Success Stories

ସଫଳ ମାଛ ଚାଷୀ ଜଗଦୀଶ ଚନ୍ଦ୍ର!

ମାଛ ଚାଷ କରୁଥିବା ପୋଖରୀର ଜଳସ୍ତର ଅତି କମ୍ ରେ ୬ ଫୁଟ ହେବା ଜରୁରୀ । ଯଦି ପୋଖରୀରୁ ଜଳସ୍ତର କମିଯାଉଛି କମିଯାଏ ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିବା ଆବଶ୍ୟକ ।

26 November, 2024 6:22 PM IST By: Tanushree Mahapatra

ଓଡ଼ିଶାରେ ଅଧିକାଂଶ ଚାଷୀ ଚାଷ କାର୍ଯ୍ୟ କରୁଛନ୍ତି l ଚାଷ କାର୍ଯ୍ୟ ସହିତ ମତ୍ସ୍ୟ କିମ୍ବା ଗୋପାଳନ ମଧ୍ୟ କରୁଛନ୍ତି ଚାଷୀ l ଛେଳି ଚାଷ କରି ମଧ୍ୟ ଲାଭ କମାଉଛନ୍ତି ଚାଷୀ l କିନ୍ତୁ ଏହା ମଧ୍ୟରେ ଅଧିକାଂଶ ଚାଷୀ ମାଛ ଚାଷ କରିବାକୁ ପସନ୍ଦ କରୁଛନ୍ତି l କାରଣ ମାଛ ଚାଷ ଚାଷୀଙ୍କୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ବାଟ ଦେଖାଉଛି l ବିଭିନ୍ନ ପ୍ରକାର ଜ୍ଞାନକୌଶଳ ବ୍ୟବହାର କରି ଚାଷୀ ମାଛ ଚାଷ କରୁଛନ୍ତି l ମାଛ ଯାହା ବର୍ଷସାରା ଚାଷୀଙ୍କୁ ଲାଭ ଦେଉଛି l ଅଳ୍ପ ସ୍ଥାନ ଅଳ୍ପ ପରିଶ୍ରମରେ ଏହି ଚାଷ କାର୍ଯ୍ୟ କରାଯାଇପାରେ l ଏଥିପାଇଁ ଖୁବ କମ ପରିଶ୍ରମ କରିବାକୁ ପଡ଼େ l ମହିଳା ଏବଂ ପୁରୁଷ ଦୁହେଁ ଏହି ଚାଷ କାମ କରି ଲାଭବାନ ହୋଇପାରୁଛନ୍ତି l ଓଡ଼ିଶାରେ ମାଛ ଚାଷ ଅଧିକ କରାଯାଉଥିବାବେଳେ ଚାହିଦା ମଧ୍ୟ ଅଧିକ ରହିଛି l

ମାଛ ଚାଷ କରୁଥିବା ପୋଖରୀର ଜଳସ୍ତର ଅତି କମ୍ ରେ ୬ ଫୁଟ ହେବା ଜରୁରୀ । ଯଦି ପୋଖରୀରୁ ଜଳସ୍ତର କମିଯାଉଛି କମିଯାଏ ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିବା ଆବଶ୍ୟକ । ଚାଷୀଙ୍କ ପାଖରେ ଯଦି ଅଧିକ ସୁବିଧା ନ ଥାଏ ତେବେ ସେମାନେ ବଡ଼ ବଡ଼ ମାଛ ଧରି ବିକ୍ରି କରିଦେବା ଆବଶ୍ୟକ । ଏହିପରି ପର୍ଯ୍ୟାୟକ୍ରମେ ବଡ଼ ମାଛ ଧରି ବିକ୍ରି କରିଦେଲେ ଜଳ ଅଭାବ ଜନିତ ହାନିରୁ ମୁକ୍ତି ପାଇଯିବେ ଚାଷୀ ।

ମତ୍ସ୍ୟ ଚାଷ ପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରଚଳିତ କରାଯାଇଛି ରାଜ୍ୟରେ l ବିଭିନ୍ନ ଜିଲ୍ଲାର ଚାଷୀ ଏହି ମତ୍ସ୍ୟ ଯୋଜନାର ଲାଭ ଉଠାଉଛନ୍ତି l ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା , ମାଛ ପୋଖରୀ ଯୋଜନା , ବିଭିନ୍ନ ପ୍ରକାର ଋଣ ଯୋଜନା , ସବସିଡି ବ୍ୟବସ୍ଥା ମଧ୍ୟ କରାଯାଇଛି ଚାଷୀଙ୍କ ପାଇଁ l ବିଭିନ୍ନ କୃଷି ବୈଜ୍ଞାନିକ ମଧ୍ୟ ରହିଛନ୍ତି କୃଷି ବିଜ୍ଞାନ କେନ୍ଦ୍ରରେ ଯେଉଁମାନେ ଚାଷୀଙ୍କୁ ସାହାଯ୍ୟ କରୁଛନ୍ତି l ମାଛ ପୋଖରୀର ଯତ୍ନ ଠାରୁ ଆରମ୍ଭ କରି ଯାଆଁଳା ପ୍ରଦାନ ପର୍ଯ୍ୟନ୍ତ ସରକାର ସମସ୍ତ ସୁବିଧା କରୁଛନ୍ତି ଚାଷୀଙ୍କ ପାଇଁ l ମାଛ ଧରିବା ପରେ ବିକ୍ରି ସୁବିଧା ସହିତ ଷ୍ଟୋରେଜ ସୁବିଧା ମଧ୍ୟ ରହିଛି ରାଜ୍ୟରେ l ଯାହାଦ୍ୱାରା ଚାଷୀଙ୍କ ମାଛ ଯଦି ବିକ୍ରି ନ ହୋଇପାରେ ତେବେ ଏହା ନଷ୍ଟ ମଧ୍ୟ ହେବ ନାହିଁ l

