Others

ଓଜନ କମିବା ବଦଳରେ ବଢି ଯାଉଛି କି ?

ଆଜିକାଲି ର ଆଧୁନିକ ଢାଞ୍ଚା ର ଜୀବନଶୈଳୀ ବହୁ ରୋଗ ବ୍ୟାଧି ର କାରଣ ହୋଇଛି |ନିୟମିତ ଭାବେ ଫାଷ୍ଟ ଫୁଡ,ଅଧିକ ତେଲ ମସଲା,ମୈଦା ଯୁକ୍ତ ଅହିତକାରୀ ଖାଦ୍ୟ ଖାଇଲେ ମେଧାବହୁଳ ଭଳି ସମସ୍ୟା ହେବ ସୁନିଶ୍ଚିତ |ଏହା ବ୍ୟତୀତ ଆଧୁନିକ ଉପକରଣ ର ସାହାଯ୍ୟ ରେ ଆଜିକାଲି ପ୍ରଵେତ ସମସ୍ତ ପ୍ରକାର ନିତିଦିନିଆ କାର୍ଯ୍ୟ ସହଜରେ ହେଇଯାଉଛି ତେଣୁ ବ୍ୟାୟାମ ଅଭାବ ରୁ ଏହି ସମସ୍ୟା ଆଜି କଲି ସମସ୍ତଙ୍କ ପାଖରେ ଦେଖିବାକୁ ମିଳେ |ତେବେ ଏହା ର ଉପଶମ ଲାଗି ଲୋକେ ନାନା ପ୍ରକାର ଉପାୟ ର ବ୍ୟବହାର କରନ୍ତି | ଯଦି ଆପଣ ମଧ୍ୟ ଏହି ପରି ସମସ୍ତ ଉପାୟ ବ୍ୟବହାର କରି ମଧ୍ୟ କୌଣସି ଫଳ ପାଉନାହାନ୍ତି ଏବଂ ଓଜନ ହ୍ରାସ ପାଇବା ବଦଳରେ ଯଦି ବଢି ଚାଲିଛି ତେବେ ନିଶ୍ଚିନ୍ତ ଆଗକୁ ପଢନ୍ତୁ !

25 January, 2019 2:22 PM IST By: KJ Staff

ଆଜିକାଲି ର ଆଧୁନିକ ଢାଞ୍ଚା ର ଜୀବନଶୈଳୀ ବହୁ ରୋଗ ବ୍ୟାଧି ର କାରଣ ହୋଇଛି |ନିୟମିତ ଭାବେ ଫାଷ୍ଟ ଫୁଡ,ଅଧିକ ତେଲ ମସଲା,ମୈଦା ଯୁକ୍ତ ଅହିତକାରୀ ଖାଦ୍ୟ ଖାଇଲେ ମେଧାବହୁଳ ଭଳି ସମସ୍ୟା ହେବ ସୁନିଶ୍ଚିତ |ଏହା ବ୍ୟତୀତ ଆଧୁନିକ ଉପକରଣ ର ସାହାଯ୍ୟ ରେ ଆଜିକାଲି ପ୍ରଵେତ ସମସ୍ତ ପ୍ରକାର ନିତିଦିନିଆ କାର୍ଯ୍ୟ ସହଜରେ ହେଇଯାଉଛି ତେଣୁ ବ୍ୟାୟାମ ଅଭାବ ରୁ ଏହି ସମସ୍ୟା ଆଜି କଲି ସମସ୍ତଙ୍କ ପାଖରେ ଦେଖିବାକୁ ମିଳେ |ତେବେ ଏହା ର ଉପଶମ ଲାଗି ଲୋକେ ନାନା ପ୍ରକାର ଉପାୟ ର ବ୍ୟବହାର କରନ୍ତି |
ଯଦି ଆପଣ ମଧ୍ୟ ଏହି ପରି ସମସ୍ତ ଉପାୟ ବ୍ୟବହାର କରି ମଧ୍ୟ କୌଣସି ଫଳ ପାଉନାହାନ୍ତି ଏବଂ ଓଜନ ହ୍ରାସ ପାଇବା ବଦଳରେ ଯଦି ବଢି ଚାଲିଛି ତେବେ ନିଶ୍ଚିନ୍ତ ଆଗକୁ ପଢନ୍ତୁ !

