Success Stories

କେମିତି କରିବେ ଜିଆ ଖତ ପ୍ରସ୍ତୁତ ?

ଜିଆ ଖତ ଯାହା ମାଟିର ଗୁଣବତ୍ତାକୁ ରକ୍ଷାକରେ !

02 September, 2024 5:05 PM IST By: Tanushree Mahapatra

ଗଜେନ୍ଦ୍ର ବେହେରା l ବାଲେଶ୍ୱର ଜିଲ୍ଲାର ଜଣେ ସଫଳ ଚାଷୀ l ବିଭିନ୍ନ ପ୍ରକାର ଚାଷ କରନ୍ତି ସେ l ଆଜିକୁ ଅନେକ ବର୍ଷ ହେବ ସେ ନିଜକୁ ଚାଷ କାମରେ ନିୟୋଜିତ ରହିଛନ୍ତି l ଅନେକ ଚାଷୀଙ୍କୁ ସେ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି l ଭର୍ମିକମ୍ପୋଷ୍ଟ ପ୍ରସ୍ତୁତ କରୁଛନ୍ତି ସେ l ନିକଟରେ କୃଷି ଜାଗରଣକୁ ଅନଲାଇନ ମାଧ୍ୟମରେ ସେ ଏକ ସାକ୍ଷାତକାର ଦେଇଥିଲେ l ଯେଉଁଥିରେ ସେ ଆମ ପ୍ରତିନିଧିଙ୍କ ସହିତ ଭର୍ମିକମ୍ପୋଷ୍ଟିଂ ବିଷୟରେ ଆଲୋଚନା କରଥିଲେ l ଭର୍ମିକମ୍ପୋଷ୍ଟିଂ କିମ୍ବା ଜିଆ ଖତ କ'ଣ ଏବଂ ଏହାକୁ କିପରି ବ୍ୟବହାର କିପରି କରାଯିବ l ଏହା ଏକ ପ୍ରକାର ଜୈବିକ ସାର ଯାହା ଜିଆ ମଳ ରୁ ପ୍ରସ୍ତୁତ ହୋଇଥାଏ l

ସହଜରେ ପ୍ରସ୍ତୁତ କରିବା ସହିତ ମାଟି ମାର ଯତ୍ନ ମଧ୍ୟ ନେଇ ହେବ ଏହା ବ୍ୟବହାର କରିବା ଦ୍ୱାରା l ଏହା ଏକ ପ୍ରକାର ଜୈବିକ ସାର ଯାହା ଜିଆ ମଳ ରୁ ପ୍ରସ୍ତୁତ ହୋଇଥାଏ l ବିଭିନ୍ନ ପ୍ରକାର ଜୈବିକ ବର୍ଜ୍ୟବସ୍ତୁ ପୋଖରୀ ଦଳ , କଦଳୀ ଗଛ , ଗାଈ ଗୋବର , ନଡ଼ା , ଅଜୋଲା , ମୁଗ ବିରି ଚୋପା , ଚିନାବାଦାମ ଗଛ କିମ୍ବା ଅନ୍ୟାନ୍ୟ ପରିବା ଇତ୍ୟାଦି ଦ୍ୱାରା ଏହା ପ୍ରସ୍ତୁତ ହୋଇପାରିବ l ତାଙ୍କ ପାଖରେ ରହିଛି ୧୦ ଫୁଟ ର ଟାଙ୍କି l ପ୍ରାୟତଃ ୩୪ ଟି ଟାଙ୍କି ରହିଛି l ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୧୫ ରୁ ୨୦ ଦିନ ଆବଶ୍ୟକ l ପରେ ସମସ୍ତ ବର୍ଜ୍ୟବସ୍ତୁ ପଚି ଗଲେ ଜିଆ ଛଡା ଯାଇଥାଏ ସେଥିରେ l ୧୫ ଦିନରେ ଠାରେ ତାହାକୁ ନେଉଟାଇବାକୁ ପଡ଼ିବ l ଏହା କରିବା ପରେ ଦେଢ଼ ମାସରେ ପ୍ରସ୍ତୁତ ହୋଇଯିବ ଭର୍ମିକମ୍ପୋଷ୍ଟ l

ଏହା ପ୍ରସ୍ତୁତ ସମୟରେ ପିମ୍ପୁଡି , ଜନ୍ଦା , କିମ୍ବା ମଶା ହେଏବାର ଭୟ ହୋଇ ନ ଥାଏ l  ଏହା ଶୁଖିଲା ପରେ ଏଥିରେ ବାଲି ମିଶା ଯିବାପରେ ଜିଆ ବାହାରି ଆସିଥାନ୍ତି ବାହାରକୁ l ଯାହାଦ୍ୱାରା ପରେ ଏହାକୁ ପ୍ୟାକେଟ ମାଧ୍ୟମରେ ଆପଣ ପ୍ୟାକ କରି ବିକ୍ରି କରିପାରିବେ l କ୍ୱାଲିଟି ନେଇ ପ୍ରସ୍ତୁତ କରାଯାଉଛି ଭର୍ମିକମ୍ପୋଷ୍ଟ l ଧୀରେ ଧୀରେ ରାସାୟନିକ ସାର ଅଧିକ ବ୍ୟବହାର ହେବା ଯୋଗୁଁ ମାଟିର ମାନ କମି କମି ଯାଉଛି l ଯାହାଦ୍ୱାରା ମାଟିରେ ଉର୍ବରତା କମି କମି ଯାଉଛି l ମାଟି ନଷ୍ଟ ହୋଇଯାଉଛି ମଧ୍ୟ ବିଭିନ୍ନ କ୍ଷେତ୍ରରେ ତେବେ ଏହା ଵ୍ୟଵହାର କରିବା ଦ୍ୱାରା କିଛିବି ନଷ୍ଟ ହେବ ନାହିଁ l ମାଟି ଉର୍ବର ହେଉଛି ଚେର ବୃଦ୍ଧି ପାଉଛି ମାଟିରେ ଯାହାଦ୍ୱାରା ଫସଲ ଭଲ ଅମଳ ହେଉଛି l

ଭର୍ମିକମ୍ପୋଷ୍ଟ ଆପଣ ପନିପାରିବା ଚାଷ , ଧାନ ଏବଂ ମାଣ୍ଡିଆ ଚାଷରେ ବ୍ୟବହାର କରିପାରିବେ l  ଧାନରେ ଆପଣ ଏକର ପ୍ରତି ୪ କ୍ୱିଣ୍ଟାଲ ପ୍ରଥମେ ଭର୍ମିକମ୍ପୋଷ୍ଟ ବ୍ୟବହାର କରିପାରିବେ ପରେ ୨ କ୍ୱିଣ୍ଟାଲ ବ୍ୟବହାର କଲେ ଅଧିକ ଦିନ ପର୍ଯ୍ୟନ୍ତ ଭର୍ମିକମ୍ପୋଷ୍ଟ ବ୍ୟବହାର କରିବାକୁ ପଡ଼ିବ ନାହିଁ l  କିନ୍ତୁ ଧ୍ୟାନ ରଖିବା ଉଚିତ ଯେ ସାର କୀଟନାଶକ ବ୍ୟବହାର ସମୟରେ ଏହା ୧୦ ରୁ ୧ ସପ୍ତାହ ପରେ ବ୍ୟବହାର କରିବେ l 

ଏହା ବ୍ୟବହାର କରିବା ଦ୍ୱାରା ଭୂତଳ ଜଳ ଅପରିଷ୍କାର ହେବ ନାହିଁ , ମାଟି ଉର୍ବର ରହିବ , ପାରିପାର୍ଶ୍ଵିକ ବାୟୁ ନଷ୍ଟ ହେବ ନାହିଁ l ତେବେ ତାଙ୍କୁ ଭର୍ମିକମ୍ପୋଷ୍ଟ ପ୍ରସ୍ତୁତ କରିବାରେ କୃଷି ସମ୍ପ୍ରସାରଣ ବିଭାଗ ସାହାଯ୍ୟ କରିଛି l ଶେଷରେ ସେ ଚାଷୀ ଭାଇଙ୍କୁ କହିଛନ୍ତି ଯେ ଭର୍ମିକମ୍ପୋଷ୍ଟ ସବୁ ସମୟରେ ହୋଇପାରିବ ପ୍ରସ୍ତୁତ ଏବଂ ବ୍ୟବହାର ମଧ୍ୟ କରିହେବ l ତେଣୁ ଏହାକୁ ବ୍ୟବହାର କରି ନିଜ ଅମଳ ଉତ୍ପାଦନକୁ ବଢ଼ାନ୍ତୁ ଏବଂ ନିଜ ମାଟିର ଗୁଣବତ୍ତାକୁ ବଜାୟ ରଖନ୍ତୁ l ଏଥିପାଇଁ ସେ ଅନ୍ୟ ଚାଷୀଙ୍କୁ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି l ଯଦି ଜଣେ ଚାଷୀ ସଠିକ ଭାବେ ଭର୍ମିକମ୍ପୋଷ୍ଟ ପ୍ରସ୍ତୁତ କରେ ତେବେ ସେ ବର୍ଷକୁ ଲକ୍ଷେ ରୁ ଦେଢ଼ ଲକ୍ଷ ଟଙ୍କା ଲାଭ କମାଇପାରିବ l

ଅଧିକ ପଢ଼ନ୍ତୁ

ଏଥର ଚାଷୀଙ୍କୁ ମିଳିବ ସାର ଓ ବିହନ କିଣିବାକୁ ଅର୍ଥ !

ଡାଇବେଟିସ ରୋଗୀ ଖାଉଛନ୍ତି କି ଛତୁ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)