Others

ଘରେ ତିଆରି କରନ୍ତୁ ଶ୍ୟାମ୍ପୁ

ଘରେ ତିଆରି କରନ୍ତୁ ଶ୍ୟାମ୍ପୁ ରାସାୟନିକ

12 September, 2019 2:39 PM IST By: KJ Staff

ରାସାୟନିକ ଯୁଗ ରେ ଘରେ ତିଆରି ହୋଇଥିବା ଦେଶୀ ଉତ୍ପାଦ କୁ ସମସ୍ତେ ବେଶ ପସନ୍ଦ କରୁଛନ୍ତି |ଏହା ଆପଣଙ୍କ ଶରୀର ସୁସ୍ଥ ରଖିବା ସହ ଖର୍ଚ୍ଚ ମଧ୍ୟ କାମ କରିଥାଏ |ସେହିପରି କେଶ ପାଇଁ ମଧ୍ୟ ବଜାରରେ ଉପଲବ୍ଧ ଶ୍ୟାମ୍ପୁ ବ୍ୟବହାର ନ କରି ଆବଶ୍ୟକ ସାମଗ୍ରୀ ରେ ତାହା ଘରେ ତିଆରି କରି ଲଗାଇଲେ ତାହା କେଶ କୁ ବେଶ ସ୍ୱାସ୍ଥ୍ୟକର ରଖିଥାଏ |ଏହି ପ୍ରକ୍ରିୟା ଦ୍ୱାରା ପୁରାତନ ଯୁଗରେ ମହିଳା ମାନେ ନିଜ କେଶ ର ଉତ୍ତମ ଉପଚାର କରୁଥିଲେ |ଏଥିପାଇଁ ଔଷଧୀୟ ତଥ୍ୟ ରେ ଭରପୁର କେଶ ର ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରିପାରୁଥିବା ବିଭିନ୍ନ ସାମଗ୍ରୀ ହେଉଛି ଅଁଳା ,ରିଠା,ଶିକାକାଇ ଯାହା କି ଖୁବ ସହଜରେ ବଜାରରେ ଉପଲବ୍ଧ ହୋଇପାରିବ |

ଶାମ୍ପୁ ତିଆରି କରିବା ପ୍ରକ୍ରିୟା

-ଏହି ସବୁ କୁ ଭଲ ଭାବେ ଗୁଣ୍ଡ କରି ଏକ ଡବା ରେ ପୁରାଇ ଫ୍ରିଜ ରେ ରଖନ୍ତୁ |
-କେଶ ସଫା କରିବା ପୂର୍ବ ଦିନ ରାତିରେ ଏହି ଗୁଣ୍ଡରୁ  ୨ ଚାମଚ କୁ ୩ କପି ପାଣିରେ ବତୁରାଈ ରଖନ୍ତୁ |
-ସକାଳୁ ଏହି ପାଣି କୁ ଭଲ ଭାବେ ୧୫ ମିନିଟ ଗରମ କରି ଫୁଟାନ୍ତୁ |ପରେ ଥଣ୍ଡା ହେବ ପାଇଁ ଏହାକୁ ଛାଡ଼ନ୍ତୁ |
-ସେହି ପାଣି ଥଣ୍ଡା ହେଲା ପରେ ଏଥିରେ  କେଶ ଧୋଇବା  ଉଚିତ  |କେଶ ଝଡ଼ିବା କମ ହେବା ସହ ମଜଭୁତ ହୋଇଥାଏ ଏବଂ ଦୀର୍ଘ ଦିନ ଯାଏ କଳା ରହେ |
-ଏହାକୁ ଘରେ ତିଆରି କରି ନିଶ୍ଚିନ୍ତ ଦେଖନ୍ତୁ |

କେତେକ ଉପକାରିତା :

-ରୁପି ସମସ୍ୟା ଥିଲେ ନିଶ୍ଚିନ୍ତ ଏହାର ବ୍ୟବହାର କରନ୍ତୁ |ଏହା କେଶ ର ମୂଳ କୁ ଅଧିକ ସୁସ୍ଥ ରଖେ ଏବଂ କବକ ବିରୋଧୀ ହୋଇଥିବାରୁ ରୁପି ସମସ୍ୟା ମଧ୍ୟ ହ୍ରାସ ପାଇଥାଏ |
-ଅଧିକ କେଶ ଏବଂ ମୋଟା କେଶ ଚାହୁଁଥିଲେ ନିଶ୍ଚିନ୍ତ  ଏହି ଘରୋଇ ଶ୍ୟାମ୍ପୁ ବ୍ୟବହାର କରନ୍ତୁ |
-କେଶ ସଫା କରିବା ସହ କେଶ ଝଡ଼ିବା କମ ହୋଇଥାଏ |
-ଏହାର ଔଷଧୀୟ ଗୁଣ ଊଂକୁଣି ହେବାକୁ ଦିଏ ନାହିଁ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)