ଏହି ୭ ଟି କାରଣ ଲାଗି ଆପଣଙ୍କ ଓଜନ ହ୍ରାସ ପାଉ ନାହିଁ


୧)ଖୁବ କମ ଖାଇବା ବା ଜମାରୁ ନ ଖାଇବା :
ଏହା ଦ୍ୱାରା ଶରୀର ଖାଦ୍ୟ ଅଭାବ ରୁ ସବୁ ତାଙ୍କ ଖାଦ୍ୟ କୁ ଚର୍ବି ଭାବେ ସଞ୍ଚି ରଖିବା ଆରମ୍ଭ କରେ ତେଣୁ ଓଜନ ହ୍ରାସ ବଦଳରେ ବଢିବାକୁ ଲାଗେ |ତେଣୁ ସର୍ବଦା ହିତକାରୀ ଖାଦ୍ୟ ଖାନ୍ତୁ ଏବଂ ପେଟ ପୁରା ମିଲ ଖାଇବା ଉଚିତ |


୨)ଅନ୍ୟମନସ୍କ ହୋଇ ଖାଇବା !
ଆଇଆରଲାଣ୍ଡ ରେ ହୋଇଥିବା ଏକ ପରୀକ୍ଷା ରୁ ଜଣାପଡିଛି ଯେ ଯେଉଁ ବ୍ୟକ୍ତି ଅନ୍ୟମନସ୍କ ଭାବେ ଟି ଭି ଦେଖି ଖାଣ୍ଟି ,ସେମାନେ ଜାଣି ପାରନ୍ତି ନାହିଁ ଯେ ତାଙ୍କର ଭୋକ ସନ୍ତୁଷ୍ଟ ହୋଇସାରିଛି ତେଣୁ ସେମାନେ ବହୁତ ଅଧିକ କହିଥାନ୍ତି ଏବଂ ଓଜନ ବଢ଼ିବାରେ ଲାଗେ |


୩)ସମୟ ହେଲା ମାତ୍ରକେ ଖାଇବା !
ଯଦି ଆପଣ ସମୟ ଦେଖି ଖାଉଛନ୍ତି ତେବେ ଏହା ମଧ୍ୟ ମେଧାବହୁଳ ର କାରଣ ହୋଇପାରେ |ସମୟ ନୁହେଁ ବରଂ ଶରୀର ର ଆବଶ୍ୟକତା ଦେଖି ଖାଦ୍ୟ ଗ୍ରହଣ କରିବା ଦରକାର |ଯଦି ଆପଣଙ୍କୁ ଭୋକ ହେଉ ନାହିଁ ତେବେ ଅପେକ୍ଷା କରନ୍ତୁ !ସମୟ ନୁହେଁ ଭୋକ ହେଲେ ଖାନ୍ତୁ

୪)ଖାଦ୍ୟ ନୁହେଁ !ପାନୀୟ ମଧ୍ୟ ହେଇପାରେ କାରଣ !
ସମସ୍ତେ ପ୍ରାୟେ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତି କିନ୍ତୁ ପନିୟ କଥା କେହି ଭାବନ୍ତି ନାହିଁ|ତେଣୁ ଯଦି ଆପଣ ଅଧିକ କାର୍ବୋନେଟଡ଼ ଡ୍ରିଂକ୍ସ ନେଉଛନ୍ତି ଯଥା କୋକ,ପେପ୍ସି ଇତ୍ୟାଦି ତେବେ ଏହାକୁ ବନ୍ଦ କରନ୍ତୁ |ସେହିପରି ଅଧିକ ମଦ୍ୟ ପାନ କରୁଥିବା ବ୍ୟକ୍ତି ମଧ୍ୟ ଏହି ସମସ୍ୟା ର ସମ୍ମୁଖୀନ ହୋଇପାରନ୍ତି |

 

୫)ମାନସିକ ଦୁଶ୍ଚିନ୍ତା ଏବଂ ନିଦ୍ରା ର ଅଭାବ:

ଏହି କାରଣରୁ ରକ୍ତ ଚାପ ଅଧିକ ହୁଏ ଏବଂ ହର୍ମୋନ କ୍ଷରଣ ରେ ଅନିୟମିତତା ହେତୁ ମେଢଭୂଲା ହେବାର ସମ୍ଭାବନ ବେଶ ଅଧିକ ଥାଏ |ସେହିପରି ଅଧିକ ଷ୍ଟ୍ରେସ ହେଲେ ମଧ୍ୟ ଖାଇବା ରେ ଅନିୟମିତତା ହେତୁ ଏହି ସମସ୍ୟା ଦେଖିବାକୁ ମିଳେ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)