Success Stories

ଲୋକଙ୍କୁ ଆକୃଷ୍ଟ କରୁଛି ମିଲେଟ ପ୍ରକ୍ରିୟାକୃତ ଉତ୍ପାଦ

ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ଚାଷ ଓ ଖାଦ୍ୟ ଦ୍ରବ୍ୟକୁ ଗୁରୁତ୍ତ୍ଵ ଦିଆଯାଇଛି l ତେବେ ବିଭିନ୍ନ ରାଜ୍ୟ ମଧ୍ୟରେ ଓଡିଶା ମଧ୍ୟ ସାମିଲ ହୋଇଛି l ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କୃଷି ସଂସ୍ଥା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି l

08 January, 2025 12:48 PM IST By: Tanushree Mahapatra

ପ୍ରଥମେ ରାଜ୍ୟ ଏବଂ ପରେ ଦେଶ ଆଉ ଏବେ ପୁରା ବିଶ୍ୱ ରେ ମିଲେଟ କୁ ପ୍ରାଧାନ୍ୟ ଦିଆଯାଉଛି । ମିଲେଟରୁ ପ୍ରସ୍ତୁତି ଖାଦ୍ୟ ଏବେ ବିଶ୍ୱ ବଜାର ରେ ମଧ୍ୟ ବେଶ ପ୍ରସିଦ୍ଧ ଲାଭ କରୁଥିବା ଦେଖିବାକୁ ମିଳିଲାଣି  । ଏଥିରୁ ତିଆରି ସମସ୍ତ ଖାଦ୍ୟ ଖାଈବାବୁ ଯେତିକି ସ୍ୱାଦିଷ୍ଟ ଦେହ ପାଇଁ ମଧ୍ୟ ସେତିକି ହିତକର  । ଛୋଟ ଛୁଆ ରୁ ବୃଦ୍ଧ ତଥା ଗର୍ଭସ୍ଥ ମାଁ ମାନଙ୍କ ପାଇଁ ଏ ବେ ଏହା ଲାଭମାନ ହୋଇଛି  । ପ୍ରଥମେ ଗାଁ ଗହଳି ରେ ମିଲେଟ ବା ରାଗି ଖାଇବାକୁ ଲୋକ ଭଲ ପାଉଥିଲେ କିନ୍ତୁ ଏବେ ଏହାର ଚାହିଦା ବଢ଼ିବାରେ ଲାଗିଛି  । ଆଉ ଏବେ ଏହାର  ପ୍ରଚାର ପ୍ରସାର ଲାଗି ସରକାର ମଧ୍ୟ ଅନେକ ପଦକ୍ଷେପ ନେଉଛନ୍ତି  ।

ସେହିପରି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ କେନ୍ଦ୍ର ଅର୍ଥ ବିଭାଗ ଓ ନାବାର୍ଡ ତରଫରୁ ଗ୍ରାମୀଣ ଭାରତ ମହୋତ୍ସବ ଆୟୋଜନ କରାଯାଇଛି ଜାନୁଆରୀ ୪ ରୁ ୯ ତାରିଖ ପର୍ଯ୍ୟନ୍ତ l ଏହି କାର୍ଯ୍ୟକ୍ରମରେ ଗ୍ରାମୀଣ ଚାଷ ଓ ଖାଦ୍ୟ ଦ୍ରବ୍ୟକୁ ଗୁରୁତ୍ତ୍ଵ ଦିଆଯାଇଛି l ତେବେ ବିଭିନ୍ନ ରାଜ୍ୟ ମଧ୍ୟରେ ଓଡିଶା ମଧ୍ୟ ସାମିଲ ହୋଇଛି l ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କୃଷି ସଂସ୍ଥା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି l ମାଣ୍ଡିଆ ରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖ୍ଯାଦ୍ୟଦ୍ରବ୍ୟ ବିକ୍ରି କରାଯାଉଛି ଯାହା ଗ୍ରାହକଙ୍କୁ ଆକର୍ଶିତ କରୁଛି l ସେହିପରି ଝାରସୁଗୁଡା ଜିଲ୍ଲାର ବଜରଙ୍ଗ ଏଫପିସିଏଲ ମଧ୍ୟ ନିଜର ଷ୍ଟଲ ଉପସ୍ଥାପନ କରିଛି l

ବଜରଙ୍ଗ ଏଫପିସିଏଲ ରେ ଏ ପର୍ଯ୍ୟନ୍ତ ୮୫୬ ସେୟାର ହୋଲଡ଼ର ସାମିଲ ହୋଇଛନ୍ତି l ଏହି ଏଫପିସିଏଲ ମିଲେଟ ଏବଂ ସୋରିଷ ଉପରେ ଅଧିକ ଗୁରୁତ୍ତ୍ଵ ଦେଇ କାର୍ଯ୍ୟ କରିଥାଏ l ଚାଷୀଙ୍କ ଠାରୁ କଞ୍ଚାମାଲ କିଣି ତାହାକୁ ପ୍ରକ୍ରିୟାକୃତ କରି ମିଲେଟ ରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଉଛି ଯାହାକୁ ପ୍ୟାକେଟ ମାଧ୍ୟମରେ ବିକ୍ରି କରାଯାଉଛି l ଓଡିଶା ସରକାରଙ୍କ ତରଫରୁ ଶ୍ରୀ ଅନ୍ନରେ ମଧ୍ୟ ସାମିଲ ହୋଇଛନ୍ତି ଯାହା ତାଙ୍କୁ ଅଧିକ ସହାୟତା ପ୍ରଦାନ କରୁଛି l ବଜରଙ୍ଗ ଏଫପିସିଏଲର ସଦସ୍ୟ ରଞ୍ଜନଙ୍କ କହିବା ଅନୁସାରେ, " ବଜରଙ୍ଗ ଏଫପିସିଏଲ ରେ ସମସ୍ତ ଦ୍ରବ୍ୟ ସମ୍ପୂର୍ଣ୍ଣ ଅର୍ଗାନିକ l ତାଙ୍କ ଏଫପିସିଏଲ ମିଲେଟ ରୁ ଛତୁଆ, ପାସ୍ତା, ଫ୍ଲେକ୍ସ ଇତ୍ୟାଦି ପ୍ରସ୍ତୁତ କରୁଛନ୍ତି ଯାହାର ବଜାର ଚାହିଦା ଭଲ ରହିଛି " l

ମିଲେଟ ରୁ ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ରସ୍ତୁତ କରାଯାଉଛି ଯାହା ଛୋଟ ପିଲାଙ୍କୁ ଅଧିକ ଆକୃଷ୍ଟ କରୁଛି l ମିଲେଟ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ଏବଂ ହିତକାରୀ l ମାଣ୍ଡିଆ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗୁଚି l ସରକାର ମଧ୍ୟ ଚାଷୀଙ୍କୁ ଏଥିପାଇଁ ଉତ୍ସାହିତ କରୁଛନ୍ତି l ଆଗାମୀ ଭବିଷ୍ୟତରେ ଜଣେ ଚାଷୀ ମିଲେଟ ଚାଷକୁ ନିଜର ସମ୍ପୂର୍ଣ୍ଣ ବ୍ୟବସାୟରେ ପରିଣତ କରିପାରିବ ସେଥିରେ କୌଣସି ସନ୍ଦେହ ନାହିଁ l