ମାଛ ଚାଷ l ମାଛ ଚାଷ କରି ଚାଷୀ ଅର୍ଥ ରୋଜଗାର କରିବା ସହିତ ମହିଳା ମଧ୍ୟ ମାଛ ଚାଷ କରି ଆର୍ଥିକ ସ୍ତରରେ ଶକ୍ତ ହୋଇପାରୁଛନ୍ତି l ବିଭିନ୍ନ ଚାଷ କାମ କରିବା ସହିତ ମାଛ ଚାଷ ମଧ୍ୟ ଅର୍ଥ ଉପାର୍ଜନ କରିବା ପାଇଁ ବି ଭଲ ମାଧ୍ୟମ ହୋଇପାରିଛି l ନିକଟରେ ଆମେ ଏକ ସଫଳ ମାଛ ଚାଷୀଙ୍କ ସାକ୍ଷାତକାର ନେଇଥିଲୁ l ଯିଏକି ପନିପରିବା ଚାଷ କରିବା ସହିତ ମାଛ ଚାଷ କରିଛନ୍ତି l ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ସନ୍ତୋଷ କୁମାର ନାୟକ l ସନ୍ତୋଷ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ଜଣେ ସଫଳ ମାଛ ଚାଷୀ l ନିଜେ ଚାଷ କରିବା ସହିତ ଅନ୍ୟ ଚାଷୀଙ୍କୁ ମାଛ ଚାଷ ପାଇଁ ତାଲିମ ମଧ୍ୟ ପ୍ରଦାନ କରନ୍ତି l
ଦୁଇଟି ପୋଖରୀରେ ସେ ମାଛ ଚାଷ କରୁଛନ୍ତି l ଗୋଟିଏ ପୋଖରୀରେ ଯାଆଁଳା ଚାଷ କରୁଥିବାବେଳେ ଅନ୍ୟ ପୋଖରୀରେ ବଡ ମାଛ ଚାଷ କରୁଛନ୍ତି l ପ୍ରାୟ ୧୦ ବର୍ଷରୁ ଅଧିକ ହେବ ସେ ମାଛ ଚାଷ କରୁଛନ୍ତି l ମାଛ ବଡ଼ ହେବା ପରେ ତାଙ୍କ ପାଖକୁ ବେପାରୀ ଆସି କିଣି ନେଇଥାନ୍ତି ଅନ୍ୟପଟେ ସେ ନିଜେ ବଜାରରେ ମଧ୍ୟ ଅନ୍ୟ ବେପାରୀଙ୍କୁ ମାଛ ବିକ୍ରି କରିଥାନ୍ତି l
ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଥିବା ମାଛ ଗୋଦାମରେ ମଧ୍ୟ ମାଛ ବିକ୍ରି କରିଥାନ୍ତି l ପ୍ରତିବର୍ଷ ୧ କ୍ୱିଣ୍ଟାଲ ମାଛ ଉତ୍ପାଦନ କରିଥାନ୍ତି ସନ୍ତୋଷ l ନିଜସ୍ୱ ଖର୍ଚ୍ଚରେ ସେ ମାଛ ଚାଷ କରିଛନ୍ତି l କେବଳ ମାଛ ଯାଆଁଳା ପ୍ରସ୍ତୁତ ପାଇଁ ତାଙ୍କୁ ପ୍ରଥମ କରି ସରକାରୀ ସହାୟତା ମିଳିଛି l ଭଲ ମାଛ ଚାଷ ହେଉଥିବାବେଳେ ତାଙ୍କୁ ବଜାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି l ଯେଉଁଥିପାଇଁ ସେ ମାଛକୁ ସଠିକ ଦର ଦେବା ସହିତ ମାଛ ବିକ୍ରି ପାଇଁ ଅନ୍ୟ ଜିଲ୍ଲା ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ୁଛି l
ତାଙ୍କ କହିବା ଅନୁସାରେ ଶୀତଦିନରେ ଅଧିକ ସମସ୍ୟା ଦେଖିବାକୁ ପଡ଼େ ମାଛ ଚାଷରେ l ମାଛଙ୍କ ଖାଦ୍ୟ ଓ ଆକାର ବଢିବା ସମସ୍ୟା ଦେଖିବାକୁ ମିଳେ l ଯେଉଁଥିପାଇଁ ମାଛଙ୍କୁ ସଠିକ ଯତ୍ନର ଆବଶ୍ୟକ ହୋଇଥାଏ ଅଧିକ ସୀତା ଦିନରେ l ସେଥିପାଇଁ ସେ ଏହି ସମୟରେ ମାଛଙ୍କୁ ବିଭିନ୍ନ ଔଷଧ ଦେଇଥାନ୍ତି l ଏହା ବ୍ୟବହାର କରିବା ଦ୍ୱାରା ମାଛଙ୍କ ମଧ୍ୟରେ ଦେଖାଯାଉଥିବା ରୋଗ ମଧ୍ୟ ଆଉ ହୋଇନଥାଏ l ସେ ମାଛ ଚାଷକୁ ଜୈବିକ ଉପାୟରେ କରିଛନ୍ତି l ପୋଖରୀ ମାଟି ଧୋଇ ନ ହୋଇଯାଉ ସେଥିପାଇଁ ସେ ପୋଖରୀ ଚାରିପାଖରେ କଦଳୀର ବିଭିନ୍ନ କିସମ ଗଛ, ସଜନା ଗଛ ,ଡାଳିମ୍ବ ଗଛ ଏବଂ ନଡ଼ିଆ ଗଛ ରୋପଣ କରିଛନ୍ତି l ମାଛ ଚାଷ କରିବା ସହିତ ୩୦୦ କଦଳୀ ଗଛ ଟିସୁ କଲଚର ମାଧ୍ୟମରେ କରିଥିଲେ l ଲାଭ କୁ ନଜରରେ ରଖି ସେ ମିଶ୍ରିତ ମାଛ ଚାଷ କରନ୍ତି l
Read more: