ଗ୍ରାମୀଣ ଭାରତ ମହୋତ୍ସବରେ ଗ୍ରାମୀଣ ଉତ୍ପାଦକୁ ଉତ୍ସାହିତ କରିବା ପାଇଁ ନାବାର୍ଡ ତରଫରୁ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏହା ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ଭାରତ ମଣ୍ଡପମରେ ୪ ଜାନୁଆରୀ ରୁ ୯ ଜାନୁଆରୀ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି l ବସ୍ତ୍ର ଠାରୁ ଆରମ୍ଭ କରି ଘର ସାଜସଜ୍ଜା ଏବଂ ବିଭିନ୍ନ ଜୈବିକ ଉତ୍ପାଦ ପାଇଁ ଷ୍ଟଲ ପ୍ରଦର୍ଶନ କରାଯାଇଛି l ବିଭିନ୍ନ ରାଜ୍ୟର ବିଭନ୍ନ ଜିଲ୍ଲାରୁ ଅନେକ ଏଫପିସି ନିଜ ନିଜର ଷ୍ଟଲ ମାଧ୍ୟମରେ ଗ୍ରାମୀଣ ଉତ୍ପାଦକୁ ପ୍ରଦର୍ଶିତ କରିଛନ୍ତି l ଯାହା ଗ୍ରହକଙ୍କୁ ମଧ୍ୟ ଆକର୍ଷିତ କରିଛି l ତେବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅନେକ ଷ୍ଟଲ ରହିଛି l
ଓଡ଼ିଶାରୁ ଧରଣୀଧର ଚିଲି ଏଫପିସି ଯାହାକି ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ l କୃଷି ଜାଗରଣକୁ ଏଫପିସି ସିଇଓ ନିଜର ସାକ୍ଷାତକାର ଦେଇଥିଲେ l ଧରଣୀଧର ଚିଲି ଏଫପିସିରେ ମୁଖ୍ୟତଃ ରେଡି ଚିଲି , ସୋରିଷ ତେଲ ଏବଂ ମାଣ୍ଡିଆ ମୁଖ୍ୟତଃ ଉତ୍ପାଦ ଯାହାକୁ ଅଧିକ ଗୁରୁତ୍ତ୍ଵ ଦିଆଯାଇଥାଏ l ଧରଣୀଧର ଚିଲି ଏଫପିସିର ସିଇଓ ସଂଜୀବ କୁମାର ସାହୁ ଏଫପିସି କାର୍ଯ୍ୟ କରୁଥିବା ବିଷୟ ଉପରେ ଆଲୋଚନା କରିଥିଲେ l ୨୦୧୯ ମସିହାରୁ ଧରଣୀଧର ଚିଲି ଏଫପିସି ଆରମ୍ଭ କରାଯାଇଛି l ନାବାର୍ଡ ପୋର୍ଟାଲ ମାଧ୍ୟମରେ ତାଙ୍କ ଏଫପିସିରେ ଏ ପର୍ଯ୍ୟନ୍ତ ୫୦୨ ସଦସ୍ୟ ସାମିଲ ହୋଇଛନ୍ତି l ନାବାର୍ଡ ମାଧ୍ୟମରେ ଇଣ୍ଟିଗ୍ରେଟେଡ ଫାର୍ମିଙ୍ଗ ପ୍ରଜେକ୍ଟ ମଧ୍ୟ ମିଳିଛି ଯାହା ତାଙ୍କୁ ଅନ୍ୟ ଚାଷ କାମ କରିବାକୁ ସହଜ ହେଉଛି l
ଓଡ଼ିଶା ସରକାରଙ୍କ ମିଲେଟ ମିଶନ ତଥା ଶ୍ରୀ ଅନ୍ନ ମାଧ୍ୟମରେ ସମ୍ବଲପୁର କୁଚିଣ୍ଡାର ୮ ଟି ଗ୍ରାମପଞ୍ଚାୟତରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉଛି ଯାହା ଅମଳ ହେଉଛି ତାହା ସରକାରଙ୍କୁ ସିଧାସଳଖ ବିକ୍ରି କରାଯାଉଛି l କୁଚିଣ୍ଡାରେ ହଳଦୀ ମଧ୍ୟ ଚାଷ କରାଯାଉଛି l ଅନ୍ୟ ଚାଷୀଙ୍କୁ ଆମ୍ବ ଏବଂ କାଜୁ ଚାଷ କରିବାକୁ ସହାୟତା ପ୍ରଦାନ କରାଯାଉଛି l ଜିଲ୍ଲାରେ ନାବାର୍ଡ ସହାୟତାରେ ରୁରଲ ମାର୍ଟ ସ୍ଥାପନ କରାଯାଇଛି ଯେଉଁଠି ସମସ୍ତ ଜୈବିକ ଉତ୍ପାଦ ବଜାରକୁ ସିଧାସଳଖ ବିକ୍ରି ପାଇଁ ପଠାଯାଉଛି l ଏହି ସୁବିଧା ଚାଷୀଙ୍କୁ ଭଲ ଦି ପଇସା ରୋଜଗାର ଦେଇ ପାରୁଛି l ବିଭିନ୍ନ ଟ୍ରେଡ଼ର ମଧ୍ୟ ଏଫପିସିର ଉତ୍ପାଦ କିଣୁଛନ୍ତି ଯାହା ଉଚିତ ମୂଲ୍ୟ ମିଳିପାରୁଛି l
ଏଫପିସିର ସିଇଓ ସଂଜୀବ କୁମାରଙ୍କ କହିବା ଅନୁସାରେ, କୁଚିଣ୍ଡା ଦେଶୀ ନାମକ ରେଡି ଚି଼ଲ୍ଲୀ ଚାଷୀଙ୍କୁ ଭଲ ଲାଭ ଦେଇ ପାରୁଛି l ଅଧିକ ରାଗ ଓ ରଙ୍ଗ ଆକର୍ଷଣୀୟ ଏହି ଲଙ୍କା ର l ଅକଟୋବର ମାସରୁ ଡିସେମ୍ବର ମାସ ମଧ୍ୟରେ ଫୁଲ ଆସିଥାଏ ଏବଂ ଜାନୁଆରୀ ମାସ ଅମଳ ଦେଇଥାଏ ଏହି ଚାଷ l ମଲଚିଙ୍ଗ ଏବଂ ବୁନ୍ଦା ଜଳ ସେଚନ ସାହାଯ୍ୟରେ ଏହି ଚାଷ କରାଯାଉଛି l ପ୍ରତି ଏକର ରେ ୧୫୦୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଲାଭ ଦ୍ଵିଗୁଣ ଦେଉଛି l ପ୍ରତି ଏକରରେ ୨୦ ରୁ ୩୦ କ୍ୱିଣ୍ଟାଲ ଲଙ୍କା ଅମଳ ହୋଇଥାଏ l ଏହି ସଂସ୍ଥା ଚାଷୀଙ୍କ ହିତ ପାଇଁ ପ୍ରତି ଅମଳ ପରେ ସେଥିରୁ ପ୍ରସ୍ତୁତ ଖାଦ୍ୟ ଦ୍ରଵ୍ୟ ପ୍ୟାକେଟ ମାଧ୍ୟମରେ ବିକ୍ରି କରିଥାଏ l ଜୈବିକ ଚାଷରେ ଭଲ ଲାଭ ହେଉଥିବାରୁ ଚାଷୀ ମଧ୍ୟ ଉତ୍ସାହିତ ହେଉଛନ୍ତି ବିଭିନ୍ନ ଚାଷ ଜୈବିକ ପଦ୍ଧତିରେ କରିବା ପାଇଁ l