Success Stories

Dairy Farming: ବର୍ଷକୁ ରୋଜଗାର କରୁଛନ୍ତି ୧.୫ କୋଟି ଟଙ୍କା

୧.୨୫ କୋଟି ଟଙ୍କା ଲାଭ ହେଉଥିଲେ ମଧ୍ୟ ସମସ୍ତ ଖର୍ଚ୍ଚ କରିବା ପରେ ମୋଟ ୮୦ ରୁ ୯୦ ଲକ୍ଷ ଟଙ୍କା ଅବଶିଷ୍ଟ ଲାଭ ହୋଇଥାଏ ବୋଲି କହିଥିଲେ ବିଭୋର ଜୈନ l

01 July, 2024 5:35 PM IST By: Tanushree Mahapatra

କୃଷି ପରେ ଅଧିକାଂଶ ଚାଷୀ ଗୋପାଳନ କିମ୍ବା କୁକୁଡ଼ା ଚାଷ କିମ୍ବା ମାଛ ଚାଷ କରୁଥିବାର ନଜିର ରହିଛି l କାରଣ ଏହା ଅଧିକ ଲାଭ ପ୍ରଦାନ କରିଥାଏ ଚାଷୀଙ୍କୁ l ତେବେ ଏହି ଚାଷ ମଧ୍ୟରୁ ଗୋପାଳନ ଅଧିକ ଲାଭ ଦେଇଥାଏ ଚାଷୀଙ୍କୁ l ବର୍ତ୍ତମାନ ଅନେକ ଯୁବକ ଯୁବତୀ ଗୋପାଳନ କରି ଟଙ୍କା ରୋଜଗାର କରୁଛନ୍ତି l

ସେହି ଯୁବକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କିନାୟା ଅର୍ଗାନିକ୍ ଫାର୍ମ ଏବଂ ଲାଇଫ୍ ବ୍ରାଣ୍ଡର ପ୍ରତିଷ୍ଠାତା ବିଭୋର ଜୈନ, ଯିଏ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିବା ପରେ କୌଣସି କର୍ପୋରେଟ୍ କମ୍ପାନୀରେ କାମ କରିନଥିଲେ କିନ୍ତୁ ଦୁଗ୍ଧ ଚାଷ ବିକଳ୍ପ ବାଛିଥିଲେ ବ୍ୟବସାୟ ରୂପରେ। ବର୍ତ୍ତମାନ, ପ୍ରଗତିଶୀଳ ଗୋପାଳନ ଚାଷୀ ତଥା ଉଦ୍ୟୋଗୀ ବିଭୋର ଜୈନ ତାଙ୍କ ପତ୍ନୀ ଇଶିତା ଜୈନଙ୍କ ସହ ୧୦୦ ଗିର ଗାଈ ପାଳୁଛନ୍ତି ଏବଂ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି l ନିକଟରେ କୃଷି ଜାଗରଣ ଟିମ ତାଙ୍କ ସହିତ ଏକ ସାକ୍ଷାତକାର ନେଇଥିଲେ l ଗିର ଗାଈ ପାଳନ ଏବଂ ଏହି ବ୍ୟବସାୟ ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚାରି ବୁଝିଥିଲେ l କେବେଠାରୁ ଏହା ଆରମ୍ଭ କରିଛନ୍ତି ? ଲାଭ କେତେ ଟଙ୍କା ହେଉଛି ? ଏହି ବ୍ୟବସାୟରେ ତାଙ୍କର ଅନୁଭବ କିପରି ରହିଛି ?