ଏହି ଆର୍ଟିକଲ ମାଧ୍ୟମରେ ଆମେ ଜଣେ ମତ୍ସ୍ୟଚାଷୀଙ୍କ ବିଷୟରେ ବର୍ଣ୍ଣନା କରିଛୁ l ଜଗଦୀଶ ଚନ୍ଦ୍ର ଯାହାର ରହିଛି ୫ ଟି ପୋଖରୀ କିମ୍ବା ବନ୍ଧ l ଯେଉଁଥିରେ ସେ କରିଛନ୍ତି ବିଭିନ୍ନ ପ୍ରକାର ମାଛ ଚାଷ l ବଜାରକୁ ନଜରରେ ରଖି ମାଛ ଚାଷ କରୁଛନ୍ତି l ଯାହା ତାଙ୍କୁ ପ୍ରତିବର୍ଷ ଦେଉଛି ଲକ୍ଷ ଲକ୍ଷ ଟଙ୍କାର ରୋଜଗାର l କେବଳ ମାଛ ନୁହେଁ ଏହା ସହିତ ସେ ପନିପରିବା ମଧ୍ୟ ଚାଷ କରୁଛନ୍ତି l ଚାଷକୁ ନିଜ ପେସା ଭାବେ ସେ ଗ୍ରହଣ କରିଛନ୍ତି l ନିଜ ପରିବାର ମଧ୍ୟ ଏହି ଚାଷ ଟଙ୍କାରୁ ଚଳାଉଛନ୍ତି l

ରାୟଗଡ଼ ଜିଲ୍ଲାର ଏହି ଚାଷୀ ମାଛ ଚାଷ ସହିତ ପନିପରିବା ଚାଷ କରି ରୋଜଗାର କରୁଛନ୍ତି l ବିଭିନ୍ନ ପ୍ରକାର ମାଛ ଚାଷ କରୁଛନ୍ତି ଜଗଦୀଶ l ରୋହି , ମାଗୁର , ମିରିକାଳୀ ଭଳି ମାଛ ଚାଷ କରୁଛନ୍ତି ସେ l ଚାହିଦାକୁ ନଜରରେ ରଖି ଏହି ମାଛ ଚାଷ କରିଥାନ୍ତି ପ୍ରତିବର୍ଷ l ପ୍ରତି ପ୍ରଜାତି ମାଛ ଚାଷରେ ଜଗଦୀଶ ପ୍ରାୟତଃ ୧ ଲକ୍ଷରୁ ଅଧିକ ଟଙ୍କା ଲାଭ ପାଇଥାନ୍ତି l ସରକାରୀ ସହାୟତା ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି ନିକଟସ୍ଥ କୃଷି ବିଭାଗ ପକ୍ଷରୁ l ଯାହା ସହାୟତାରେ ସେ ଚାଷ କାମ ସହଜରେ କରି ପାରୁଛନ୍ତି l ମାଛ ଯାଆଁଳା ପାଇଁ ବନ୍ଧ ୫ ଟି ରଖିଛନ୍ତି l ଯାଆଁଳା ମଧ୍ୟ ଅନ୍ୟ ଛଅଶଙ୍କୁ ଦେଉଛନ୍ତି ସେ ଏବଂ ନିଜ ପାଇଁ ମଧ୍ୟ ବ୍ୟବହାର କରୁଛନ୍ତି ମାଛ ଚାଷରେ l ନିଜ ବନ୍ଧକୁ ଲିଜରେ ମଧ୍ୟ ଅନ୍ୟ ଚାଷୀଙ୍କୁ ଦେଉଛନ୍ତି ଚାଷ କରିବା ପାଇଁ l ତେବେ ଆପଣ ମାନେ ମଧ୍ୟ ସହଜରେ ମାଛ ଚାଷ କରି ରୋଜଗାର କରିପାରିବେ ସଫଳ ମାଛ ଚାଷୀ ଜଗଦୀଶଙ୍କ ପରି l ଏଥିପାଇଁ ଆପଣଙ୍କୁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ଯାଇ କୃଷି ବୈଜ୍ଞାନିକଙ୍କ ସାହାଯ୍ୟ ନେବାକୁ ପଡ଼ିବ l

କାରଣ ମାଛ ଚାଷ ସହଜ ହୋଇଥିଲେ ମଧ୍ୟ ମାଛଙ୍କ ଯତ୍ନ ଋତୁ ଅନୁଯାୟୀ ସଠିକ ଭାବେ ନେବାକୁ ପଡ଼ିଥାଏ l ମାଛ ପକାରୀ ଠାରୁ ଆରମ୍ଭ କରି ମାଛ ଖାଦ୍ୟ ପର୍ଯ୍ୟନ୍ତ ଧ୍ୟାନ ରଖିବାକୁ ପଡ଼େ l କାରଣ ମାଛଙ୍କୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ l ଯାହା ଅନ୍ୟ ମାଛଙ୍କୁ ଡେଇଁଥାଏ ଯାହାଫଳରେ ମାଛ ମୃତ୍ୟୁର ଶିକାର ହୁଅନ୍ତି l ତେଣୁ ମାଛ ଚାଷରେ ମାଛର ଯତ୍ନ ନେବା ବେଶ ଜରୁରୀ l

Read more:

MFOI 2024: ମୁଖ୍ୟ ଅତିଥି ନିତିନ ଗଡ଼କାରୀ !

ଆରମ୍ଭ ହେଲା ରାଷ୍ଟ୍ରୀୟ ପ୍ରାକୃତିକ କୃଷି ମିଶନ !