଭଲ ମିଳେ |ଖୁବ କମ ତାଙ୍କ ଖର୍ଚ କରି ମଧ୍ୟ ଆପଣ ଏହି ଉଦ୍ୟୋଗ ରେ ବେଶ ଲାଭବାନ ହୋଇପାରିବେ |
-ମହୁ ମାଛି ଚାଷ :କୃଷି ସହ ମଧୁ ଉତ୍ପାଦନ କୁ ଆପଣ ବିଶେଷ କରି ସମନିତ୍ବ ଚାଷ ଭାବେ ଗ୍ରହଣ କରିପାରିବେ |ଏହା ଦ୍ୱାରା ଅମଳ ବୃଦ୍ଧି ହେବା ସହ ମହୁ ଉତ୍ପାଦନ ରୁ ମଧ୍ୟଆପଣ ଅଧିକ ଲାଭବାନ ହୋଇପାରିବେ |ତେଣୁ ଯଦି ସୋରିଷ ,ମହୁଲ ଇତ୍ୟାଦି ଚାଷ କରୁଥିଲେ ମହୁ ମାଛି ବାକ୍ସ ଟି ଜମି ମଧ୍ୟରେ ନିଶ୍ଚିନ୍ତ ରଖନ୍ତୁ |ଉତ୍ତମ ମାନ ର ମହୁ ବଜାରରେ ୫୦୦ ତାଙ୍କ ପ୍ରତି କି.ଗ୍ରା ଦର ରେ ବିକ୍ରି ହେଉଛି |
- ଜିଆ ଖତ :ଜିଆ ଖତ ପ୍ରସ୍ତୁତି ଏବଂ ବ୍ୟବହାର ଦ୍ୱାରା ଅମଳ ବୃଦ୍ଧି ହେବା ସହ ,ଜିଆ ଖତ କୁ ମଧ୍ୟ ବଜାରରେ ବିକ୍ରି କରିଲେ ଆପଣ ଅଧିକ ଲାଭବାନ ହୋଇପାରିବେ |ଏହା ଫସଲ ଲାଗି ଉପକାରୀ ହେବା ସହ ଉଚିତ ପ୍ରଣାଳୀ ରେ ପ୍ରସ୍ତୁତ କରିଲେ ଆପଣ ଏହା ଦ୍ୱାରା ବେଶ ଲାଭବାନ ମଧ୍ୟ ହୋଇପାରିବେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)