କେବେଠାରୁ ଆରମ୍ଭ କରିଥିଲେ ସେ ଏହି ବ୍ୟବସାୟ :-

ବିଭୋର ଜୈନ ୨୨ ବର୍ଷ ବୟସରେ କିନାୟା ଅର୍ଗାନିକ ଫାର୍ମ ଆରମ୍ଭ କରିଥିଲେ l ତାଙ୍କର ଏହି ଫାର୍ମ ରାଜସ୍ଥାନର ଜୟପୁର, ହିଙ୍ଗୋନିଆ ରୋଡ୍ ତିବରିଆରେ ଅବସ୍ଥିତ l ଏହା ପୂର୍ବରୁ କେହି ତାଙ୍କ ଘରେ ଚାଷକାର୍ଯ୍ୟରେ ସାମିଲ ନଥିଲେ ଏହା ପ୍ରଥମ କରି ବିଭୋର ଆରମ୍ଭ କରିଛନ୍ତି l ପ୍ରଥମେ ଏହି ଫାର୍ମ ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା l ଅର୍ଥ ଅଭାବରୁ ସେ ପ୍ରଥମେ ଭଡ଼ାରେ ଆଣି ସେ ଏହି ଫାର୍ମ ପ୍ରତିଷ୍ଠା କରିଥିଲେ l ପରେ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବା ସେ ଭଡ଼ା ଜମିକୁ ନିଜା ନାଁରେ ସ୍ଥାନାନ୍ତରିତ କରିଥିଲେ l ତାଙ୍କ ପାଖରେ ମୋଟ ୧୨ ଏକର ଜମି ରହିଛି l ୧.୨୫ କୋଟି ଟଙ୍କା ଲାଭ ହେଉଥିଲେ ମଧ୍ୟ ସମସ୍ତ ଖର୍ଚ୍ଚ କରିବା ପରେ ମୋଟ ୮୦ ରୁ ୯୦ ଲକ୍ଷ ଟଙ୍କା ଅବଶିଷ୍ଟ ଲାଭ ହୋଇଥାଏ ବୋଲି କହିଥିଲେ ବିଭୋର ଜୈନ l

ଏହି ଗିର ଗାଈ ପାଳନ ପ୍ରକ୍ରିୟା କିପରି ଆରମ୍ଭ କରିଥିଲେ ବିଭୋର :-

ବିଭୋର ଜୈନ ଆଜି ଜଣେ ଯୁବ କୃଷି ଉଦ୍ୟୋଗୀ ହୋଇପାରିଛନ୍ତି ନିଜ ଦୃଢ ଇଛା ଶକ୍ତି ଦ୍ୱାରା l  ୨୦ ପ୍ରଜାତି ଗିର ଗାଈ ତାଙ୍କ ପାଖରେ ରହିଥିଲା l କିନ୍ତୁ, ବର୍ତ୍ତମାନ ତାଙ୍କ ପାଖରେ ଗିର୍ ପ୍ରଜାତିର ୧୦୦ ଗାଈ ଅଛି ଫାର୍ମରେ l ସେ କହିଥିଲେ ୨୦୧୭ ମସିହାରେ ଯେତେବେଳେ ସେ ଗୋଟିଏ ଗାଈ କିଣିଥିଲେ ସେତୀବେଳେ ଏହାର ଦାମ ଥିଲା ୧.୨୫  ଲକ୍ଷ ଟଙ୍କା l ସେହି ସମୟରେ କିଛି ଗାଈ ଗର୍ଭବତୀ ଥିଲେ ଏବଂ କିଛି ଦୁଗ୍ଧ ଦେଉଥିଲେ l

ଏହି ଗାଈ କେତେ ଲିଟର କ୍ଷୀର ଦେଇଥାନ୍ତି :-

ସୁସ୍ଥ ଗିର ଗାଈ ଯାହା ଭଲ ଉନ୍ନତ ପ୍ରଜାତି ୮ ରୁ ୧୦ ଲିଟର କ୍ଷୀର ଦେଇଥାନ୍ତି l ପ୍ରତିଦିନ ୧୬ ରୁ ୨୦ ଲିଟର କ୍ଷୀର ସକାଳ ଏବଂ ସନ୍ଧ୍ୟା ସମୟରେ ମିଳିଥାଏ l ଯଦି ବାଛୁରୀ କ୍ଷୀର ପିଇ ଥାଏ ଏହାଛଡ଼ା ମଧ୍ୟ ଗିର ଗାଈ ୧୨ ରୁ ୧୪ ଲିଟା କ୍ଷୀର ଦେଇଥାଏ l ଏହି ଗାଈ କ୍ଷୀର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହୋଇଥାଏ l ତେବେ ବିଭୋର ଜୈନ କହିଛନ୍ତି ପ୍ରତିଦିନ ୩୦୦ ଲିଟର ରୁ ଅଧିକ କ୍ଷୀର ତାଙ୍କ ଫାର୍ମରେ ଉତ୍ପାଦନ ହୋଇଥାଏ l ସେହି କ୍ଷୀରରୁ ୧୨୫ ଲିଟର ପର୍ଯ୍ୟନ୍ତ କ୍ଷୀର ବିକ୍ରି ହୋଇଥାଏ l ବଳକା କ୍ଷୀର ଯାହା ଗାଈ ଘିଅ ପ୍ରସ୍ତୁତ କରାଯାଇଥାଏ l ଏହି ଗାଈ ଘିଅ ୩୩୦୦ ଟଙ୍କାରେ ବିକ୍ରି ହୋଇଥାଏ l

ଏହି ଗାଈଙ୍କ ଖାଦ୍ୟ କ'ଣ ରହିଛି :-

ଅଧିକ କ୍ଷୀର ଉତ୍ପାଦନ କରିବାକୁ ହେଲେ ଗାଈଙ୍କୁ ଉଚିତ ଖାଦ୍ୟ ଦେବାକୁ ପଡ଼ିଥାଏ l ତାଙ୍କ ଶରୀର ମସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ l ତେବେ ବିଭୋର ଜୈନ କହିଛନ୍ତି ତାଙ୍କ ଫାର୍ମ ଗାଈଙ୍କ ପାଇଁ ସବୁଜ ଚାରା ଉପରେ ଅଧିକ ବିଶ୍ୱାସ କରନ୍ତି l ୮ ରୁ ୧୦ ପ୍ରକାର ଚାରା ଗାଈଙ୍କୁ ସେ ଖାଦ୍ୟ ରୂପେ ଦେଇଥାନ୍ତି l ବାଜରା , ନାପୀୟର ଘାସ , ଅଶ୍ଵଗନ୍ଧା , ସଜନା ଶାଗ ଭଳି ଅନେକ ସବୁଜ ଚାରା ଦିଅନ୍ତି ଖାଦ୍ୟ ରୂପେ l ଯାହା ତାଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତାକୁ ଅଧିକ କରେ ଏବଂ ସୁସ୍ଥ ଜୀବନଶୈଳୀ ପ୍ରଦାନ କରେ l

ଏହି ଫାର୍ମ କରିବାକୁ କେତେ ଟଙ୍କା ଆବଶ୍ୟକ :-

ବିଭୋର ଜୈନ କହିଛନ୍ତି ଯଦି ଜଣେ ବ୍ୟକ୍ତି ୧୦ ଟି ଗାଈ ପାଳନ କରିବାକୁ ଇଛା ପ୍ରକାଶ କରେ ତେବେ ତାକୁ ୨୦ ରୁ ୨୫ ଲକ୍ଷ ଟଙ୍କା ଅବଶ୍ୟକ ହେବ l କାରଣ ୧୦ ରୁ ୧୨ ଲକ୍ଷ ଏହି ଗାଈ କିଣିବାରେ ଖର୍ଚ୍ଚ ହୋଇଥାଏ l ଏହି ଗାଈ ରହିବା ପାଇଁ ସ୍ୟାଡ ର ଆବଶ୍ୟକ ପଡ଼ିଥାଏ l ଯାହାପାଇଁ ୫ ରୁ ୬ ଲକ୍ଷ ଟଙ୍କା ଆବଶ୍ୟକ ହୋଇଥାଏ l ତେବେ ଅନ୍ୟ କିଛି ଅର୍ଥ ଗୋପାଳନରେ ବ୍ୟବହାର ହେଉଥିବା ମେସିନ କିଣିବାରେ ଖର୍ଚ୍ଚ ହୋଇଥାଏ l 

ଅଧିକ ପଢ଼ନ୍ତୁ

Profitable Farming: ପ୍ରଗତିଶୀଳ ଚାଷୀ ରାମସାୟ ମାର୍କମ୍

ଚାଷୀଙ୍କ ପାଇଁ ୱେବ୍ ପୋର୍ଟାଲ ଓ ବ୍ଲଗ୍ ସାଇଟ୍ ଉନ୍ମୋଚନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)